୨ ମାସ ଯାଏ ବ୍ୟାଙ୍କରେ ସଫେଇ କରିବ; ଋଣ ଜାଲିଆତି ଘଟଣାରେ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ
କଟକ: ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଅଭିଯୁକ୍ତର ଜାମିନ ପାଇଁ କଠୋର ସର୍ତ୍ତ ରଖଛନ୍ତି ହାଇକୋର୍ଟ । ୨ ମାସ ପାଇଁ ବ୍ୟାଙ୍କ ପରିସରରେ ସଫେଇ କାମ କରିବ ଅଭିଯୁକ୍ତ । ଜାମିନ ସମୟରେ କୌଣସି ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ରହିବେ ନାହିଁ । ଏହାସହ ପ୍ରମାଣ ନଷ୍ଟ ପାଇଁ କୌଣସି ପ୍ରକାର ଉଦ୍ୟମ କରିବେ ନାହିଁ । ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୫ ଲକ୍ଷ ଟଙ୍କାର ଋଣ ନେଇ ଜାଲିଆତି କରିବା ଅଭିଯୋଗରେ ଅଭିଯୁକ୍ତକୁ ମନୋଜ୍ଞାନଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ନିମ୍ନ ଅଦାଲତରୁ ଜାମିନ ଖାରଜ ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ.କେ.ପାଣିଗ୍ରାହୀ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତକୁ କଟକ ଲିଙ୍କ୍ ରୋଡ଼ ସ୍ଥିତ ICICI ବ୍ୟାଙ୍କରେ ଦୁଇ ମାସ ଧରି ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ବ୍ୟାଙ୍କ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଥାନା ଅଧିକାରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଭିଯୁକ୍ତର କାମ ଉପରେ ନଜର ରଖିବେ । ଏଥିସହ ଅଭିଯୁକ୍ତ ମଧ୍ୟ ତଦନ୍ତରେ ସହଯୋଗ କରିବେ । ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବେ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏଥିରୁ କୌଣସି ଗୋଟିଏ ସର୍ତ୍ତରେ ଖିଲାପ କଲେ ଜାମିନ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।
କଟକ: ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଅଭିଯୁକ୍ତର ଜାମିନ ପାଇଁ କଠୋର ସର୍ତ୍ତ ରଖଛନ୍ତି ହାଇକୋର୍ଟ । ୨ ମାସ ପାଇଁ ବ୍ୟାଙ୍କ ପରିସରରେ ସଫେଇ କାମ କରିବ ଅଭିଯୁକ୍ତ । ଜାମିନ ସମୟରେ କୌଣସି ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ରହିବେ ନାହିଁ । ଏହାସହ ପ୍ରମାଣ ନଷ୍ଟ ପାଇଁ କୌଣସି ପ୍ରକାର ଉଦ୍ୟମ କରିବେ ନାହିଁ ।
ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୫ ଲକ୍ଷ ଟଙ୍କାର ଋଣ ନେଇ ଜାଲିଆତି କରିବା ଅଭିଯୋଗରେ ଅଭିଯୁକ୍ତକୁ ମନୋଜ୍ଞାନଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ନିମ୍ନ ଅଦାଲତରୁ ଜାମିନ ଖାରଜ ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ.କେ.ପାଣିଗ୍ରାହୀ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତକୁ କଟକ ଲିଙ୍କ୍ ରୋଡ଼ ସ୍ଥିତ ICICI ବ୍ୟାଙ୍କରେ ଦୁଇ ମାସ ଧରି ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ବ୍ୟାଙ୍କ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ଥାନୀୟ ଥାନା ଅଧିକାରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଭିଯୁକ୍ତର କାମ ଉପରେ ନଜର ରଖିବେ । ଏଥିସହ ଅଭିଯୁକ୍ତ ମଧ୍ୟ ତଦନ୍ତରେ ସହଯୋଗ କରିବେ । ତାଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବେ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏଥିରୁ କୌଣସି ଗୋଟିଏ ସର୍ତ୍ତରେ ଖିଲାପ କଲେ ଜାମିନ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।