ସାମସନ୍ଙ୍କ ବଦଳରେ ରିୟାନ୍ କ୍ୟାପଟେନ୍, ଆଇପିଏଲ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବଡ ନିଷ୍ପତ୍ତି
ମୁମ୍ୱାଇ ୨୦/୦୩: IPL ୨୦୨୫ ସିଜିନ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଝଟ୍କା । ମ୍ୟାଚ୍ ପୂର୍ବରୁ ଦଳ ନେଇଛି ବଡ ନିଷ୍ପତ୍ତି । ବଦଳିଛନ୍ତି କ୍ୟାପଟେନ୍ । ସାମସନଙ୍କ ସ୍ଥାନରେ ରିୟାନ ପରାଗ ସମ୍ଭାଳିବେ ଟିମ୍ର ଦାୟିତ୍ୱ । ସଞ୍ଜୁ ସାମସନ ଆହାତ ଜନିତ କାରଣରୁ ସେ ବାଦ୍ ପଡିଛନ୍ତି । କାରଣ ସେ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଏହି କାରଣରୁ, ରାଜସ୍ଥାନ ରୟାଲ୍ସ ଏକ ବଡ଼ ନିଷ୍ପତ୍ତି ନେଇ ଅଧିନାୟକତ୍ୱ ପରିବର୍ତ୍ତନ କରିଛି । ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ରିୟାନ ପରାଗଙ୍କୁ ଦଳର କମାଣ୍ଡ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ଏଥର ଆଇପିଏଲ୍ରେ ସାମସନଙ୍କୁ ରିୟାନ ପରାଗଙ୍କ ଅଧିନାୟକତ୍ୱରେ ଖେଳିବାର ଦେଖାଯିବ। ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ । ପ୍ରଥମ ଥର ପାଇଁ, ରିୟାନ ପରାଗ ଅଧିନାୟକତ୍ୱର ଦାୟିତ୍ୱ ନେବେ ।ଗତ କିଛି ସପ୍ତାହ ଧରି ଆଙ୍ଗୁଠି ଆଘାତରେ ପୀଡିତ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ସାମସନଙ୍କୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ବ୍ୟାଟିଂ ପାଇଁ ଅନୁମତି ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ୱିକେଟ କିପିଂ ପାଇଁ ସବୁଜ ସଙ୍କେତ ମିଳିନାହିଁ । ଏପରିସ୍ଥିତିରେ, ରାଜସ୍ଥାନ ରୟାଲ୍ସ ଅଧିନାୟକତ୍ୱ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜ୍ ଗୁରୁବାର, ମାର୍ଚ୍ଚ ୨୦ ତାରିଖରେ ଘୋଷଣା କରିଥି
ମୁମ୍ୱାଇ ୨୦/୦୩: IPL ୨୦୨୫ ସିଜିନ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଝଟ୍କା । ମ୍ୟାଚ୍ ପୂର୍ବରୁ ଦଳ ନେଇଛି ବଡ ନିଷ୍ପତ୍ତି । ବଦଳିଛନ୍ତି କ୍ୟାପଟେନ୍ । ସାମସନଙ୍କ ସ୍ଥାନରେ ରିୟାନ ପରାଗ ସମ୍ଭାଳିବେ ଟିମ୍ର ଦାୟିତ୍ୱ । ସଞ୍ଜୁ ସାମସନ ଆହାତ ଜନିତ କାରଣରୁ ସେ ବାଦ୍ ପଡିଛନ୍ତି । କାରଣ ସେ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଏହି କାରଣରୁ, ରାଜସ୍ଥାନ ରୟାଲ୍ସ ଏକ ବଡ଼ ନିଷ୍ପତ୍ତି ନେଇ ଅଧିନାୟକତ୍ୱ ପରିବର୍ତ୍ତନ କରିଛି । ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ରିୟାନ ପରାଗଙ୍କୁ ଦଳର କମାଣ୍ଡ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ତେବେ ଏଥର ଆଇପିଏଲ୍ରେ ସାମସନଙ୍କୁ ରିୟାନ ପରାଗଙ୍କ ଅଧିନାୟକତ୍ୱରେ ଖେଳିବାର ଦେଖାଯିବ। ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବ । ପ୍ରଥମ ଥର ପାଇଁ, ରିୟାନ ପରାଗ ଅଧିନାୟକତ୍ୱର ଦାୟିତ୍ୱ ନେବେ ।
ଗତ କିଛି ସପ୍ତାହ ଧରି ଆଙ୍ଗୁଠି ଆଘାତରେ ପୀଡିତ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି।
ସାମସନଙ୍କୁ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ବ୍ୟାଟିଂ ପାଇଁ ଅନୁମତି ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ୱିକେଟ କିପିଂ ପାଇଁ ସବୁଜ ସଙ୍କେତ ମିଳିନାହିଁ । ଏପରିସ୍ଥିତିରେ, ରାଜସ୍ଥାନ ରୟାଲ୍ସ ଅଧିନାୟକତ୍ୱ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜ୍ ଗୁରୁବାର, ମାର୍ଚ୍ଚ ୨୦ ତାରିଖରେ ଘୋଷଣା କରିଥିଲା ଯେ ରିୟାନ ପରାଗ ପ୍ରଥମ ୩ଟି ମ୍ୟାଚ୍ ପାଇଁ ଦଳର ନେତୃତ୍ୱ ନେବେ । ଏହି ସମୟ ମଧ୍ୟରେ ସଞ୍ଜୁ ସାମସନ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବା ଜାରି ରଖିବେ । ସଞ୍ଜୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଅଧିନାୟକ ଭାବରେ ଫେରିବେ ।
ସଞ୍ଜୁ ସାମସନ ନିଜେ ସମଗ୍ର ଦଳର ସାମ୍ନାରେ ରିୟାନ ପରାଗଙ୍କୁ ଅଧିନାୟକ ପଦ ଘୋଷଣା କରିଥିଲେ। ଗତ ମାସରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚ୍ ସମୟରେ ସଞ୍ଜୁ ସାମସନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ, ସେ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ତଥାପି, ବିସିସିଆଇ ଡାକ୍ତରୀ ଦଳ ଦ୍ୱାରା ବ୍ୟାଟିଂ ପାଇଁ ଫିଟ୍ ଘୋଷିତ ହେବା ପରେ ସେ ସମ୍ପ୍ରତି ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷଣକୁ ଫେରିଛନ୍ତି । କିନ୍ତୁ ପ୍ରଶ୍ନ ଥିଲା ତାଙ୍କ ୱିକେଟ କିପିଂ ବିଷୟରେ । ଯେଉଁଠାରୁ ସେ ଏବେ ବି ବିସିସିଆଇରୁ ଫିଟନେସ୍ ପ୍ରମାଣପତ୍ର ପାଇବାକୁ ଅପେକ୍ଷା କରିଛନ୍ତି।