‘ସାକ୍ଷୀ ଦେଲେ ବାପାଙ୍କୁ ଜୀବନରୁ ମାରିଦେବୁ’; ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ପରିବାରର ଧମକ ପରେ…
ଦିଗପହଣ୍ଡି,୩୦ା୫(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଗତ ପ୍ରାୟ ୮ ମାସ ତଳେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ବୁଲୁ ସାହୁଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କୋର୍ଟରେ ସାକ୍ଷ୍ୟ ନ ଦେବାକୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମା’ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ତଥା ଡିଏସପି […] The post ‘ସାକ୍ଷୀ ଦେଲେ ବାପାଙ୍କୁ ଜୀବନରୁ ମାରିଦେବୁ’; ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ପରିବାରର ଧମକ ପରେ… appeared first on Dharitri Odia News.
ଦିଗପହଣ୍ଡି,୩୦ା୫(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଗତ ପ୍ରାୟ ୮ ମାସ ତଳେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ବୁଲୁ ସାହୁଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କୋର୍ଟରେ ସାକ୍ଷ୍ୟ ନ ଦେବାକୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମା’ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ନଂ.୧୮୯/୨୫ରେ ଏକ ମାମଲା ରୁଜୁ କରି କରିଛନ୍ତି। ବିଜୟ ସାହୁ, ମିଟୁ ସାହୁ, ଧୋବଣୀ ସାହୁ ଏବଂ ପାଣ୍ଡି ସାହୁଙ୍କ ନାଁରେ ଏହି ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଛି। ବଳାତ୍କାର ମାମଲାରେ ଅଭିଯୁକ୍ତ ବ୍ରହ୍ମପୁର ଜେଲରେ ଥିବା ବେଳେ ତାଙ୍କ ପରିବାର ଲୋକେ ମକଦ୍ଦମାରେ ସାକ୍ଷ୍ୟ ନ ଦେବା ପାଇଁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ପ୍ରଥମେ ଅର୍ଥ ଲୋଭ ଦେଖାଇଥିଲେ। ସେମାନେ ରାଜି ନ ହେବାରୁ ଅଭିଯୁକ୍ତଙ୍କ ପରିବାର ଲୋକେ ବିଭିନ୍ନ ମାରଣାସ୍ତ୍ର ଧରି ପୀଡ଼ିତାଙ୍କ ଘରକୁ ଯାଇ ବଳାତ୍କାର ମାମଲାରେ ସାକ୍ଷ୍ୟ ଦେଲେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।
The post ‘ସାକ୍ଷୀ ଦେଲେ ବାପାଙ୍କୁ ଜୀବନରୁ ମାରିଦେବୁ’; ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ପରିବାରର ଧମକ ପରେ… appeared first on Dharitri Odia News.