‘ରାଜଧାନୀ ଏକ୍ସପ୍ରେସ୍’ଠାରୁ ବି ଫାଷ୍ଟ୍ ଏହି ବୋଲର୍ଙ୍କ ସ୍ପିଡ୍: ଡେବ୍ୟୁ ମ୍ୟାଚ୍ରେ ରଚିଲେ ଇତିହାସ
ନୂଆଦିଲ୍ଲୀ,୧୩।୧୧: ନଭେମ୍ବର ୧୧ରେ କ୍ରିକେଟରେ ଏକ ସ୍ବତନ୍ତ୍ର ରେକର୍ଡ ହୋଇଛି। ୨୨ ବର୍ଷ ବୟସ୍କ ନାହିଦ ରାଣା ବାଂଲାଦେଶୀ କ୍ରିକେଟର ନିଜ ଦେଶ ପାଇଁ ସବୁଠାରୁ ଦ୍ରୁତତମ ବୋଲିଂ କରିଥିଲେ। ଶାରଜା କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଏହି କୀର୍ତ୍ତିମାନ ହୋଇଛି। ଏହି ମ୍ୟାଚ ନାହିଦ ରାଣାଙ୍କ ଦିନିକିଆ ଡେବ୍ୟୁ ମ୍ୟାଚ ଥିଲା। ଟେଷ୍ଟ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ନାହିଦ ରାଣା ବାବର ଆଜମ, ବିରାଟ କୋହଲି […] The post ‘ରାଜଧାନୀ ଏକ୍ସପ୍ରେସ୍’ଠାରୁ ବି ଫାଷ୍ଟ୍ ଏହି ବୋଲର୍ଙ୍କ ସ୍ପିଡ୍: ଡେବ୍ୟୁ ମ୍ୟାଚ୍ରେ ରଚିଲେ ଇତିହାସ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୧: ନଭେମ୍ବର ୧୧ରେ କ୍ରିକେଟରେ ଏକ ସ୍ବତନ୍ତ୍ର ରେକର୍ଡ ହୋଇଛି। ୨୨ ବର୍ଷ ବୟସ୍କ ନାହିଦ ରାଣା ବାଂଲାଦେଶୀ କ୍ରିକେଟର ନିଜ ଦେଶ ପାଇଁ ସବୁଠାରୁ ଦ୍ରୁତତମ ବୋଲିଂ କରିଥିଲେ। ଶାରଜା କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଏହି କୀର୍ତ୍ତିମାନ ହୋଇଛି। ଏହି ମ୍ୟାଚ ନାହିଦ ରାଣାଙ୍କ ଦିନିକିଆ ଡେବ୍ୟୁ ମ୍ୟାଚ ଥିଲା।
ଟେଷ୍ଟ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ନାହିଦ ରାଣା ବାବର ଆଜମ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଶୀର୍ଷ ବ୍ୟାଟ୍ସମ୍ୟାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏବେ ସେ ଦିନିକିଆରେ ଏକ ବଡ଼ ଡେବ୍ୟୁ କରିଛନ୍ତି। ବାଂଲାଦେଶ କ୍ରିକେଟ ଦଳର ବଢୁଥିବା ଦ୍ରୁତ ବୋଲର ନାହିଦ ରାଣା ନିଜ ଦିନିକିଆ ଡେବ୍ୟୁରେ ଇତିହାସ ସୃଷ୍ଟି କରିଛନ୍ତି। ସେ ବାଂଲାଦେଶର ଦ୍ରୁତତମ ବୋଲର ହେବାର ଆଖ୍ୟା ଅର୍ଜନ କରିଥିଲେ। ଶାରଜାଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ନାହିଦ ରାଣା ଘଣ୍ଟା ପ୍ରତି ୧୫୦.୯ କିଲୋମିଟର ବେଗରେ ବୋଲିଂ କରିଥିଲେ, ଯାହାକି କୌଣସି ବାଂଲାଦେଶୀ ବୋଲରଙ୍କ ଦ୍ୱାରା ଦ୍ରୁତତମ ବଲ ଅଟେ।
୨୨ ମାର୍ଚ୍ଚ ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ନାହିଦ ରାଣା ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶ ପାଇଁ ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ୫ଟି ଟେଷ୍ଟ ମ୍ୟାଚରେ ସେ ୪.୭୯ ଆଭ୍ରେଜ୍ରେ ୧୪ ଉଇକେଟ ନେଇଛନ୍ତି। ତାଙ୍କର ପ୍ରଥମ ଦିନିକିଆ ମ୍ୟାଚରେ ନାହିଦ ୪ ଆଭ୍ରେଜ୍ରେ ସହ ୨ ଉଇକେଟ ନେଇଥିଲେ।
The post ‘ରାଜଧାନୀ ଏକ୍ସପ୍ରେସ୍’ଠାରୁ ବି ଫାଷ୍ଟ୍ ଏହି ବୋଲର୍ଙ୍କ ସ୍ପିଡ୍: ଡେବ୍ୟୁ ମ୍ୟାଚ୍ରେ ରଚିଲେ ଇତିହାସ appeared first on Dharitri Odia News.