ସାଧାରଣ ଲୋକଙ୍କୁ ପୁଣି ଝଟ୍‌କା : ୫୦ ପ୍ରତିଶତ ବଢିବ ଯଷ୍ମା,ଶ୍ବାସ,ଚକ୍ଷୁ ଏବଂ ମାନସିକ ରୋଗୀଙ୍କ ଔଷଧ ମୂଲ୍ୟ

ନୂଆଦିଲ୍ଲୀ : ଦେଶରେ ସାଧାରଣ ଲୋକଙ୍କୁ ଝଟ୍‌କା ପରେ ଝଟ୍‌କା ଲାଗିବାକୁ ଯାଉଛି। ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଏବେ ଔଷଧ ସାମଗ୍ରୀର ମୂଲ୍ୟ ବଢ଼ିବାକୁ ଯାଉଛି। ଏହି ଦର ବୃଦ୍ଧି ୮ ଜରୁରୀ ଔଷଧ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି। ଏହି ଜରୁରୀ ଔଷଧଗୁଡିକ ଯଷ୍ମା,ଶ୍ବାସ,ଚକ୍ଷୁ ଏବଂ ମାନସିକରୋଗରେ ପୀଡିତ ରୋଗୀମାନେ ବ୍ୟବହାର କରିଥାନ୍ତି। ବହୁଳ ଭାବେ ବ୍ୟବହୃତ ଏହି ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି ରୋଗୀମାନଙ୍କ ରୋଗ ଆହୁରି ବଢ଼ାଇଦେବ। ଜାତୀୟ ଔଷଧ ମୂଲ୍ୟ […]

ସାଧାରଣ ଲୋକଙ୍କୁ ପୁଣି ଝଟ୍‌କା : ୫୦ ପ୍ରତିଶତ ବଢିବ ଯଷ୍ମା,ଶ୍ବାସ,ଚକ୍ଷୁ ଏବଂ ମାନସିକ ରୋଗୀଙ୍କ ଔଷଧ ମୂଲ୍ୟ
NPPA recommendations to increase the price of eight scheduled drugs by 50 per cent

ନୂଆଦିଲ୍ଲୀ : ଦେଶରେ ସାଧାରଣ ଲୋକଙ୍କୁ ଝଟ୍‌କା ପରେ ଝଟ୍‌କା ଲାଗିବାକୁ ଯାଉଛି। ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଏବେ ଔଷଧ ସାମଗ୍ରୀର ମୂଲ୍ୟ ବଢ଼ିବାକୁ ଯାଉଛି। ଏହି ଦର ବୃଦ୍ଧି ୮ ଜରୁରୀ ଔଷଧ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି। ଏହି ଜରୁରୀ ଔଷଧଗୁଡିକ ଯଷ୍ମା,ଶ୍ବାସ,ଚକ୍ଷୁ ଏବଂ ମାନସିକରୋଗରେ ପୀଡିତ ରୋଗୀମାନେ ବ୍ୟବହାର କରିଥାନ୍ତି। ବହୁଳ ଭାବେ ବ୍ୟବହୃତ ଏହି ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି ରୋଗୀମାନଙ୍କ ରୋଗ ଆହୁରି ବଢ଼ାଇଦେବ।

ଜାତୀୟ ଔଷଧ ମୂଲ୍ୟ ପ୍ରାଧିକରଣ( ଏନ୍‌ପିପିଏ) ୮ ଔଷଧର ମୂଲ୍ୟ ବୃଦ୍ଧି କରିବାକୁ ଇତି ମଧ୍ୟରେ ସୁପାରିସ କରିସାରିଛି। ଫଳରେ ଉପରୋକ୍ତ ଜରୁରୀ ଔଷଧଗୁଡିକ ମୂଲ୍ୟ ୫୦ ପ୍ରତିଶତ ଯାଏ ବଢ଼ିଯିବ। ଏଠାରେ ସୂଚନାଯୋଗ୍ୟ ଯେ, ଏସବୁ ଔଷଧ କୌଣସି ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡିକରେ ପ୍ରଥମ ବିକଳ୍ପ ଭାବେ ବ୍ୟବହାର କରାଯାଇଥାଏ।

ଏନ୍‌ପିପିଏର କହିବାନୁଯାୟୀ, ଔଷଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି। ୮ ଔଷଧଗୁର ୧୧ ଫର୍ମୁଲେସନ୍‌ର ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ଡ୍ରଗ୍ ମୂଲ୍ୟ ପ୍ରାଧିକରଣ ସହିତ କରିଥିବା ଏକ ବୈଠକରେ ନିଷ୍ପତ୍ତି ନେଇଥିଲା। ଯେଉଁ ଔଷଧର ଗୁଡିକର ମୂଲ୍ୟ ବୃଦ୍ଧି ହୋଇଛି ସେଗୁଡିକ ହେଉଛି, ବେନଜିଲ୍ ପେନିସିଲିନ୍ ୧୦ ଲକ୍ଷ ଆଇୟୁ ଇଞ୍ଜେକ୍ସନ୍,ଆଟ୍ରୋପାଇନ୍ ଇଞ୍ଜେକ୍ସନ୍ ୦୬ ଏମ୍‌ଜି/ଏମ୍‌ଏଲ୍‌, ଷ୍ଟ୍ରେପଟୋମାଇସିନ୍ ପାଉଡର୍, ସାଲବୁଟାମୋଲ ଟାବଲେଟ୍ ୨ ଏମ୍‌ଜି ଏବଂ ୪ ଏମ୍‌ଜି, ପାଇଲୋକାର୍ପାଇନ୍ ୨%ଡ୍ରପ୍, ସେଫାଡ୍ରକ୍ସିଲ୍ ଟାବଲେଟ୍ ୫୦୦ ଏମ୍‌ଜି ଏବଂ ଲିଥିୟମ୍ ଟ୍ୟାବଲେଟ୍ ୩୦୦ ଏମ୍‌ଜି।

ତେବେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକର କହିବା ହେଉଛି, ଏହି ଔଷଧଗୁଡିକର ସର୍ବାଧିକବିକ୍ରି ମୂଲ୍ୟ ଏତେ କମ୍ ଥିଲା ଯେ ସେଗୁଡିକ ଉତ୍ପାଦନ ଏବଂ ମାର୍କେଟିଂ କରୁଥିବା କମ୍ପାନୀଗୁଡିକ କ୍ଷତି ସହୁଥିଲେ। ଏହି କାରଣରୁ, କେତେକ କମ୍ପାନୀ ସେଗୁଡିକର ମାର୍କେଟିଂ ବନ୍ଦ କରିଦେଇଥିଲେ। ଏହାପରେ କିଛି କମ୍ପାନୀ ସେମାନଙ୍କ ମାର୍କେଟିଂ ବନ୍ଦ କରିବାକୁ ଏନ୍‌ପିପିଏକୁ ନିବେଦନ କରିଥିଲେ। ଯେହେତୁ ଏଗୁଡିକୁ ବହୁଳ ଭାବେ ବ୍ୟବହୃତ ହେଉଥିଲା ତେଣୁ ସେଗୁଡିକର ଯୋଗାଣ ମଧ୍ୟ ବହୁତ ପ୍ରଭାବିତ ହୋଇଥିଲା। ରୋଗୀମାନଙ୍କ ସହ ଡାକ୍ତରମାନଙ୍କୁ ଏଥିଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା।