ସାଙ୍ଗ ମୃତ୍ୟୁ ଖବର ମିଥ୍ୟା ପ୍ରଚାରରୁ ହତ୍ୟାକାଣ୍ଡ, ୨ ଗିରଫ

ରାଉରକେଲା: ଝିରପାଣି ଥାନା ଅନ୍ତର୍ଗତ ସେକ୍ଟର-୨୦ ସ୍ଥିତ ମାଛ ମାର୍କେଟରେ ବରଟୋଲି ଅଞ୍ଚଳର ନିହାର ରଞ୍ଜନ ଆଚାର୍ଯ୍ୟଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, କୋଏଲ ନଗର, ଡି/୯୬ର କେବଲ ସିଂ(୫୧) ଓ ବରଟୋଲି ଅଞ୍ଚଳର ଅଶୋକ କୁମାର ବିହାରୀ(୫୪)। ଆସନ୍ତାକାଲି ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଏକ ରାସ୍ତା ଦୁର୍ଘଟଣାରେ ଅଶୋକଙ୍କର ମୃତ୍ୟୁ ହୋଇଥିବା ନେଇ ନିହାର […]

ସାଙ୍ଗ ମୃତ୍ୟୁ ଖବର ମିଥ୍ୟା ପ୍ରଚାରରୁ ହତ୍ୟାକାଣ୍ଡ, ୨ ଗିରଫ
daughter in law attacked father in law in knife

ରାଉରକେଲା: ଝିରପାଣି ଥାନା ଅନ୍ତର୍ଗତ ସେକ୍ଟର-୨୦ ସ୍ଥିତ ମାଛ ମାର୍କେଟରେ ବରଟୋଲି ଅଞ୍ଚଳର ନିହାର ରଞ୍ଜନ ଆଚାର୍ଯ୍ୟଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, କୋଏଲ ନଗର, ଡି/୯୬ର କେବଲ ସିଂ(୫୧) ଓ ବରଟୋଲି ଅଞ୍ଚଳର ଅଶୋକ କୁମାର ବିହାରୀ(୫୪)। ଆସନ୍ତାକାଲି ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଏକ ରାସ୍ତା ଦୁର୍ଘଟଣାରେ ଅଶୋକଙ୍କର ମୃତ୍ୟୁ ହୋଇଥିବା ନେଇ ନିହାର ଫୋନ ଯୋଗେ କେବଲଙ୍କୁ ମିଥ୍ୟା ସୂଚନା ଦେଇଥିଲା। ଏହାକୁ ନେଇ ଉକ୍ତ ମାର୍କେଟରେ ଅଶୋକ ପହଞ୍ଚିବା ପରେ ନିହାରଙ୍କ ସହ ବଚସା ହୋଇଥିଲା। ପରେ କେବଲ ଓ ଅଶୋକ ଦୁହେଁ ମିଶି ଜୋରରେ ନିହାରଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଚାବି ରିଙ୍ଗ ଛୁରୀ ସାହାଯ୍ଯରେ ନିହାରଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଅପରପକ୍ଷେ ଏହି ଘଟଣା ପଛରେ ଜମି କାରବାର ରହିଥିବା ଚର୍ଚ୍ଚା ହେଉଛି ।