ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌ ଯୋଗୁ ମୃତ୍ୟୁବରଣ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧,୦୦୦ ଟପିଯାଇଛି । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅଣପଞ୍ଜୀକୃତ ଯାତ୍ରୀ, ଯେଉଁମାନେ କି, ସାଉଦି ଆରବରେ ଅତ୍ୟଧିକ ତାତିରେ ତୀର୍ଥଯାତ୍ରା କରିଥିଲେ । ସେପଟେ ମୃତ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ଅଛନ୍ତି । ବର୍ତ୍ତମାନର ରିପୋର୍ଟ ମୁତାବକ, ଏଠାରେ ମୃତକମାନଙ୍କ ମଧ୍ୟରେ ମିଶରରୁ ୫୮ […] The post ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା appeared first on KNews Odisha.

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା
hajj

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌ ଯୋଗୁ ମୃତ୍ୟୁବରଣ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧,୦୦୦ ଟପିଯାଇଛି । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅଣପଞ୍ଜୀକୃତ ଯାତ୍ରୀ, ଯେଉଁମାନେ କି, ସାଉଦି ଆରବରେ ଅତ୍ୟଧିକ ତାତିରେ ତୀର୍ଥଯାତ୍ରା କରିଥିଲେ ।

ସେପଟେ ମୃତ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ଅଛନ୍ତି । ବର୍ତ୍ତମାନର ରିପୋର୍ଟ ମୁତାବକ, ଏଠାରେ ମୃତକମାନଙ୍କ ମଧ୍ୟରେ ମିଶରରୁ ୫୮ ଜଣ ଅଛନ୍ତି । କୁହାଯାଉଛି ଯେ ହିଟ୍‌ ୱେଭ୍‌ ଯୋଗୁ ପ୍ରାୟ ୧୦ଟି ଦେଶର ୧,୦୮୧ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ପ୍ରବଳ ଗରମ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ଏତେ ସଂଖ୍ୟକ ହଜ ଯାତ୍ରୀଙ୍କ ମୃତ୍ୟୁ ଖବର ପରେ ଭାରତରୁ ହଜ ଯାତ୍ରା କରିଥିବା ତୀର୍ଥଯାତ୍ରୀଙ୍କ ପରିବାରର ଚିନ୍ତା ବଢିଯାଇଛି । ଚଳିତବର୍ଷ ଭାରତରୁ ୧,୭୫,୦୦୦ ତୀର୍ଥଯାତ୍ରୀ ହଜ ଯାତ୍ରା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୬୮ ଭାରତୀୟ ଥିବା ଜଣାପଡିଛି ।

The post ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା appeared first on KNews Odisha.