ସଲମାନ ଖାନ ନିଜେ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ: ପୂର୍ବତନ ପ୍ରେମିକା

ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଲରେନ୍ସଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ।

ସଲମାନ ଖାନ ନିଜେ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ: ପୂର୍ବତନ ପ୍ରେମିକା

ସଲମାନ ଖାନ ୨୬ ବର୍ଷ ପୂର୍ବେ ଏକ ଭୁଲ କରିଥିଲେ, ଯେଉଁଥିପାଇଁ ଦଣ୍ଡ ଭୋଗିବା ପରେ ମଧ୍ୟ ସେ କ୍ଷମା ପାଇ ନାହାଁନ୍ତି। ଆଇନର ନଜରରେ ତାଙ୍କୁ ହୁଏତ ଏହି ଦଣ୍ଡ ଦିଆଯାଇଥାଇପାରେ, କିନ୍ତୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଦୃଷ୍ଟିରେ ସଲମାନ କୃଷ୍ଣକାୟ ମୃଗ ଶିକାର କରି ଏମିତି ଭୁଲ୍ କରିଦେଇଛନ୍ତି ଯେ, ଯାହା କ୍ଷମାଯୋଗ୍ୟ ନୁହେଁ।

ଅଧିକ ପଢ଼ନ୍ତୁ: ଲରେନ୍ସ ବିଷ୍ଣୋଇକୁ ଅଫର୍ ଦେଲେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ, କହିଲେ ଆସ ଆମେ...

ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ନିକଟରେ ଲରେନ୍ସ ବିଃଷ୍ଣୋଇଙ୍କୁ ସିଧାସଳଖ ମେସେଜ୍ କରି କହିଥିଲେ ଯେ ସେ ତାଙ୍କ ମନ୍ଦିରକୁ ପୂଜା ପାଇଁ ଆସିବାକୁ ଚାହୁଁଛନ୍ତି। ଏହା ସହିତ ସେ ଜୁମ୍ କଲ୍‌ରେ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ମେସେଜ୍ ପରେ ସୋମି କହିଛନ୍ତି ଯେ ସଲମାନ ନିଜେ ଆପୋଷ ବୁଝାମଣାରେ କ୍ଷମା ମାଗିବା ଉଚିତ।

 
 
 
 
 
 
 
 
 
 
 
 
 
 
 

A post shared by Somy Ali (@realsomyali)

ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଲରେନ୍ସଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍

ଏକ ସାକ୍ଷାତକାରରେ ସେ ସଲମାନ ଖାନ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ଥିବା ଦୀର୍ଘ ବର୍ଷର ଶତ୍ରୁତା ବିଷୟରେ କହିଥିଲେ। ନିକଟରେ ତାଙ୍କ ପୋଷ୍ଟରେ ସେ ଲରେନ୍ସଙ୍କ ନମ୍ବର ମାଗିଥିଲେ। ଯେତେବେଳେ ପଚରାଗଲା ସେ କାହିଁକି ଗ୍ୟାଙ୍ଗଷ୍ଟର ସହିତ କଥା ହେବାକୁ ଚାହୁଁଛନ୍ତି?

 
 
 
 
 
 
 
 
 
 
 
 
 
 
 

A post shared by Somy Ali (@realsomyali)

ଏହାର ଉତ୍ତରରେ ସୋମି କହିଛନ୍ତି- “ମୋର ଉଦ୍ଦେଶ୍ୟ ହେଉଛି ଏକ ଗ୍ୟାଙ୍ଗଷ୍ଟର ଭାବେ ଲରେନ୍ସଙ୍କ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ନୁହେଁ, ବରଂ ଶାନ୍ତି ଏବଂ କ୍ଷମା ଉପରେ ଏକ ବାର୍ତ୍ତାଳାପ କରିବା। ମୋର ଲକ୍ଷ୍ୟ ହେଉଛି ବୁଝାମଣା ଏବଂ ମିଳନକୁ ପ୍ରୋତ୍ସାହିତ କରିବା, ଯାହା ମାନବିକ ଅଧିକାର ଏବଂ ଅହିଂସା ପାଇଁ ମୋର ଆଜୀବନ ଓକିଲାତିର ଅନୁରୂପ।

ସଲମାନ ଖାନଙ୍କ ସହ ଥିବା ତାଙ୍କର ଘନିଷ୍ଠ ସମ୍ପର୍କ ଏବଂ ତାଙ୍କ ଭାବନା ବିଷୟରେ ମଧ୍ୟ କହିଥିଲେ। ସୋମି ପୁଣି ଥରେ ସ୍ୱୀକାର କରିଛନ୍ତି ଯେ “ସଲମାନ ଏବଂ ମୋର ଅତୀତରେ ଗଭୀର ସମ୍ପର୍କ ଥିଲା, କିନ୍ତୁ ବେଳେବେଳେ ଅପ୍ରତ୍ୟାଶିତ ମୋଡ଼ ଜୀବନରେ ଆସିଥାଏ। ଆମେ ଭିନ୍ନ ଭିନ୍ନ ରାସ୍ତା ବାଛିଥିଲୁ ଏବଂ ସେବେଠାରୁ ମୁଁ ମାନବ ଚାଲାଣ ଏବଂ ଘରୋଇ ହିଂସାରେ ପୀଡିତଙ୍କୁ ଉଦ୍ଧାର କରିବାର ମିଶନ ସହିତ ମୋର ଏନଜିଓ 'ନୋ ମୋର୍ ଟିୟର୍ସ' ମାଧ୍ୟମରେ ବ୍ୟକ୍ତିଗତ ବିକାଶ, ମାନବିକ କାର୍ଯ୍ୟ ଏବଂ ଘରୋଇ ହିଂସାରେ ପୀଡିତଙ୍କୁ ସାହାଯ୍ୟ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି।”

ଅଧିକ ପଢ଼ନ୍ତୁ: ଛାତ୍ର ରାଜନୀତିରୁ ଖତରନାକ୍ ଗ୍ୟାଙ୍ଗଷ୍ଟର; କିପରି ଲରେନ୍ସ ପାଲଟିଲା ଡନ୍‌ ନଂ-1, ଜାଣନ୍ତୁ...

ସଲମାନଙ୍କୁ ନେଇ ସେ କହିଛନ୍ତି- “ମୋ ଜୀବନର ସେହି ଅଧ୍ୟାୟ ବହୁ ପୂର୍ବରୁ ସମାପ୍ତ ହୋଇଯାଛି। ସଲମାନଙ୍କ ସହ ମୋର ସମ୍ପର୍କ ଅତୀତର ଏକ ଅଂଶ।”

 
 
 
 
 
 
 
 
 
 
 
 
 
 
 

A post shared by Somy Ali (@realsomyali)

ଆପଣ ସଲମାନଙ୍କ ତରଫରୁ ଲରେନ୍ସଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ କି? ଏହି ପ୍ରଶ୍ନର ଉତ୍ତରରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ “ଲରେନ୍ସ ବିଷ୍ଣୋଇଙ୍କ ସହ କଥା ହେବା ପଛରେ ମୋର ଇଛାର ସଲମାନଙ୍କ ସହ ମୋର ଅତୀତ ସହିତ କୌଣସି ନେଣଦେଣ ନାହିଁ। ଏହା ଶାନ୍ତିକୁ ପ୍ରୋତ୍ସାହିତ କରିବାକୁ ନେଇ। ବିଶେଷକରି ନ୍ୟାୟ ଏବଂ ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗରେ।”

ସଲମାନଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ସୋମି କହିଛନ୍ତି, “ମୁଁ ପୂର୍ବରୁ ସଲମାନଙ୍କ ତରଫରୁ କ୍ଷମା ମାଗିଛି ଏବଂ ମୁଁ ବିଷ୍ଣୋଇ ସମ୍ପ୍ରଦାୟକୁ ଗଭୀର ସମ୍ମାନ କରେ। ମୁଁ ସେମାନଙ୍କ ମନ୍ଦିର ପରିଦର୍ଶନ କରି ସେଠାରେ ପ୍ରାର୍ଥନା କରିବାକୁ ପସନ୍ଦ କରିବି। ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ଉତ୍ସାହିତ କରିବା ମୋର ଲକ୍ଷ୍ୟ, କିନ୍ତୁ କୌଣସି ବି କ୍ଷମା ପ୍ରାର୍ଥନା ସିଧାସଳଖ ଜଡିତ ବ୍ୟକ୍ତିଙ୍କଠାରୁ ଆସିବା ଆବଶ୍ୟକ।”

 
 
 
 
 
 
 
 
 
 
 
 
 
 
 

A post shared by Somy Ali (@realsomyali)

ଲରେନ୍ସ ସଲମାନଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବେ କି? ଏହି ପ୍ରଶ୍ନ ଉପରେ, ଭାଇଜାନଙ୍କ ପୂର୍ବତନ ପ୍ରେମିକା କହିଛନ୍ତି ଯେ ସିଧାସଳଖ ଦାୟୀ ଥିବା ବ୍ୟକ୍ତିଙ୍କଠାରୁ ପ୍ରକୃତ କ୍ଷମା ପ୍ରାର୍ଥନା ଅଧିକ ଗୁରୁତ୍ୱ ଦେଇଥାଏ।”

ସଲମାନ ଲରେନ୍ସଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ପ୍ରସ୍ତୁତ କି? ଏହି ପ୍ରଶ୍ନ ଉପରେ ସୋମି ଅଲି କହିଛନ୍ତି ଯେ “ମୁଁ ସଲମାନ କିମ୍ବା ତାଙ୍କର କ୍ଷମା ମାଗିବାର ଇଚ୍ଛା ବିଷୟରେ କିଛି କହିପାରିବି ନାହିଁ। ଗତ ୨୦ ବର୍ଷ ମଧ୍ୟରେ ଆମର ବହୁତ ସୀମିତ ବାର୍ତ୍ତାଳାପ ହୋଇଛି। ଯଦି ସେ କ୍ଷମା ମାଗିବାକୁ ଚାହାଁନ୍ତି, ତେବେ ସଲମାନଙ୍କୁ ବ୍ୟକ୍ତିଗତ ଭାବେ ଏହି ନିଷ୍ପତ୍ତି ନେବାକୁ ପଡ଼ିବ।”

 
 
 
 
 
 
 
 
 
 
 
 
 
 
 

A post shared by Somy Ali (@realsomyali)

ବିଷ୍ଣୋଇ ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ଦ୍ୱାରା ସଲମାନ ଖାନ ପ୍ରଭାବିତ ହୋଇଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି ଯେ “ସଲମାନଙ୍କ ଉପରେ ଏହି ଘଟଣାଗୁଡ଼ିକର କି ପ୍ରଭାବ ପଡିଛି ମୁଁ ଜାଣି ନାହିଁ। ତଥାପି, ଏପରି ଧମକ ନିଶ୍ଚିତ ଭାବରେ ବିଚଳିତ କରିଥିବ। ମୋର ବିଶ୍ୱାସ ଯେ ବିବାଦର ସମାଧାନ ତଥା ଭବିଷ୍ୟତରେ ହିଂସାକୁ ରୋକିବା ପାଇଁ ଶାନ୍ତି ଏବଂ କଥାବାର୍ତ୍ତା ହେଉଛି ସର୍ବୋତ୍ତମ ଉପାୟ।”