ସାପକାମୁଡ଼ାକୁ ସୂଚନୀୟ ରୋଗ ଘୋଷଣାକଲା କେନ୍ଦ୍ର
ନୂଆଦିଲ୍ଲୀ,୩୦ା୧୧: ଭାରତରେ ସାପକାମୁଡ଼ା ଓ ତତ୍ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଘୋଷଣା କରିଛି। ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ ହେଉଥିବା ଏକ ତଥ୍ୟରୁ ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାରା ବିଶ୍ୱରେ ମୋଟ ଯେତିକି ସାପକାମୁଡ଼ା ମୃତ୍ୟୁ ଘଟୁଛି, ତାହାର ଅଧା ଭାରତରେ। ତେବେ ଏନେଇ ସରକାରଙ୍କ ପାଖରେ ଉପଯୁକ୍ତ ରିପୋର୍ଟ କରାଯାଉ ନ […] The post ସାପକାମୁଡ଼ାକୁ ସୂଚନୀୟ ରୋଗ ଘୋଷଣାକଲା କେନ୍ଦ୍ର appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୧୧: ଭାରତରେ ସାପକାମୁଡ଼ା ଓ ତତ୍ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଘୋଷଣା କରିଛି। ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ ହେଉଥିବା ଏକ ତଥ୍ୟରୁ ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାରା ବିଶ୍ୱରେ ମୋଟ ଯେତିକି ସାପକାମୁଡ଼ା ମୃତ୍ୟୁ ଘଟୁଛି, ତାହାର ଅଧା ଭାରତରେ। ତେବେ ଏନେଇ ସରକାରଙ୍କ ପାଖରେ ଉପଯୁକ୍ତ ରିପୋର୍ଟ କରାଯାଉ ନ ଥିବାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପୁଣ୍ୟସଲିଳା ଶ୍ରୀବାସ୍ତବ ସାପକାମୁଡ଼ାକୁ ଗୁରୁତ୍ୱ ଦେଇ ଏହା ଏକ ଉଲ୍ଲେଖନୀୟ ଜନସ୍ବାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି। ସାପକାମୁଡ଼ା ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବା ସହ ଋଗ୍ଣ ଏବଂ ବିକଳାଙ୍ଗ କରିଦେଉଛି। କୃଷକ ଓ ଆଦିବାସୀ ଲୋକଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସଚିବମାନଙ୍କୁ ପତ୍ର ଲେଖି ସାପକାମୁଡ଼ା ଓ ମୃତ୍ୟୁକୁ ରାଜ୍ୟ ଜନସ୍ବାସ୍ଥ୍ୟ ଆଇନ କିମ୍ବା ଅନ୍ୟାନ୍ୟ ଆଇନ ଅନୁଯାୟୀ, ସୂଚିତ ରୋଗ ବିବେଚନା କରିବାକୁ ଶ୍ରୀବାସ୍ତବ କହିଛନ୍ତି। ମେଡିକାଲ କଲେଜ ସମେତ ସମସ୍ତ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟସେବା କେନ୍ଦ୍ର ସମସ୍ତ ସନ୍ଦିଗ୍ଧ ସାପକାମୁଡ଼ା ମାମଲା ଓ ମୃତ୍ୟୁକୁ ରିପୋର୍ଟ କରିବା ଅନିବାର୍ଯ୍ୟ ବୋଲି ପତ୍ରରେ କୁହାଯାଇଛି। ଏହାଦ୍ୱାରା ସାପକାମୁଡ଼ା ସମ୍ପର୍କରେ ମୂଲ୍ୟବାନ୍ ତଥ୍ୟ ମିଳିବା ସହ ଏଥିପାଇଁ ଫଳପ୍ରଦ ହସ୍ତକ୍ଷେପ, ଅଧିକ ବିପଦପୂର୍ଣ୍ଣ ସ୍ଥାନ ଏବଂ ସାପକାମୁଡ଼ା ମୃତ୍ୟୁର କାରଣ ଆଦି ସମ୍ପର୍କରେ ମୂଲ୍ୟାୟନ କରାଯାଇପାରିବା ସହ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ।
The post ସାପକାମୁଡ଼ାକୁ ସୂଚନୀୟ ରୋଗ ଘୋଷଣାକଲା କେନ୍ଦ୍ର appeared first on Dharitri Odia News.