ସାଇବର କାଫେରେ ସରକାରୀ ଚାକିରି ପରୀକ୍ଷା !

ଭୁବନେଶ୍ବର: ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା ଅଭିଯୋଗ । ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କମ୍ପ୍ୟୁଟର ସେଣ୍ଟରରେ ପରୀକ୍ଷା ଚାଲିଥିବା ଅଭିଯୋଗ ହେଇଥି। ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ଦେଖାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ,  ରାଜ୍ୟରେ ଏବେଏକ ଚାକିରି ବିକ୍ରି ରାକେଟ୍‌ ସକ୍ରିୟ ହୋଇଥିବା ଜଣାଯାଇଛି। ସେମାନେ ଆଶାୟୀଙ୍କୁ  ନିର୍ଭରଯୋଗ୍ୟ ଚାକିରି […]

ସାଇବର କାଫେରେ ସରକାରୀ ଚାକିରି ପରୀକ୍ଷା !
cyber

ଭୁବନେଶ୍ବର: ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା ଅଭିଯୋଗ । ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କମ୍ପ୍ୟୁଟର ସେଣ୍ଟରରେ ପରୀକ୍ଷା ଚାଲିଥିବା ଅଭିଯୋଗ ହେଇଥି। ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ଦେଖାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ,  ରାଜ୍ୟରେ ଏବେଏକ ଚାକିରି ବିକ୍ରି ରାକେଟ୍‌ ସକ୍ରିୟ ହୋଇଥିବା ଜଣାଯାଇଛି। ସେମାନେ ଆଶାୟୀଙ୍କୁ  ନିର୍ଭରଯୋଗ୍ୟ ଚାକିରି ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଛନ୍ତି। ଏହି ଦଲାଲ୍‌ ଗୋଷ୍ଠୀ ବିଶେଷକରି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ କରାଯାଉଥିବା ପରୀକ୍ଷାରେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି। ଭିନ୍ନଭିନ୍ନ ନିଯୁକ୍ତି ପାଇଁ ଟଙ୍କା ମଧ୍ୟ ଅଲଗା ରହିଛି। ଫରେଷ୍ଟର୍‌, ଫରେଷ୍ଟଗାର୍ଡ ଓ ଲାଇଭ୍‌-ଷ୍ଟକ୍‌ ଇନ୍ସପେକ୍ଟର୍‌ ପାଇଁ ୧୬ଲକ୍ଷରୁ ୨୦ଲକ୍ଷ ନେଉଥିବା ବେଳେ ଆର୍‌ଆଇ, ଅମିନ ଓ ଏସ୍‌ଏଫ୍‌ଏସ୍‌ ଚାକିରି ପାଇଁ ୧୭ଲକ୍ଷ ଟଙ୍କା ଦାବି କରୁଛନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।