କର୍ତ୍ତବ୍ୟ ପକ୍ଷରୁ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ବଣ୍ଟନ

ଥୁଆମୂଳ ରାମପୁର,୧୯।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ବୁଧବାର କର୍ତ୍ତବ୍ୟ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରୁ ହେଲେ ରବୀନ୍ଦ୍ର ମାଝୀ, ଆଲମତି ମାଝି, ଝୁମିତା ବିଶି, ୟୋଗିତା ମାଝୀ, ସବିତା ମାଝୀ, ସରିତା ମାଝୀ, ନମିତା ମାଝୀ, ଫୁଲାନ୍ତି ମାଝୀ, ରବୀନ୍ଦ୍ର ମାଝୀ, ଆକାଶ ମାଝୀ, ସିମନ୍ତି ମାଝୀ, ଫୁଲନ୍ତି ମାଝୀ, ସାନୁର୍ଯ୍ୟ ମାଝୀ, ଲଭଲି ରାଉତ, ଲମ୍ବୁଧର […] The post କର୍ତ୍ତବ୍ୟ ପକ୍ଷରୁ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ବଣ୍ଟନ appeared first on Dharitri Odia News.

କର୍ତ୍ତବ୍ୟ ପକ୍ଷରୁ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ବଣ୍ଟନ

ଥୁଆମୂଳ ରାମପୁର,୧୯।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ବୁଧବାର କର୍ତ୍ତବ୍ୟ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି।

ସେମାନଙ୍କ ମଧ୍ୟରୁ ହେଲେ ରବୀନ୍ଦ୍ର ମାଝୀ, ଆଲମତି ମାଝି, ଝୁମିତା ବିଶି, ୟୋଗିତା ମାଝୀ, ସବିତା ମାଝୀ, ସରିତା ମାଝୀ, ନମିତା ମାଝୀ, ଫୁଲାନ୍ତି ମାଝୀ, ରବୀନ୍ଦ୍ର ମାଝୀ, ଆକାଶ ମାଝୀ, ସିମନ୍ତି ମାଝୀ, ଫୁଲନ୍ତି ମାଝୀ, ସାନୁର୍ଯ୍ୟ ମାଝୀ, ଲଭଲି ରାଉତ, ଲମ୍ବୁଧର ନାଏକଙ୍କୁ ବିଇଓ ପ୍ରଭାତୀ ନଳିନୀ ଠାକୁର ଅତିଥି ରୂପେ ଯୋଗଦେଇ ସାଇକେଲ ବଣ୍ଟନ କରିବା ସହ କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ଦୁର୍ଗମ ଅଞ୍ଚଳର ଏହି ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ାର ବିକାଶ ଉପରେ ଆହୁରି ସାହାଯ୍ୟ କରୁଥିବାରୁ ବ୍ଲକ୍ ଶିକ୍ଷାଧିକାରୀଣୀ ଭୂରିଭୂରି ପ୍ରଶଂସା କରିବା ସହ ଆଗକୁ ଏହି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ଲାଭ କରିବାରେ ନିଶ୍ଚିତ ପ୍ରେରଣା ଯୋଗାଇବ ବୋଲି କହିଥିଲେ l

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୂଖ୍ୟ ଅଶୋକ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରଣା ଦେବା ସହିତ ଅନୁଷ୍ଠାନ ସର୍ବଦା ତୁମ ସହିତ ଅଛି ବୋଲି ଆଶ୍ଵାସନା ଦେଇଥିଲେ ଓ ଛାତ୍ରୀଛାତ୍ର ମାନଙ୍କର ଅଭିଭାବକଙ୍କ ସହ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସନ୍ତୋଷ କୁମାର ଦାସ, ସୁଦର୍ଶନ ନାଏକ, ଡମ୍ବରୁଧର ନାଏକ, ଜ୍ୟୋତ୍ସ୍ନା ବାଗ, ସୋନାଲି ଦାସ, ଭବାନୀ ରାଉତ, ହରେକୃଷ୍ଣ ନାଏକ, ସୌମ୍ୟ ରଂଜନ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

The post କର୍ତ୍ତବ୍ୟ ପକ୍ଷରୁ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ସାଇକେଲ ବଣ୍ଟନ appeared first on Dharitri Odia News.