ସାମାଜିକ ପ୍ରତିଷ୍ଠାନକୁ ଏସ୍ବିଆଇର ସହାୟତା
ଭୁବନେଶ୍ୱର,୩୧।୧୨: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ରାଜ୍ୟର ଦୁଇଟି ପ୍ରମୁଖ ସାମାଜିକ ପ୍ରତିଷ୍ଠାନ (ଓପନ୍ ଲର୍ନିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ ଗୋଧାମ ଗୋଶାଳା, ପୁରୀ)କୁ ଯଥାକ୍ରମେ ଏକ ସ୍କୁଲ ବସ୍ ଏବଂ ପିକ୍-ଅପ୍ ଭ୍ୟାନ୍ ଯୋଗାଇଦିଆଯାଇଛି। ଏପରିକି ଭୁବନେଶ୍ୱରର ଡୁମ୍ଡୁମାସ୍ଥିତ ହୋଟେଲ ୱେଲ୍କମ୍ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ପ୍ରତିଷ୍ଠାନର କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଗାଡ଼ି ଦ୍ୱୟ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବ୍ୟାଙ୍କର କର୍ପୋରେଟ ସୋସିଆଲ ରେସ୍ପନ୍ସବିଲିଟି (ସିଏସ୍ଆର୍) ପଦକ୍ଷେପ […] The post ସାମାଜିକ ପ୍ରତିଷ୍ଠାନକୁ ଏସ୍ବିଆଇର ସହାୟତା appeared first on Dharitri Odia News.
ଭୁବନେଶ୍ୱର,୩୧।୧୨: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ରାଜ୍ୟର ଦୁଇଟି ପ୍ରମୁଖ ସାମାଜିକ ପ୍ରତିଷ୍ଠାନ (ଓପନ୍ ଲର୍ନିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ ଗୋଧାମ ଗୋଶାଳା, ପୁରୀ)କୁ ଯଥାକ୍ରମେ ଏକ ସ୍କୁଲ ବସ୍ ଏବଂ ପିକ୍-ଅପ୍ ଭ୍ୟାନ୍ ଯୋଗାଇଦିଆଯାଇଛି। ଏପରିକି ଭୁବନେଶ୍ୱରର ଡୁମ୍ଡୁମାସ୍ଥିତ ହୋଟେଲ ୱେଲ୍କମ୍ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ପ୍ରତିଷ୍ଠାନର କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଗାଡ଼ି ଦ୍ୱୟ ପ୍ରଦାନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବ୍ୟାଙ୍କର କର୍ପୋରେଟ ସୋସିଆଲ ରେସ୍ପନ୍ସବିଲିଟି (ସିଏସ୍ଆର୍) ପଦକ୍ଷେପ ଅନ୍ତର୍ଗତ ଏହି ସହାୟତା ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍ବିଆଇ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ଏମ୍ଡି (ଆର୍ ସି ଏବଂ ଏସ୍ଏଆର୍ଜି) ରାଣା ଆଶୁତୋଷ କୁମାର ସିଂହଙ୍କ ସମେତ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ, ମହାପ୍ରବନ୍ଧକ (ନେଟ୍ୱର୍କ-୨) କୌଶଳ କିଶୋର ସିଂହ, ଉପ ମହାପ୍ରବନ୍ଧକ ମନୋଜ କୁମାର ସିଂହ, ଭୁବନେଶ୍ୱର ପ୍ରଶାସନିକ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା) ପ୍ରଶାନ୍ତ କୁମାର ଓ ମଣ୍ଡଳ ବିକାଶ ଅଧିକାରୀ ଏବଂ ଷ୍ଟେଟ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ଓପନ୍ ଲର୍ନିଂ ସିଷ୍ଟମ୍ସର ସିଇଓ ପ୍ରକାଶ କୁମାର ରଥ ଏବଂ ଉପାଧ୍ୟକ୍ଷ କସ୍ତୁରୀ ମହାପାତ୍ର ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ସ୍କୁଲ ବସ୍ ଗ୍ରହଣ କରିଥିବାବେଳେ ଗୋବିନ୍ଦ ଗୋଧାମ ଗୋଶାଳା ପୁରୀର ସଚିବ ତଥା ପ୍ରତିଷ୍ଠାତା ଟ୍ରଷ୍ଟି ବିଷ୍ଣୁଚରଣ ପଣ୍ଡା ପ୍ରମୁଖ ବୁଲା ଗାଈ ଏବଂ ଷଣ୍ଢ ଭଳି ପ୍ରାଣୀମାନଙ୍କୁ ପରିବହନ ତଥା ଥଇଥାନ ପାଇଁ ପିକ୍ଅପ୍ ଭ୍ୟାନ୍ ଗ୍ରହଣ କରିଥିଲେ।
The post ସାମାଜିକ ପ୍ରତିଷ୍ଠାନକୁ ଏସ୍ବିଆଇର ସହାୟତା appeared first on Dharitri Odia News.