ସାମ୍ନାକୁ ଆସିଲା ଆର୍ଜି କର ମେଡିକାଲ କଲେଜର ବଡ଼ ଗୁମର: ସନ୍ଦୀପ ଘୋଷ ଆସିବା ପରେ ବଦଳି ଯାଇଥିଲା ସବୁକିଛି…
କୋଲକାତା,୮।୨୪: କୋଲକାତା ଲଜ୍ଜା ଘଟଣାରେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଧିରେଧିରେ ପଦାରେ ପଡ଼ୁଛି। ଏ ନେଇ ଗଣମାଧ୍ୟମ ଆଗରେ ଆର୍ଜି କର୍ ମେଡିକାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ପ୍ରତିକ୍ରିୟା ରଖିଛନ୍ତି। ଝିଅ ଏବଂ ଅଙ୍ଗ ଚୋରାଚଲାଣ ସାମିଲ ଥିବା ସେ କହିଛନ୍ତି। ସନ୍ଦୀପ ଆସିବା ପୂର୍ବରୁ ଆର୍ଜି କର୍ ପୂରା ଠିକ ଚାଲିଥିଲା।୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଯାଇଥିଲା। ପିଲାମାନଙ୍କୁ ଧମକ ଦେବା, […] The post ସାମ୍ନାକୁ ଆସିଲା ଆର୍ଜି କର ମେଡିକାଲ କଲେଜର ବଡ଼ ଗୁମର: ସନ୍ଦୀପ ଘୋଷ ଆସିବା ପରେ ବଦଳି ଯାଇଥିଲା ସବୁକିଛି… appeared first on Dharitri Odia News.
କୋଲକାତା,୮।୨୪: କୋଲକାତା ଲଜ୍ଜା ଘଟଣାରେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଧିରେଧିରେ ପଦାରେ ପଡ଼ୁଛି। ଏ ନେଇ ଗଣମାଧ୍ୟମ ଆଗରେ ଆର୍ଜି କର୍ ମେଡିକାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ପ୍ରତିକ୍ରିୟା ରଖିଛନ୍ତି।
ଝିଅ ଏବଂ ଅଙ୍ଗ ଚୋରାଚଲାଣ ସାମିଲ ଥିବା ସେ କହିଛନ୍ତି। ସନ୍ଦୀପ ଆସିବା ପୂର୍ବରୁ ଆର୍ଜି କର୍ ପୂରା ଠିକ ଚାଲିଥିଲା।୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଯାଇଥିଲା। ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରୀତିମତ ଚାଲିଥିଲା। ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ ଅରାଜକତା ଚଳାଇଲେ। ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଝିଅ ଆଣି ଆସୁଥିଲେ। ଆର୍ଜି କର ଗେଷ୍ଟହାଉସ୍କୁ ଝିଅ ଆଣି ଯୋଗାଇ ଦେଉଥିଲେ।
ଅନ୍ୟପକ୍ଷେ ସେ ମୃତଦେହ ଚୋରା ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ଆସିଥିଲା। ବହୁତ ଛାତ୍ରୀଛାତ୍ରଙ୍କ କ୍ୟାରିଅର ବରବାଦ କରିଦେଇଥିଲେ ସନ୍ଦୀପ। ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲି। ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସନ୍ଦୀପ ଘୋଷ ପଲିଗ୍ରାଫ୍ ଟେଷ୍ଟ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ସିବିଆଇ ତାଙ୍କୁ ମୋଟ ୨୫ଟି ପ୍ରଶ୍ନ ପଚାରିଥିଲା। ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ଥିଲା, ଆପଣଙ୍କ ନାଁ କ’ଣ, ଆପଣ କେତୋଟି ମୋବାଇଲ ବ୍ୟବହାର କରନ୍ତି, ମୋବାଇଲ ନମ୍ବର କ’ଣ, ଆପଣଙ୍କ ଜନ୍ମ କୋଲାକାତାରେ କି ନା, ଘଟଣା ଦିନ ଆପଣ ହସ୍ପିଟାଲରେ ଥିଲେ କି ନା। ଏହିପରି ୨୫ ଟି ପ୍ରଶ୍ନ କରାଯାଇଛି ସନ୍ଦୀପ ଘୋଷଙ୍କୁ।
The post ସାମ୍ନାକୁ ଆସିଲା ଆର୍ଜି କର ମେଡିକାଲ କଲେଜର ବଡ଼ ଗୁମର: ସନ୍ଦୀପ ଘୋଷ ଆସିବା ପରେ ବଦଳି ଯାଇଥିଲା ସବୁକିଛି… appeared first on Dharitri Odia News.