ସାଇବର୍‌ ଠକେଇର ଶିକାର ହୋଇଛନ୍ତି କି? ଜାଣନ୍ତୁ କେମିତି ଘରେ ବସି ତୁରନ୍ତ କରିପାରିବେ ଅଭିଯୋଗ…..

ଭୁବନେଶ୍ୱର : ସାଇବର ଠକେଇର କିଭଳି ବର୍ତ୍ତିବେ ସେନେଇ ପୁଲିସ କମିସନର କାର୍ଯ୍ୟାଳୟରେ ସାଇବର୍‌‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଲିସ କମିସନର୍‌‌ ସଞ୍ଜୀବ ପଣ୍ଡା ଏବଂ ଏସିପି ଅଞ୍ଜନା ଟୁଟୁ ଗୁରୁମନ୍ତ୍ର ଦେଇଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ସାଇବର୍‌‌ ଏକ୍ସପର୍ଟ, ଏନ୍‌‌ଜିଓ ଏବଂ ହର୍‌‌ ଟିମ୍‌‌ ସଦସ୍ୟମାନେ ସାମିଲ୍‌‌ ହୋଇଥିଲେ। ବିଶେଷକରି ଠକେଇର ଶିକାର ହେଲେ କ’ଣ କରିବ? ଠକେଇରୁ ବର୍ତ୍ତିବା ପାଇଁ କ’ଣ କରିବାକୁ ହେବ, ସେନେଇ ଏନ୍‌‌ଜିଓ ଏବଂ ଯୁବକମାନଙ୍କୁ ବୁଝାଇଥିଲେ […]

ସାଇବର୍‌ ଠକେଇର ଶିକାର ହୋଇଛନ୍ତି କି? ଜାଣନ୍ତୁ କେମିତି ଘରେ ବସି ତୁରନ୍ତ କରିପାରିବେ ଅଭିଯୋଗ…..
Cyber complaints can be filed without going to the police station

ଭୁବନେଶ୍ୱର : ସାଇବର ଠକେଇର କିଭଳି ବର୍ତ୍ତିବେ ସେନେଇ ପୁଲିସ କମିସନର କାର୍ଯ୍ୟାଳୟରେ ସାଇବର୍‌‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଲିସ କମିସନର୍‌‌ ସଞ୍ଜୀବ ପଣ୍ଡା ଏବଂ ଏସିପି ଅଞ୍ଜନା ଟୁଟୁ ଗୁରୁମନ୍ତ୍ର ଦେଇଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ସାଇବର୍‌‌ ଏକ୍ସପର୍ଟ, ଏନ୍‌‌ଜିଓ ଏବଂ ହର୍‌‌ ଟିମ୍‌‌ ସଦସ୍ୟମାନେ ସାମିଲ୍‌‌ ହୋଇଥିଲେ। ବିଶେଷକରି ଠକେଇର ଶିକାର ହେଲେ କ’ଣ କରିବ? ଠକେଇରୁ ବର୍ତ୍ତିବା ପାଇଁ କ’ଣ କରିବାକୁ ହେବ, ସେନେଇ ଏନ୍‌‌ଜିଓ ଏବଂ ଯୁବକମାନଙ୍କୁ ବୁଝାଇଥିଲେ ସିପି। ୟଙ୍ଗ ଇଣ୍ଡିଆନ୍ସ ଫାଉଣ୍ଡେସନ୍‌‌ର କମିସନରେଟ୍‌‌ ପୁଲିସ ସହ ମଶି ସାଇବର୍‌‌ ସଚେତନ କାର୍ଯ୍ୟକ୍ରମ କରିବେ।

ସେମାନଙ୍କୁ ସିପି ଏବଂ ଏସିପିଙ୍କ ଗୁରୁମନ୍ତ୍ର ଦେବା ପରେ ସେମାନେ ସ୍କୁଲ, କଲେଜ, ବଡ଼ ବଡ଼ କର୍ପୋରେଟ୍‌‌ ଅଫିସ୍‌‌କୁ ଯାଇ ଲୋକଙ୍କୁ ସାଇବର୍‌‌ ସଚେତନ କରିବେ। ଠକେଇର ଶିକାର ହେଲେ ସାଇବର୍‌‌ ଥାନାରେ ମାମଲା ରୁଜୁ କରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ବୋଲି ସିପି କହିଥିଲେ। ଏଭଳି କୌଣସି ଘଟଣା ଘଟିଲେ ଘରେ ବସି ପୋର୍ଟାଲ ମାଧ୍ୟମରେ କରିପାରିବେ ଅଭିଯୋଗ। ସାଇବର୍‌‌ ଠକେଇରୁ କେମିତି ମୁକ୍ତି ପାଇବେ ସେ ନେଇ ସୂଚନା ଦେଇଛନ୍ତି କମିସନରେଟ୍‌‌ ପୁଲିସ।

ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ଯଦି ସାଇବର୍‌‌ ଅପରାଧୀ ଆପଣଙ୍କ ଟଙ୍କା ଠକି ନେଇଛି ତେବେ ଠକେଇ ହେବା ମାତ୍ରେ କମିସନରେଟ୍‌‌ ପୁଲିସର ସାଇବର୍‌‌ ହେଲ୍ପଲାଇନ୍‌‌ ‘୧୯୩୦’କୁ ତୁରନ୍ତ କଲ୍‌‌ କରନ୍ତୁ। ଏକ ଘଣ୍ଟା ମଧ୍ୟରେ ଆପଣଙ୍କ ଟଙ୍କା କଟିବା ପୂର୍ବରୁ ଠକେଇକୁ ରୋକାଯାଇପାରିବ। ସେହିଭଳି କୌଣସି ଠକେଇ ନମ୍ୱରକୁ ବ୍ଲକ କରିବା ପାଇଁ ଆପଣ (www.sancharsaathi.gov.in) ରେ ଅଭିଯୋଗ କରିପାରିବେ। ଏସବୁ ଅଭିଯୋଗ ଥାନାକୁ ନ ଯାଇ କରିହେବ। ତେଣୁ ସାଇବର୍‌‌ ଠକ ଫୋନ୍‌‌ କରୁଥିବା ନମ୍ବରକୁ ଏହି ପୋର୍ଟାଲରେ ଦେଲେ ତାହା ବନ୍ଦ ହୋଇଯିବ। ତେଣୁ ଏଭଳି ଏକାଧିକ ଲୋକ ସାଇବର୍‌‌ ଠକଙ୍କ ଫୋନ୍‌‌ ନମ୍ବର ଦେଲେ ଠକର ସବୁ ନମ୍ବର ବ୍ଲକ ହୋଇଯିବ। ସେ ବାଧ୍ୟ ହୋଇ କିଛି ଭୁଲ କରିବ। ଫଳରେ ପୁଲିସ ତାକୁ ଧରିବାକୁ ସହଜ ହେବ। ଆହୁରି ମଧ୍ୟ ଯୁବତୀଙ୍କ କିଛି ଫଟୋକୁ ଏଡିଟ୍‌‌ କରି ସୋସିଆଲ ମିଡିଆରେ ଛାଡ଼ିଲେ କଣ କରାଯିବ, ସେନେଇ ମଧ୍ୟ ବୁଝାଯାଇଥିଲା। ଏଥିଲାଗି ଥିବା ପୋର୍ଟାଲରେ ଏଡିଟ୍‌‌ର ପୂର୍ବ ଫଟୋ ଏବଂ ଏଡିଟ୍‌‌ ଫଟୋ ଅପ୍‌‌ଲୋଡ୍‌‌ କରିବା ଫଳରେ ସୋସିଆଲ ମିଡିଆରୁ ଉକ୍ତ ଫଟୋ କଟିଯିବ।

ତେଣୁ ଏହିଭଳି ନିର୍ବାଚନ ସମୟରେ ଏଆଇ ଓ ଡିପ ଫେକ ଭିଡିଓରୁ ରାଜନେତା କେମିତି ମୁକ୍ତି ପାଇବେ। ସେ ନେଇ ଟିପ୍ସ ଦେଇଛି ସିପି। ଗୋଲ୍‌‌ଡେନ ଆୱାର ଅର୍ଥାତ୍‌‌ ଏକ ଠକାମିର ଶିକାର ହେବାର ଏକ ଘଣ୍ଟା ଭିତରେ ତୁରନ୍ତ ‘ଚକ୍ଷୁ ଆପ’ ଜରିଆରେ ଅନ୍‌‌ଲାଇନରେ କେସ୍‌‌ ଦେବାକୁ କୁହାଯାଇଛି। ଏଥିପାଇଁ ସାଇବର୍‌‌ ଏକ୍ସପର୍ଟ, ଏନ୍‌‌ଜିଓ ଓ ହର୍‌‌ ଟିମ ସହ କମିସନରେଟ ପୁଲିସର ବୈଠକ ହୋଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୨ ତୁଳନାରେ ୨୦୨୩ରେ ୨୪ ପ୍ରତିଶତ ସାଇବର କ୍ରାଇମ୍‌‌ ବଢ଼଼ିଛି।