ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଦେଢ଼ ମାସ ବିତିଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ

ମୋରଡ଼ା,୧୧ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଥିବା ବେଳେ ଘଟଣା ଘଟିବାର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗରେ ନାବାଳିକାଙ୍କ ମାତାପିତାଙ୍କ ସହିତ ସମାଜସେବୀ, କୁଡୁମୀ ସେନା, ପେସାର ସଦସ୍ୟ, ଭାଜପା ନେତ୍ରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀ ମୋରଡ଼ା ଥାନା ଆଗରେ ଧାରଣାରେ ବସିଛନ୍ତି। ଘଟଣା ମୁତାବକ, ଗତ ଜୁଲାଇ ୧୩ ତାରିଖରେ ଉକ୍ତ ଥାନା ଅଞ୍ଚଳରେ […] The post ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଦେଢ଼ ମାସ ବିତିଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ appeared first on Dharitri Odia News.

ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଦେଢ଼ ମାସ ବିତିଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ

ମୋରଡ଼ା,୧୧ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ହୋଇଥିବା ବେଳେ ଘଟଣା ଘଟିବାର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗରେ ନାବାଳିକାଙ୍କ ମାତାପିତାଙ୍କ ସହିତ ସମାଜସେବୀ, କୁଡୁମୀ ସେନା, ପେସାର ସଦସ୍ୟ, ଭାଜପା ନେତ୍ରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀ ମୋରଡ଼ା ଥାନା ଆଗରେ ଧାରଣାରେ ବସିଛନ୍ତି।

ଘଟଣା ମୁତାବକ, ଗତ ଜୁଲାଇ ୧୩ ତାରିଖରେ ଉକ୍ତ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷର ଆଦିବାସୀ ନାବାଳକ ବିଭିନ୍ନ ପ୍ରଲୋଭନ ଦେଖାଇ ସ୍ଥାନୀୟ ଏକ ବୁଦା ନିକଟରେ ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିଥିବା ନେଇ ଶିଶୁକନ୍ୟାଙ୍କ ମା’ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ୧୯୧/୨୪ରେ ଏକ ମାମଲା ରୁଜୁ ହୋଇଥିଲା।

ତେବେ ଘଟଣା ଘଟିବାର ପାଖାପାଖି ଦୁଇମାସ ହୋଇଯାଇଥିଲେ ମଧ୍ୟ ପୋଲିସ ନାବାଳକଙ୍କୁ ଗିରଫ କରି ପାରିନାହିଁ। ତେଣୁ ବୁଧବାର ଶିଶୁକନ୍ୟାଙ୍କ ପିତାମାତାଙ୍କ ସହିତ ସମାଜସେବୀ ଗୀତା ହେମ୍ବ୍ରମ,କୁଡୁମୀ ସେନା ସଦସ୍ୟ ବିଶ୍ୱନାଥ ମହାନ୍ତ,ବ୍ରଜକିଶୋର ନାଏକ,ପେସା ସଦସ୍ୟ ତପନ ମୁର୍ମୁ, ସ୍ଥାନୀୟ ଅଞ୍ଚଳବାସୀ ସାଗରାମ ମୁର୍ମୁ, ମଙ୍ଗଲ ହାଁସଦା, ଭାଜପା ମୋରଡ଼ା ମଣ୍ଡଳ ମହିଳା ସଭାପତି କୁମୁଦିନୀ ମହାକୁଡ଼ ମୋରଡ଼ା ଥାନା ଆଗରେ ଆଜି ଅପରାହ୍ନରେ ଧାରଣାରେ ବସିଛନ୍ତି। ଥାନା ଅଧିକାରୀ ସତ୍ୟ ନାରାୟଣଙ୍କୁ ଘଟଣା ବାବଦରେ ତଥା ଦୋଷୀଙ୍କୁ ଗିରଫ କରିବା ବିଷୟରେ ପଚାରିବାରୁ ରାଗି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ଗୀତା ହେମ୍ବ୍ରମ। ତେବେ ଘଟଣା ବାବଦରେ ଶ୍ରୀ ବଳଙ୍କୁ ପଚାରିବାରୁ ଉକ୍ତ ଘଟଣାକୁ ନେଇ ଏକ ଟିମ୍‌ ଗଠନ କରାଯାଇଛି ଏବଂ ପୋଲିସ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି।

The post ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର, ଦେଢ଼ ମାସ ବିତିଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ appeared first on Dharitri Odia News.