ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ

ଅନୁଗୋଳ,୩।୭ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡରେ ଗତ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକ ସମୀର ନାଏକ (୧୩)ଙ୍କ ପରିବାରକୁ ଭେଟିଛନ୍ତି ଭାଜପା ପ୍ରତିନିଧିମଣ୍ଡଳୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ସୋମବାର ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ଜିଲା ସଭାପତି ଡିଲେଶ୍ବର ପ୍ରଧାନ, ଡିଏଫଓ ସରୋଜ ପଣ୍ଡା ପ୍ରମୁଖ ଟିକରପଡ଼ାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ମୃତ ନାବାଳକଙ୍କ ପରିବାରକୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ […] The post ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ appeared first on Dharitri Odia News.

ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ

ଅନୁଗୋଳ,୩।୭ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡରେ ଗତ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକ ସମୀର ନାଏକ (୧୩)ଙ୍କ ପରିବାରକୁ ଭେଟିଛନ୍ତି ଭାଜପା ପ୍ରତିନିଧିମଣ୍ଡଳୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ସୋମବାର ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ଜିଲା ସଭାପତି ଡିଲେଶ୍ବର ପ୍ରଧାନ, ଡିଏଫଓ ସରୋଜ ପଣ୍ଡା ପ୍ରମୁଖ ଟିକରପଡ଼ାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ମୃତ ନାବାଳକଙ୍କ ପରିବାରକୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି, ମୃତକଙ୍କ ଭଉଣୀର ପାଠ ପଢ଼ିବା ବ୍ୟବସ୍ଥା କରାଯିବ ବୋଲି ପ୍ରତିନିଧିମଣ୍ଡଳୀ ପ୍ରକାଶ କରିଥିଲେ। ସାତକୋଶିଆ ଗଣ୍ଡରେ ଥିବା ଗାଧୁଆ ତୁଠକୁ ସୁରକ୍ଷିତ କରିବା ପାଇଁ ଜାଲି ଲଗାଇବା ବ୍ୟବସ୍ଥା କରାଯିବା ସହ ଲୋକମାନେ ଭୟଭୀତ ନ ହେବା ପାଇଁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବଜିତ ମିଶ୍ର, ଅନନ୍ତ ବାସୁଦେବ ମହାନ୍ତି, ବିଦ୍ୟାଧର ଚିନାରା, ଜନାର୍ଦ୍ଦନ ସାହୁ, ଝୁନୁଲତା ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ବେଦବ୍ୟାସ ପ୍ରଧାନ, ବିକାଶ ବେହେରା, ସମୀର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

The post ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ appeared first on Dharitri Odia News.