ସାଙ୍ଗମାନଙ୍କ ସହ ହୋଲି ଖେଳି ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

ଢେଙ୍କାନାଳ ୨୬।୩: ମଉଳି ଗଲା ହୋଲି ଖେଳ ଖୁସିର ମାହୋଲ । ଆଉ ସାଙ୍ଗ ମାନଙ୍କ ସହିତ ହୋଲି ଖେଳି ମସଗୁଲ ଥିବା ଜଣେ ଯୁବକ ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ । ପରେ ଗ୍ରାମବାସୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ଗ୍ରାମରେ । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ଗ୍ରାମରେ ଯୁବକମାନେ ହୋଲି ଖେଲିବା ପରେ ଗ୍ରାମ ପାଖ ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ ।  ତେବେ ୫-୬ ଜଣ ସାଙ୍ଗ ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡି ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ  ଖୋଜାଖୋଜି କରି ଉଦ୍ଧାର କରିଥିଲେ । ପ୍ରଥମେ ଯୁବକଙ୍କୁ ଭାପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ମାତ୍ର ଯୁବକ ଜଣଙ୍କ ନଦୀରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ କଦଳୀ ପାଳ ଗ୍ରାମର ବୈକୁଣ୍ଠ ସାହୁ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି । ତେବେ ତାଙ୍କ ସହ ନଦୀରେ ଗାଧାଉଥିବା ଅନ୍ୟ ଯୁବକ ଆଣେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ରାସୋଳ ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ପରେ କଦଳୀପାଳ ଅ

ସାଙ୍ଗମାନଙ୍କ ସହ ହୋଲି ଖେଳି ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

ଢେଙ୍କାନାଳ ୩: ମଉଳି ଗଲା ହୋଲି ଖେଳ ଖୁସିର ମାହୋଲ । ଆଉ ସାଙ୍ଗ ମାନଙ୍କ ସହିତ ହୋଲି ଖେଳି ମସଗୁଲ ଥିବା ଜଣେ ଯୁବକ ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ । ପରେ ଗ୍ରାମବାସୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ଗ୍ରାମରେ ଯୁବକମାନେ ହୋଲି ଖେଲିବା ପରେ ଗ୍ରାମ ପାଖ ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ ।  ତେବେ ୫-୬ ଜଣ ସାଙ୍ଗ ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡି ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ  ଖୋଜାଖୋଜି କରି ଉଦ୍ଧାର କରିଥିଲେ । ପ୍ରଥମେ ଯୁବକଙ୍କୁ ଭାପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ମାତ୍ର ଯୁବକ ଜଣଙ୍କ ନଦୀରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ କଦଳୀ ପାଳ ଗ୍ରାମର ବୈକୁଣ୍ଠ ସାହୁ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି । ତେବେ ତାଙ୍କ ସହ ନଦୀରେ ଗାଧାଉଥିବା ଅନ୍ୟ ଯୁବକ ଆଣେ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ରାସୋଳ ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ପରେ କଦଳୀପାଳ ଅଞ୍ଚଳରେ ହୋଲି ପର୍ବର ମହୋଲ ସମ୍ପୂର୍ଣ୍ଣ ଫିକା ପଡି ଯାଇଥିବା ବେଳେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । 

You Can Read :

ତାରାତାରିଣୀ ପୀଠରେ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ, ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ମା’