ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ

ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ନରସିଂହ ଗଡ଼ ଗ୍ରାମ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ଶନିବାର ସକାଳେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ନରସିଂହଗଡ଼ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ଜାଳ ଆଣିବାକୁ ଯାଇଥିବା ବେଳେ ବାଘ ପାଦ ଚିହ୍ନ ଦେଖିବାକୁ ପାଇଥିଲେ। ଏନେଇ ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦଚିହ୍ନ ଦେଖିଥିଲେ। ଖବର ପାଇ ବ୍ରହ୍ମପୁର […] The post ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ appeared first on Dharitri Odia News.

ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ

ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ନରସିଂହ ଗଡ଼ ଗ୍ରାମ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ଶନିବାର ସକାଳେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ନରସିଂହଗଡ଼ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ଜାଳ ଆଣିବାକୁ ଯାଇଥିବା ବେଳେ ବାଘ ପାଦ ଚିହ୍ନ ଦେଖିବାକୁ ପାଇଥିଲେ। ଏନେଇ ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦଚିହ୍ନ ଦେଖିଥିଲେ। ଖବର ପାଇ ବ୍ରହ୍ମପୁର ସହ ବନ ସଂରକ୍ଷକ ଡ.ରୁଦ୍ର ପ୍ରସାଦ ରଥ,ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜଙ୍ଗଲରେ ଟ୍ରାପ କ୍ୟାମେରା ଖଞ୍ଜି ଫେରିଥିବା ଜଣାପଡ଼ିଛି। ବନବିଭାଗ କର୍ମଚାରୀ ବୃନ୍ଦ ନରସିଂହ ଗଡ଼, ଗଙ୍ଗାପୁର ସମେତ ଆଖପାଖ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରିବା ସହ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। ଦୁର୍ଗମ ଜଙ୍ଗଲ ମଧ୍ୟକୁ ଲୋକଙ୍କୁ ନ ଯିବା ଲାଗି କୁହାଯାଇଛି। କିଛି ମାସ ପୂର୍ବେ କଙ୍କୋରଡ଼ା ଗ୍ରାମ ନିକଟ କରାଖଣ୍ଡିରେ ବାଘ ବୁଲୁଥିବା ନେଇ ସିସିଟିଭି ଫୁଟେଜ୍‌ ଭାଇରାଲ ହେବା ପରେ ତାହା ଫିସିଙ୍ଗ କ୍ୟାଟ୍‌ ବା ବଣବିଲେଇ ବୋଲି ବନ ବିଭାଗ ତଦନ୍ତରୁ ଜଣାପଡ଼ିଥିଲା।

ସେହିପରି ରଘୁନାଥପୁର ନିକଟ ଜଙ୍ଗଲରେ ବାଘର ଗତିବିଧି ପ୍ରଚାରିତ ହେବା ପରେ ପରେ ସେ ନେଇ କୌଣସି ସାମାନ୍ୟତମ ସୂଚନା ମିଳି ନ ଥିଲା। ଏ ନେଇ ଦିଗପହଣ୍ଡି ରେଞ୍ଜରଙ୍କୁ ଯୋଗାଯୋଗ କରିବାରେ ସକାଳୁ ସନ୍ଧ୍ୟା ଯାଏ ନରସିଂହଗଡ଼ ଗ୍ରାମ ସଂଲଗ୍ନ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଟିମ୍‌ ଉପସ୍ଥିତ ରହି ଖାନତଲାସ କରିଥିଲେ ମଧ୍ୟ ବାଘ ଚଳପ୍ରଚଳ ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ। ବ୍ରହ୍ମପୁରରୁ ଆସିଥିବା ବନ ବିଭାଗ ଟିମ୍‌ ବାଘର ପାଦ ଚିହ୍ନକୁ ସଂଗ୍ରହ କରି ପରୀକ୍ଷା ନିରୀକ୍ଷା ନିମନ୍ତେ ନେଇଥିବା କହିଛନ୍ତି।

The post ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ appeared first on Dharitri Odia News.