ସାଧାରଣ ଅଭିଭାବକଙ୍କ ଭଳି ସ୍କୁଲ ବାହାରେ ସ୍ପଟ୍ ହେଲେ ମୁକେଶ ଓ ନିତା ଅମ୍ବାନୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ୧୩।୩: ମୁକେଶ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ପିଲାଙ୍କ ପ୍ଲେ ସ୍କୁଲ ବାହାରେ ଅପେକ୍ଷା କରିଥିବାର ସ୍ପଟ ହୋଇଛନ୍ତି। ଏହି ସମୟରେ ଇଶାଙ୍କୁ ବିନା ମେକଅପରେ ଓ କାଜୁଆଲ ଡ୍ରେସ୍‌ରେ ଦେଖାଯାଇଛି। ସେ ସାଧାରଣ ଅଭିଭାବକଙ୍କ ଭଳି ପ୍ଲେ ସ୍କୁଲ ଗେଟ୍ ବାହାରେ ପିଲାଙ୍କୁ ଅପେକ୍ଷା କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଇଶାଙ୍କ ଦୁଇ ପିଲା କୃଷ୍ଣା ଓ ଆଦିୟା ଏବେ ପ୍ଲେ ସ୍କୁଲ ଯାଉଛନ୍ତି। ବ୍ୟସ୍ତ ଦିନଚର୍ଯ୍ୟା ସତ୍ତ୍ୱେ ଇଶା ନିଜ ଦୁଇ ପିଲାଙ୍କୁ ନିତିଦିନ ସ୍କୁଲକୁ ନେବା ଓ ଆଣିବା କରୁଛନ୍ତି। ଏହିକ୍ରମରେ ଇସା ମାର୍ଚ୍ଚ ୧୩ ବୁଧବାର ପିଲାଙ୍କୁ ସ୍କୁଲରୁ ଆଣିବାକୁ ଯାଇଥିବା ବେଳେ ସେଠାରେ ମହଜୁଦ ପାପରାଜୀ ତାଙ୍କୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ଯେଉଁଠି ନିତା ଓ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ  ସାଧାରଣ ଅଭିଭାବକଙ୍କ ଗହଣରେ ଦେଖାଯାଇଛନ୍ତି। ଏହି ସମୟରେ ଇଶାଙ୍କୁ କାଜୁଆଲ ଲୁକ୍‌ରେ ଦେଖାଯାଇଛି। ସେ ବିନା ମେକ୍-ଆପରେ ପ୍ୟାଣ୍ଟ ସହିତ ହ୍ୱାଇଟ୍‌ ଟି-ସାର୍ଟ ପିନ୍ଧି ଥିବାର ଦେଖାଯାଇଛନ୍ତି। ପ୍ଲେ ସ୍କୁଲ ଗେଟ୍ ବାହାରେ ଇଶା ତାଙ୍କ ପିଲାଙ୍କ ଫେରିବାକୁ ଅପେକ୍ଷା କରିଥିଲେ। ପିଲାମାନେ ସ୍କୁଲରୁ ବାହାରିବା ମାତ୍ରେ ଇଶା ତାଙ୍କ ଝିଅ ଆଦିୟାକୁ କୋଳକୁ ଉଠାଇ ନେଇଥିଲେ। ବୋ କ୍ଲିପ୍‌ ସହିତ ପୋନିଟେଲରେ ଆଦିୟା ବେଶ୍ କ୍ୟୁଟ ଦିଶୁଥିଲେ। ଇଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର ୨୦୧୨ରେ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ପିରାମଲ ଗ

ସାଧାରଣ ଅଭିଭାବକଙ୍କ ଭଳି ସ୍କୁଲ ବାହାରେ ସ୍ପଟ୍ ହେଲେ ମୁକେଶ ଓ ନିତା ଅମ୍ବାନୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ୧୩।୩: ମୁକେଶ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ପିଲାଙ୍କ ପ୍ଲେ ସ୍କୁଲ ବାହାରେ ଅପେକ୍ଷା କରିଥିବାର ସ୍ପଟ ହୋଇଛନ୍ତି। ଏହି ସମୟରେ ଇଶାଙ୍କୁ ବିନା ମେକଅପରେ ଓ କାଜୁଆଲ ଡ୍ରେସ୍‌ରେ ଦେଖାଯାଇଛି। ସେ ସାଧାରଣ ଅଭିଭାବକଙ୍କ ଭଳି ପ୍ଲେ ସ୍କୁଲ ଗେଟ୍ ବାହାରେ ପିଲାଙ୍କୁ ଅପେକ୍ଷା କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଇଶାଙ୍କ ଦୁଇ ପିଲା କୃଷ୍ଣା ଓ ଆଦିୟା ଏବେ ପ୍ଲେ ସ୍କୁଲ ଯାଉଛନ୍ତି। ବ୍ୟସ୍ତ ଦିନଚର୍ଯ୍ୟା ସତ୍ତ୍ୱେ ଇଶା ନିଜ ଦୁଇ ପିଲାଙ୍କୁ ନିତିଦିନ ସ୍କୁଲକୁ ନେବା ଓ ଆଣିବା କରୁଛନ୍ତି। 

ଏହିକ୍ରମରେ ଇସା ମାର୍ଚ୍ଚ ୧୩ ବୁଧବାର ପିଲାଙ୍କୁ ସ୍କୁଲରୁ ଆଣିବାକୁ ଯାଇଥିବା ବେଳେ ସେଠାରେ ମହଜୁଦ ପାପରାଜୀ ତାଙ୍କୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ଯେଉଁଠି ନିତା ଓ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ  ସାଧାରଣ ଅଭିଭାବକଙ୍କ ଗହଣରେ ଦେଖାଯାଇଛନ୍ତି। ଏହି ସମୟରେ ଇଶାଙ୍କୁ କାଜୁଆଲ ଲୁକ୍‌ରେ ଦେଖାଯାଇଛି। ସେ ବିନା ମେକ୍-ଆପରେ ପ୍ୟାଣ୍ଟ ସହିତ ହ୍ୱାଇଟ୍‌ ଟି-ସାର୍ଟ ପିନ୍ଧି ଥିବାର ଦେଖାଯାଇଛନ୍ତି। ପ୍ଲେ ସ୍କୁଲ ଗେଟ୍ ବାହାରେ ଇଶା ତାଙ୍କ ପିଲାଙ୍କ ଫେରିବାକୁ ଅପେକ୍ଷା କରିଥିଲେ। 

ପିଲାମାନେ ସ୍କୁଲରୁ ବାହାରିବା ମାତ୍ରେ ଇଶା ତାଙ୍କ ଝିଅ ଆଦିୟାକୁ କୋଳକୁ ଉଠାଇ ନେଇଥିଲେ। ବୋ କ୍ଲିପ୍‌ ସହିତ ପୋନିଟେଲରେ ଆଦିୟା ବେଶ୍ କ୍ୟୁଟ ଦିଶୁଥିଲେ। ଇଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର ୨୦୧୨ରେ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ପିରାମଲ ଗ୍ରୁପର ମୁଖିଆ ଅଜୟ ଓ ସ୍ୱାତୀଙ୍କ ପୁଅ ହେଉଛନ୍ତି ଆନନ୍ଦ ପିରାମଲ। ବିବାହର ପାଖାପାଖି ୪ ବର୍ଷ ପରେ ଇଶା ଦୁଇ ଝିଅ ଆଦିୟା ଓ କୃଷ୍ଣାଙ୍କୁ ଜନ୍ମ ଦେଇଥିଲେ।