ସାମ୍ନାକୁ ଆସିଲା ଆଇପିଏଲ୍ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍ରେ ସିଏସ୍କେ ସହ ଲଢ଼ିବ ଏହି ଟିମ୍ !
ନୂଆଦିଲ୍ଲୀ,୨୨।୨: ଆଇପିଏଲ୍ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତେ ତାରିଖ କେବେ ଆସିବ ଚାହିଁ ରହିଛନ୍ତି। କ୍ରିକ୍ବଜର ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ସିଂ ଧୁମଲ ସ୍ପଷ୍ଟ କରିଛନ୍ତି ଯେ ମାର୍ଚ୍ଚ ୨୨ରେ ଲିଗ୍ ଆରମ୍ଭ ହେବ। ଗୁରୁବାର ଅପରାହ୍ନ ୫ଟାରେ କାର୍ଯ୍ୟସୂଚୀ […] The post ସାମ୍ନାକୁ ଆସିଲା ଆଇପିଏଲ୍ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍ରେ ସିଏସ୍କେ ସହ ଲଢ଼ିବ ଏହି ଟିମ୍ ! appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ଆଇପିଏଲ୍ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତେ ତାରିଖ କେବେ ଆସିବ ଚାହିଁ ରହିଛନ୍ତି।
କ୍ରିକ୍ବଜର ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ସିଂ ଧୁମଲ ସ୍ପଷ୍ଟ କରିଛନ୍ତି ଯେ ମାର୍ଚ୍ଚ ୨୨ରେ ଲିଗ୍ ଆରମ୍ଭ ହେବ। ଗୁରୁବାର ଅପରାହ୍ନ ୫ଟାରେ କାର୍ଯ୍ୟସୂଚୀ ଜାରି କରିଦିଆଯିବ। ଚେନ୍ନାଇରେ ଓପନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସିଏସ୍କେ ସିଇଓ କାଶି ବିଶ୍ୱନାଥନ ଆଭାର ବ୍ୟକ୍ତ କରିଛନ୍ତି।
ତେବେ ସବୁବେଳେ ଗତ ସିଜନର ଫାଇନାଲିଷ୍ଟ ନୂଆ ସିଜନର ପ୍ରଥମ ମୁକାବିଲା ଖେଳିଥାନ୍ତି। ଯଦି ସେଭଳି ହୁଏ ତେବେ ମାର୍ଚ୍ଚ ୨୨ରେ ସିଏସ୍କେ ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ତେବେ ଆଇପିଏଲ୍ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ। ସମସ୍ତେ କାର୍ଯ୍ୟସୂଚୀକୁ ଅପେକ୍ଷା କରିଛନ୍ତି।
କହିରଖୁଛୁ, ଚଳିତ ବର୍ଷ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ୧୫ ଦିନର କାର୍ଯ୍ୟକ୍ରମ ଘୋଷଣା କରାଯିବ। ଏହାପରେ ନିର୍ବାଚନ ଅନୁଯାୟୀ ବାକି କାର୍ଯ୍ୟକ୍ରମ ଆସିବ। ତେବେ ମେ’ ୨୬ରେ ଫାଇନାଲ ଖେଳାଯିବ ବୋଲି କୁହାଯାଏ।
The post ସାମ୍ନାକୁ ଆସିଲା ଆଇପିଏଲ୍ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍ରେ ସିଏସ୍କେ ସହ ଲଢ଼ିବ ଏହି ଟିମ୍ ! appeared first on Dharitri Odia News.