ସାଙ୍ଗ ହୋଇ ଯାଇଥିଲେ ବୁଲି; ସ୍ୱାମୀଙ୍କୁ ହେଲା ହାର୍ଟ ଆଟାକ୍, ଆତ୍ମହତ୍ୟା କଲା ସ୍ତ୍ରୀ...
ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ ।
ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ । ଗାଜିଆବାଦର ଏହି ନବଦମ୍ପତି ପ୍ରାଣୀ ଉଦ୍ୟାନ ବୁଲି ଯାଇଥିଲେ । ସେଠାରେ ୨୫ ବର୍ଷୀୟ ଅଭିଷେକଙ୍କୁ ହାର୍ଟ ଆଟାକ୍ ହୋଇଥିଲା, ଚିକିତ୍ସାଧୀନ ଅବସ୍ଥାରେ ଅଭିଷେକଙ୍କ ମୃତ୍ୟୁ ହୋଇଥିଲା । ଯାହାଫଳରେ ଏହାକୁ ସହି ନପାରି ସାତ ମହଲାରୁ ଡେଇଁ ପଡ଼ିଥିଲେ ସ୍ତ୍ରୀ ଅଞ୍ଜଳି । ଅଞ୍ଜଳି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । ତିନିମାସ ପୂର୍ବରୁ ସମ୍ପର୍କୀୟଙ୍କ ସହମତିରେ ହୋଇଥିଲା ପ୍ରେମ ବିବାହ ।
ପ୍ରାଣୀ ଉଦ୍ୟାନ ବୁଲିବାବେଳେ ଅଭିଷେକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା...
ପୋଲିସର ସୂଚନାନୁସାରେ ଅଭିଷେକ ଓ ଅଞ୍ଜଳି ସେମାନଙ୍କ ପରିବାର ସହିତ ଦିଲ୍ଲୀର ବୈଷ୍ଣବ ନଗରର ଏକ ସୋସାଇଟିରେ ରହୁଥିଲେ। ସୋମବାର ଦୁହେଁ ଦିଲ୍ଲୀର ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ । ବୁଲିବା ସମୟରେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଯାହାଫଳରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟାରେ ତାଙ୍କ ସମ୍ପର୍କୀୟମାନେ ପହଞ୍ଚିବା ପରେ ଅଞ୍ଜଳି ଫ୍ଲାଟ୍କୁ ପଳାଇ ଆସିଥିଲେ...
ये हैं अभिषेक और अंजलि। 3 महीने पहले लव मैरिज हुई। कल दोनों दिल्ली चिड़ियाघर घूमने गए। वहां अभिषेक के सीने में दर्द हुआ। सफदरजंग हॉस्पिटल में मौत हो गई। पति की बॉडी जैसे ही घर पर आई तो पत्नी सदमा नहीं झेल पाई और 7वीं मंजिल से कूदकर जान दे दी।