ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍ ସେବା ବନ୍ଦ
ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍ରେ ଶୁକ୍ରବାର ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦୟପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିଛି। ଏହାସହ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ସୁରଜପୋଲ୍ ଥାନା […] The post ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍ ସେବା ବନ୍ଦ appeared first on Dharitri Odia News.
ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍ରେ ଶୁକ୍ରବାର ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦୟପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିଛି। ଏହାସହ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।
ସୁରଜପୋଲ୍ ଥାନା ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ଛୁରାମାଡ଼ ଘଟଣା ଘଟିଥିଲା। ହିନ୍ଦୁ ସଂଗଠନ ପକ୍ଷରୁ ସହରର ମାର୍କେଟ ଅଞ୍ଚଳରେ ଥିବା ଦୋକାନବନ୍ଦାର ବନ୍ଦ କରାଯାଇଥିଲା। ଏହାର କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଟେକାମାଡ଼ କରିବା ସହ ଗାଡ଼ି ପୋଡ଼ାଜଳା କରିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ଚିକିତ୍ସା ପରେ ଆହତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ଆକ୍ରମଣ କରିଥିବା ଛାତ୍ର ଫେରାର ହୋଇଯାଇଛନ୍ତି।
The post ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍ ସେବା ବନ୍ଦ appeared first on Dharitri Odia News.