ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ବିକଶିତ ଭାରତ ବିକଶିତ ଓଡିଶା ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ଗୋଡଭଗା ସ୍ଥିତ ସାରସ୍ୱତ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରତିମା ପାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବବ୍ରତ ପଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଅଧ୍ୟକ୍ଷା ପ୍ରତିମା ପାଲ ମହୋଦୟା ମଧ୍ୟ ବିକଶିତ ଭାରତ ପାଇଁ ଓଡ଼ିଶା କିପରି […] The post ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ବିକଶିତ ଭାରତ ବିକଶିତ ଓଡିଶା ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ଗୋଡଭଗା ସ୍ଥିତ ସାରସ୍ୱତ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରତିମା ପାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବବ୍ରତ ପଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଅଧ୍ୟକ୍ଷା ପ୍ରତିମା ପାଲ ମହୋଦୟା ମଧ୍ୟ ବିକଶିତ ଭାରତ ପାଇଁ ଓଡ଼ିଶା କିପରି ଏକ ସକ୍ରିୟ ରାଜ୍ୟ ଭାବରେ ଆଂଶ ଗ୍ରହଣ କରି ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ତାଙ୍କର ଅଭିଭାଷଣ ରଖିଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କୁଶଲେଶ୍ୱର ବସ୍ତିଆ, ରାଜନୀତି ବିଜ୍ଞାନ ଅଧ୍ୟାପିକା ମମତାମୟୀ ପଧାନ ମଧ୍ୟ ମଞ୍ଚାସିନ ଥିଲେ । ଓଡ଼ିଆ ଅଧ୍ୟାପିକା ଦିପ୍ତିମୟୀ ପଧାନ ମଞ୍ଚ ପରିଚାଳନା କରିବା ସହିତ ଇଂରାଜୀ ଅଧ୍ୟାପକ ରାକେଶ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସୁଧାରାଣୀ ପଟେଲ, , ଶିକ୍ଷା ଅଧ୍ୟାପକ ଆଶିଷ ପତି,ଇତିହାସ ଅଧ୍ୟାପକ ବାସୁଦେବ ଜାଲ, ଟିକେଶ୍ୱର ପଧାନ, ଶ୍ରୀପତି ବାରିକ, ଚିତ୍ତରଞ୍ଜନ ସାହୁ, କାନ୍ତି ମିର୍ଦ୍ଧା,ଫକୀର ଘିବେଲା, ସସ୍ମିତା ମହାକୁର, ସୁବ୍ରତ ଥାପା ପ୍ରମୁଖ ଉପସ୍ଥିତ ଥିଲେ ।
The post ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ବିକଶିତ ଭାରତ ବିକଶିତ ଓଡିଶା ସଚେତନତା କାର୍ଯ୍ୟକ୍ରମ appeared first on Odisha.News.