ସାରା ନୁହେଁ ରିଦ୍ଧିମା ସାଜିବେ କନିଆ ! ୯ ବର୍ଷ ସାନ କ୍ରିକେଟର ଶୁଭମନଙ୍କୁ ବିବାହ କରିବେ ଟେଲି ଅଭିନେତ୍ରୀ

ମୁମ୍ଵାଇ ୦୩।୦୬: ବର୍ତ୍ତମାନ ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଅନେକ ଅଜବ ଖବର ସାମ୍ନାକୁ ଆସିଛି।  ଯାହା ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଥିଲା। ଗତ ୫ ବର୍ଷରେ ଶୁଭମନ ଗିଲଙ୍କ ନାମ ବଡ ବଡ ସେଲିବ୍ରିଟିଙ୍କ ସହ ଜଡିତ ଥିଲା । ସାରା ତେନ୍ଦୁଲକର ଏବଂ ସାରା ଅଲି ଖାନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ । କିନ୍ତୁ ବର୍ତ୍ତମାନ ତୃତୀୟ ନାମ ଯୋଡା ଯାଇଛି । ଟେଲିଭିଜନ ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କ ସହ ଶୁଭମନ ଗିଲଙ୍କ ବିବାହ ବିଷୟରେ ଆଲୋଚନା ସାମ୍ନାକୁ ଆସୁଛି। ଯାହାକୁ ନେଇ ନା ନା କଳ୍ପନା ଜଳ୍ପନା ହେଉଛୀ। ଗଣମାଧ୍ୟମରେ ରିପୋର୍ଟ କରାଯାଉଛି ଯେ ଟି -୨୦ ବିଶ୍ଵକପ ପରେ ଶୁଭମନ ଟେଲିଭିଜନ ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ବିବାହ କରିପାରନ୍ତି। କିନ୍ତୁ ଏହି ଖବର ଗୁଡ଼ିକରେ କେତେ ସତ୍ୟତା ଅଛି? ରିଦ୍ଧିମା ପଣ୍ଡିତ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।ଶୁଭମନଙ୍କ ସହ ବିବାହ ପ୍ରଶ୍ନରେ ରିଦ୍ଧିମାଙ୍କ ଖୁଲାସା ରିଦ୍ଧିମା ଶୁଭମନଙ୍କ ସହ ବିବାହ ଆଲୋଚନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଖବର ଗୁଡ଼ିକରେ କୌ ଣସି ସତ୍ୟତା ନାହିଁ। ସେ ଶୁଭମନଙ୍କୁ ବିବାହ କରୁନାହାଁନ୍ତି। ଏନେଇ ରିଦ୍ଧିମା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ ମୁଁ ବିବାହ କରୁନାହିଁ, କିନ୍ତୁ ଯଦି ମୋ ଜୀବନରେ ଏହିପରି କିଛି ଗୁରୁତ୍ଵପୂର୍ଣ୍ଣ ଘଟ

ସାରା ନୁହେଁ ରିଦ୍ଧିମା ସାଜିବେ କନିଆ ! ୯ ବର୍ଷ ସାନ କ୍ରିକେଟର ଶୁଭମନଙ୍କୁ ବିବାହ କରିବେ ଟେଲି ଅଭିନେତ୍ରୀ

ମୁମ୍ଵାଇ ୦୩।୦୬: ବର୍ତ୍ତମାନ ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଅନେକ ଅଜବ ଖବର ସାମ୍ନାକୁ ଆସିଛି।  ଯାହା ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଥିଲା। ଗତ ୫ ବର୍ଷରେ ଶୁଭମନ ଗିଲଙ୍କ ନାମ ବଡ ବଡ ସେଲିବ୍ରିଟିଙ୍କ ସହ ଜଡିତ ଥିଲା । ସାରା ତେନ୍ଦୁଲକର ଏବଂ ସାରା ଅଲି ଖାନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ । କିନ୍ତୁ ବର୍ତ୍ତମାନ ତୃତୀୟ ନାମ ଯୋଡା ଯାଇଛି । ଟେଲିଭିଜନ ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କ ସହ ଶୁଭମନ ଗିଲଙ୍କ ବିବାହ ବିଷୟରେ ଆଲୋଚନା ସାମ୍ନାକୁ ଆସୁଛି। ଯାହାକୁ ନେଇ ନା ନା କଳ୍ପନା ଜଳ୍ପନା ହେଉଛୀ। ଗଣମାଧ୍ୟମରେ ରିପୋର୍ଟ କରାଯାଉଛି ଯେ ଟି -୨୦ ବିଶ୍ଵକପ ପରେ ଶୁଭମନ ଟେଲିଭିଜନ ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ବିବାହ କରିପାରନ୍ତି। କିନ୍ତୁ ଏହି ଖବର ଗୁଡ଼ିକରେ କେତେ ସତ୍ୟତା ଅଛି? ରିଦ୍ଧିମା ପଣ୍ଡିତ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଶୁଭମନଙ୍କ ସହ ବିବାହ ପ୍ରଶ୍ନରେ ରିଦ୍ଧିମାଙ୍କ ଖୁଲାସା 

ରିଦ୍ଧିମା ଶୁଭମନଙ୍କ ସହ ବିବାହ ଆଲୋଚନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଖବର ଗୁଡ଼ିକରେ କୌ ଣସି ସତ୍ୟତା ନାହିଁ। ସେ ଶୁଭମନଙ୍କୁ ବିବାହ କରୁନାହାଁନ୍ତି। ଏନେଇ ରିଦ୍ଧିମା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ ମୁଁ ବିବାହ କରୁନାହିଁ, କିନ୍ତୁ ଯଦି ମୋ ଜୀବନରେ ଏହିପରି କିଛି ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟେ, ତେବେ ମୁଁ ଆସି ସମସ୍ତଙ୍କୁ ଜଣାଇବି, କିନ୍ତୁ ବର୍ତ୍ତମାନ ଏହି ସବୁ ଗୁଜବ ମିଛି, ଏସବୁ ଅର୍ଥହୀନ ।

କହିବାକୁ ଗଲେ ରିଦ୍ଧିମା ପଣ୍ଡିତ ହେଉଛନ୍ତି ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ବିଶେଷ କରି ସେ ଟେଲିଭିଜନ ସିରିଏଲ ବହୁ ହମାରୀ ରଜନୀକାନ୍ତଙ୍କ ପାଇଁ ଜଣାଶୁଣା। ଏହା ବ୍ୟତୀତ ସେ ଅନେକ ସୋ ହୋଷ୍ଟ କରିଛନ୍ତି । ରିଦ୍ଧିମା ଆହୁରି କହିଛନ୍ତି ଯେ ଯେତେବେଳେ ମୁଁ ସକାଳୁ ଉଠିଥିଲି, ସେତେବେଳେ ମୁଁ ଅନେକ ସାମ୍ବାଦିକଙ୍କ ଠାରୁ ଫୋନ୍ କଲ ଆସିଥିଲା, ସମସ୍ତେ ମୋର ବିବାହ ବିଷୟରେ ପଚାରିଥିଲେ, କିନ୍ତୁ ମୁଁ ଏହି ସବୁ କଥାକୁ ସ୍ପଷ୍ଟ ଶବ୍ଦରେ ପ୍ରତ୍ୟାଖ୍ୟାନ କରିଥିଲି | ମୁଁ ମୋର ପ୍ରଶଂସକମାନଙ୍କୁ ମଧ୍ୟ କହିଥିଲି ଯେ ଯଦି ଏପରି କିଛି ଘଟେ, ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ସମସ୍ତଙ୍କୁ ଜଣାଇବି।