ସାବରକରଙ୍କ ସଂପର୍କରେ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲା, ଆସନ୍ତା ୨୩ରେ ହାଜର ପାଇଁ ସମନ୍

ନୂଆଦିଲ୍ଲୀ ୫/୧୦: ବଢିଲା ରାହୁଲଙ୍କ ଅଡୁଆ । ହାଜର ପାଇଁ ପୁନେ କୋର୍ଟଙ୍କ ସମନ୍‌ । ପୁଣି ଅଡୁଆରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନି ମାମଲାରେ ପୁନେ କୋର୍ଟ ରାହୁଲଙ୍କୁ ହାଜର ପାଇଁ ସମନ କରିଛନ୍ତି । ବୀର ସାବରକରଙ୍କ ସଂପର୍କରେ ରାହୁଲ ଗାନ୍ଧି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବାବେଳେ ସାବରକରଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ରାହୁଲଙ୍କ ମନ୍ତବ୍ୟ ବିରୋଧରେ ସାବରକରଙ୍କ ସଂପର୍କୀୟ ପୁତୁରା ପୁନେର କୋର୍ଟରେ ମାନହାନି ମକଦ୍ଦମା କରିଥିଲେ । ଏହାର ଶୁଣାଣି କରି ଶନିବାର କୋର୍ଟ ରାହୁଲଙ୍କୁ ସମନ୍‌ କରିଛନ୍ତି । ଅକ୍ଟୋବର ୨୩ରେ ହାଜର ହେବାକୁ ସମନ୍‌ରେ କୁହାଯାଇଛି । 