ସାନ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦୀର୍ଘ ଦିନର ବୟଫ୍ରେଣ୍ଡ୍ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି କପଲ୍ ମୁମ୍ବାଇରେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ହାତକୁ ଦି’ ହାତ ହୋଇଛନ୍ତି। ଉଭୟ ଏବେ ଆନୁଷ୍ଠାନିକ ଭାବେ ସ୍ବାମୀ ଏବଂ ସ୍ତ୍ରୀ। ସୋନାକ୍ଷ-ଜାହିର ଖୁବ୍ଶୀଘ୍ର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟରେ ରିସେପ୍ସନ ପାର୍ଟିରେ ନଜର ଆସିବେ। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ। ବିବାହ ପରେ ସୋନାକ୍ଷୀ-ଜାହିର ସ୍ବାମୀ […] The post ସାନ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର appeared first on Dharitri Odia News.
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦୀର୍ଘ ଦିନର ବୟଫ୍ରେଣ୍ଡ୍ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି କପଲ୍ ମୁମ୍ବାଇରେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ହାତକୁ ଦି’ ହାତ ହୋଇଛନ୍ତି। ଉଭୟ ଏବେ ଆନୁଷ୍ଠାନିକ ଭାବେ ସ୍ବାମୀ ଏବଂ ସ୍ତ୍ରୀ। ସୋନାକ୍ଷ-ଜାହିର ଖୁବ୍ଶୀଘ୍ର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟରେ ରିସେପ୍ସନ ପାର୍ଟିରେ ନଜର ଆସିବେ। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ। ବିବାହ ପରେ ସୋନାକ୍ଷୀ-ଜାହିର ସ୍ବାମୀ ଏବଂ ସ୍ତ୍ରୀ ଭାବରେ ସେମାନଙ୍କର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଉଭୟ ଧଳା ଆଉଟ୍ଫିଟ୍ରେ ନଜର ଆସିଛନ୍ତି।
ଫଟୋ ଶେୟାର କରି ଏକ ସୁନ୍ଦର ନୋଟ ମଧ୍ୟ ସୋନାକ୍ଷୀ ଲେଖିଛନ୍ତି, ସାତ ବର୍ଷ ପୂର୍ବେ (୨୩.୦୬.୨୦୧୭) ଏହି ଦିନ, ଆମେ ପରସ୍ପରର ଆଖିରେ ପ୍ରେମ ଦେଖିଥିଲୁ ଏବଂ ସେହି ସମୟରେ ଆମେ ପରସ୍ପରକୁ ହାତ ଧରି ରଖିବାକୁ ସ୍ଥିର କରିଥିଲୁ। ଆଜି ଆମର ପ୍ରେମ ଆମକୁ ଏହି ମୁହୂର୍ତ୍ତରେ ଆଣି ପହଞ୍ଚାଇଛି, ଯେଉଁଠାରେ ଆମ ୨ ପରିବାର ଏବଂ ଆମ ୨ ଈଶ୍ୱରଙ୍କ ଆଶୀର୍ବାଦ ସହିତ, ଆମେ ବର୍ତ୍ତମାନ ସ୍ବାମୀ ଏବଂ ସ୍ତ୍ରୀ ହୋଇଛୁ। ଆମର ପ୍ରେମ ଏବଂ ଭରସା ସର୍ବଦା ଏହିପରି ରହୁ।
The post ସାନ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର appeared first on Dharitri Odia News.