ସାଇବର ଠକଙ୍କ ଜାଲରେ ଫସିଗଲେ ତହସିଲଦାର
ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି।
ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ । ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି। ଏବେ ଦେଶରେ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ଡିଜିଟାଲ୍ ଆରେଷ୍ଟ ଫ୍ରଡ୍କୁ ନେଇ ଉଦବେଗ ପ୍ରକାଶ ସହ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏଥିରୁ ବର୍ତ୍ତିବାର ଉପାୟ ବତାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବଡ଼ କଥା ହେଉଛି ଏତିକି ବେଳେ ସାମ୍ନାକୁ ଆସିଛି ସେଇ ସମାନ ଢଙ୍ଗରେ ଡିଜିଟାଲ୍ ଆରେଷ୍ଟର ଶିକାର ହୋଇ ତାଳଚେର ତହସିଲଦାର ୯୦ ହଜାର ଟଙ୍କା ହରାଇବାର ଖବର ।