ସାଧୁ ବେଶରେ ସୈତାନ: ମୁଣ୍ଡିଆ ମାରି ମନ୍ଦିର ଲୁଟନ୍ତି

କନକ ବ୍ୟୁରୋ: ଜଗତସିଂହପୁରର ଜଘନ୍ୟ ଚୋର। ଅଭିନବ ଉପାୟରେ ଦୁଇ ଭାଇଙ୍କ ମୂର୍ତ୍ତି ଚୋରି। ଦିନରେ ମନ୍ଦିର ବୁଲନ୍ତି, ରାତିରେ ମନ୍ଦିରରୁ କଳାକନା ବୁଲାନ୍ତି। ଜଗତସିଂହପୁର ଜିଲ୍ଲାର ଦୁଇ ଲୁଟେରା ଭାଇଙ୍କୁ ଧରିଛି କମିଶନରେଟ୍ ପୋଲିସ। ଏମାନେ ମନ୍ଦିରରୁ ଭୂର୍ତ୍ତି ଚୋରି କରିବାରେ ଥିଲେ ମାହିର୍।  ଭଗବାନଙ୍କୁ ଲୁଟିବାକୁ ଭଗବାନଙ୍କୁ ପ୍ରାର୍ଥନା। ଦିନରେ ମନ୍ଦିର ବୁଲନ୍ତି। କେହି ଯେପରି ସନ୍ଦେହ ନ କରିବେ ଚିତା ଚଇତନ କାଟି ବ୍ରାହ୍ମଣ ବେଶରେ ରୁହନ୍ତି। ଦିନ ତମାମ ରେକି କରି ରାତିରେ ମନ୍ଦିର ଲୁଟି ଫେରାର ହୋଇଯାଆନ୍ତି ଦୁଇ କୁଖ୍ୟାତ ଚୋର ବରଦା ଓ ଅନଦା ଆଚାର୍ଯ୍ୟ। ଭୁବନେଶ୍ୱରର ବିଲେଶ୍ୱର ମନ୍ଦିରରୁ ଚୋରି ପରେ ଉଭୟଙ୍କୁ ଧରିଛି କମିଶନରେଟ ପୋଲିସ। ଖୋଳତାଡ କରି ଜାଣିବାକୁ ପାଇଛି ଉଭୟ ଅନଦା ଓ ବରଦା ୨ ଭାଇ। ଜଗତସିଂହପୁରର ଏହି ଜଘନ୍ୟ ଚୋରଙ୍କ ଚେର ଲମ୍ବିଛି ବିଦେଶ ଯାଏଁ। ପ୍ରଭୁ ଶିବଙ୍କ ନାଗ ସାପ ମୂର୍ତ୍ତି ଠାରୁ ଦେବୀ ମା’ଙ୍କ ସୁନା ହାର, ଅଷ୍ଟଧାତୁ ମୂର୍ତ୍ତି, ଠାକୁରଙ୍କ ମୁକୁଟ, ଦୁଇ ଭାଇଙ୍କ ଠାରୁ ଜବତ କରିଛି ପୋଲିସ।  ପୁରୁଣା ମୂର୍ତ୍ତିକୁ ବିଦେଶ ଚୋରା ଚାଲାଣ କରୁଥିବା ରାକେଟରେ ଏମାନଙ୍କର ସମ୍ପୃକ୍ତି ନେଇ ସନ୍ଦେହ କରୁଛି ପୋଲିସ।  ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଟାର୍ଗେଟ କରିଥିଲେ ଏହି ଦୁଇ ଭାଇ। ଜଗତସିଂହପୁରରେ କିଛି ମନ୍ଦିରରେ କଳାକନା ବୁଲାଇବା ପର

ସାଧୁ ବେଶରେ ସୈତାନ: ମୁଣ୍ଡିଆ ମାରି ମନ୍ଦିର ଲୁଟନ୍ତି

କନକ ବ୍ୟୁରୋ: ଜଗତସିଂହପୁରର ଜଘନ୍ୟ ଚୋର। ଅଭିନବ ଉପାୟରେ ଦୁଇ ଭାଇଙ୍କ ମୂର୍ତ୍ତି ଚୋରି। ଦିନରେ ମନ୍ଦିର ବୁଲନ୍ତି, ରାତିରେ ମନ୍ଦିରରୁ କଳାକନା ବୁଲାନ୍ତି। ଜଗତସିଂହପୁର ଜିଲ୍ଲାର ଦୁଇ ଲୁଟେରା ଭାଇଙ୍କୁ ଧରିଛି କମିଶନରେଟ୍ ପୋଲିସ। ଏମାନେ ମନ୍ଦିରରୁ ଭୂର୍ତ୍ତି ଚୋରି କରିବାରେ ଥିଲେ ମାହିର୍। 

ଭଗବାନଙ୍କୁ ଲୁଟିବାକୁ ଭଗବାନଙ୍କୁ ପ୍ରାର୍ଥନା। ଦିନରେ ମନ୍ଦିର ବୁଲନ୍ତି। କେହି ଯେପରି ସନ୍ଦେହ ନ କରିବେ ଚିତା ଚଇତନ କାଟି ବ୍ରାହ୍ମଣ ବେଶରେ ରୁହନ୍ତି। ଦିନ ତମାମ ରେକି କରି ରାତିରେ ମନ୍ଦିର ଲୁଟି ଫେରାର ହୋଇଯାଆନ୍ତି ଦୁଇ କୁଖ୍ୟାତ ଚୋର ବରଦା ଓ ଅନଦା ଆଚାର୍ଯ୍ୟ। ଭୁବନେଶ୍ୱରର ବିଲେଶ୍ୱର ମନ୍ଦିରରୁ ଚୋରି ପରେ ଉଭୟଙ୍କୁ ଧରିଛି କମିଶନରେଟ ପୋଲିସ। ଖୋଳତାଡ କରି ଜାଣିବାକୁ ପାଇଛି ଉଭୟ ଅନଦା ଓ ବରଦା ୨ ଭାଇ। ଜଗତସିଂହପୁରର ଏହି ଜଘନ୍ୟ ଚୋରଙ୍କ ଚେର ଲମ୍ବିଛି ବିଦେଶ ଯାଏଁ। ପ୍ରଭୁ ଶିବଙ୍କ ନାଗ ସାପ ମୂର୍ତ୍ତି ଠାରୁ ଦେବୀ ମା’ଙ୍କ ସୁନା ହାର, ଅଷ୍ଟଧାତୁ ମୂର୍ତ୍ତି, ଠାକୁରଙ୍କ ମୁକୁଟ, ଦୁଇ ଭାଇଙ୍କ ଠାରୁ ଜବତ କରିଛି ପୋଲିସ।  ପୁରୁଣା ମୂର୍ତ୍ତିକୁ ବିଦେଶ ଚୋରା ଚାଲାଣ କରୁଥିବା ରାକେଟରେ ଏମାନଙ୍କର ସମ୍ପୃକ୍ତି ନେଇ ସନ୍ଦେହ କରୁଛି ପୋଲିସ।  ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବ ପୋଲିସ।

ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଟାର୍ଗେଟ କରିଥିଲେ ଏହି ଦୁଇ ଭାଇ। ଜଗତସିଂହପୁରରେ କିଛି ମନ୍ଦିରରେ କଳାକନା ବୁଲାଇବା ପରେ ପୁରାତନ ଠାକୁର ମୂର୍ତ୍ତି ଚୋରି କରିବାକୁ  ଭୁବନେଶ୍ୱର ଚାଲି ଆସିଥିଲେ ବରଦା ଓ ଅନଦା। ଭୁବନେଶ୍ୱର ସମେତ କଟକ ଓ ପୁରୀରେ ପାଖାପାଖି ୧୨ଟି ମନ୍ଦିରରୁ ମୂର୍ତ୍ତି, ଅଳଙ୍କାର ଏପରିକି ଠାକୁରଙ୍କ ପ୍ରସାଦ ପାତ୍ରକୁ ମଧ୍ୟ ଲୁଟ୍ କରିଥିଲେ। ଭୁବନେଶ୍ୱରରୁ ୨ ଭାଇ ଚୋରି କରୁଥିଲେ ଆଉ ସବୁ ଚୋରି ସାମଗ୍ରୀକୁ ବିକିବାର ଦାୟିତ୍ବ ନେଇଥିଲା ଜଗତସିଂହପୁରରେ ରହୁଥିବା ବଡ ଭାଇ ସାରଦା। ଜଗତସିଂହପୁରରେ ଅଦ୍ଧନିର୍ମିତ ଘରର ମାଟିତଳୁ ୮ ବସ୍ତା ଚୋରି ସାମଗ୍ରୀ ଜବତ କରିଛି ପୋଲିସ। 

ଗୋଟିଏ ପରିବାରର ଏ ୩ ଚୋରଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବଡ଼ଭାଇ ସାରଦାର ଷଡଯନ୍ତ୍ରରେ ବରଦା ରଚୁଥିଲା ବ୍ଲୁ-ପ୍ରିଣ୍ଟ ଆଉ ସାନଭାଇ ଅନଦା ନିଜ ଅନ୍ଦାଜରେ ମନ୍ଦିରରୁ ଉଠାଇ ନେଉଥିଲା ଠାକୁର। ହେଲେ ଏବେ ବି ଏମାନଙ୍କ ଏମୋ ପୋଲିସ ପାଇଁ ସସପେନ୍ସ।