ସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କା
ଖଇରା,୩ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ପ୍ରହରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରି ଜୁଏଲାରୀ ମାଲିକଙ୍କ ଘରୁ ୫୦ ହଜାର ଟଙ୍କାର ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଇରା ଥାନା ତୁଡ଼ିଗଡ଼ିଆ ବଜାର ଶଙ୍କର ଜୁଏଲାରୀ ଦୋକାନ ମାଲିକ ସଞ୍ଜୟ ସାହୁ ବୁଧବାର ରାତିରେ ନିଜ ପ୍ରହରାଜପୁର ଗ୍ରାମ ବାସଭବନରେ ଶୋଇଥିଲେ। […] The post ସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କା appeared first on Dharitri Odia News.
ଖଇରା,୩ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ପ୍ରହରାଜପୁର ଗ୍ରାମରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରି ଜୁଏଲାରୀ ମାଲିକଙ୍କ ଘରୁ ୫୦ ହଜାର ଟଙ୍କାର ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଇରା ଥାନା ତୁଡ଼ିଗଡ଼ିଆ ବଜାର ଶଙ୍କର ଜୁଏଲାରୀ ଦୋକାନ ମାଲିକ ସଞ୍ଜୟ ସାହୁ ବୁଧବାର ରାତିରେ ନିଜ ପ୍ରହରାଜପୁର ଗ୍ରାମ ବାସଭବନରେ ଶୋଇଥିଲେ। ରାତି ପ୍ରାୟ ୨ଟାରେ ଦୁର୍ବୃତ୍ତମାନେ ଗ୍ରୀଲ ଓ କବାଟ ଭାଙ୍ଗି ଘରେ ପଶିବା ପରେ ଦୋକାନ ମାଲିକ ସଞ୍ଜୟ ସାହୁ,ତାଙ୍କ ସ୍ତ୍ରୀ,ମା’ ଓ ପିଲାଙ୍କ ହାତଗୋଡ଼ ବାନ୍ଧି ମୋବାଇ ଛଡ଼ାଇ ନେଇଥିଲେ। ପରେ ବନ୍ଧୁକ ଭୁଜାଲିରେ ଆକ୍ରମଣ କରି ୫୦ଲକ୍ଷ ମୂଲ୍ୟର ଟଙ୍କା ଓ ଅଳଙ୍କାର ନେଇ ପଳାଇଥିଲେ। ଆହତ ହୋଇ ପଡ଼ିଥିବା ସଞ୍ଜୟ ମା’ ନୀଳିମା ସାହୁଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
The post ସଶସ୍ତ୍ର ଡକାୟତି: ହାତଗୋଡ଼ ବାନ୍ଧି ଲୁଟିନେଲେ ୫୦ ଲକ୍ଷ ଟଙ୍କା appeared first on Dharitri Odia News.