ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି
ବେରୁଟ୍/ତେହରାନ୍,୧ା୮: ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା, ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ଏକ ନିର୍ଣ୍ଣାୟକ କ୍ଷଣ ହୋଇପାରେ। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ପରେ ତେହେରାନରେ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତମାନ ହାନିୟେଙ୍କ ମୃତ୍ୟୁ ହେତୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି, ଯୁଦ୍ଧର ବିପଦ ଉପୁଜିଛି। ସୂଚନାଯୋଗ୍ୟ, ଇସ୍ରାଏଲୀ ବଳ ଲେବାନନ୍ର ବେରୁଟ୍ରେ ହେଜ୍ବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ […] The post ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି appeared first on Dharitri Odia News.
ବେରୁଟ୍/ତେହରାନ୍,୧ା୮: ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା, ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ଏକ ନିର୍ଣ୍ଣାୟକ କ୍ଷଣ ହୋଇପାରେ। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ପରେ ତେହେରାନରେ ଇସମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ବର୍ତ୍ତମାନ ହାନିୟେଙ୍କ ମୃତ୍ୟୁ ହେତୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି, ଯୁଦ୍ଧର ବିପଦ ଉପୁଜିଛି।
ସୂଚନାଯୋଗ୍ୟ, ଇସ୍ରାଏଲୀ ବଳ ଲେବାନନ୍ର ବେରୁଟ୍ରେ ହେଜ୍ବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍ ଶୁକର୍ଙ୍କୁ ଏୟାର ଷ୍ଟ୍ରାଇକ୍ କରି ହତ୍ୟା କରିଥିବା ଘୋଷଣା କରିଥିଲା। ଏହାର ଦିନକ ପରେ ଇରାନ୍ ରାଜଧାନୀ ତେହରାନ୍ରେ ହମାସ୍ ସୁପ୍ରିମ ଲିଡର ଇସ୍ମାଇଲ୍ ହାନିୟେଙ୍କୁ ହତ୍ୟା କରାଯାଇଛି। ଇରାନ୍ ହାନିୟେଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି। ଏଥିଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ହମାସ୍ ଫାଇଟରଙ୍କ ରକେଟ ମାଡ଼ରେ ୧,୨୦୦ ଇସ୍ରାଏଲୀ ନିହତ ହୋଇଥିବାବେଳେ ସେମାନେ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଇସ୍ରାଏଲ୍ ଏହାର ପ୍ରତିଶୋଧ ନେବାକୁ ଯାଇ ଗାଜା ଉପରେ ଆକ୍ରମଣ କରିଥିଲା। ଏଥିରେ ଅଦ୍ୟାବଧି ୩୯,୦୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ଇସ୍ରାଏଲ-ହମାସ୍ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବାବେଳେ ତେହରାନ୍ ବାସଭବନରେ ଆମତ୍ନିର୍ବାସନ ଜୀବନ ବିତାଉଥିବା ହମାସ୍ର ଶୀର୍ଷ ନେତା ଇସ୍ମାଇଲ୍ ହାନିୟେଙ୍କୁ ହତ୍ୟା କରାଯାଇଛି। ଇରାନ୍ର ନୂଆ ରାଷ୍ଟ୍ରପତି ମସୌଦ ପେଜେଶକିଆନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ଏୟାର ଷ୍ଟ୍ରାଇକ୍ରେ ସେ ନିହତ ହୋଇଛନ୍ତି। ହତ୍ୟା ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ଏହା ପଛରେ ଇସ୍ରାଏଲର ହାତ ଥିବା ହମାସ୍ ଏବଂ ଇରାନ୍ର ଅର୍ଦ୍ଧସାମରିକ ରିଭୋଲ୍ୟୁଶନାରି ଗାର୍ଡ ଅଧିକାରୀମାନେ କହିଛନ୍ତି। ତେବେ ଏହି ଅଭିଯୋଗକୁ ଇସ୍ରାଏଲ୍ ପକ୍ଷରୁ ଖଣ୍ଡନ କରାଯାଇ ନାହିଁ।
ହମାସ୍ର ଗାଜା ନେତା ୟହୟା ସିନ୍ଓ୍ବରଙ୍କୁ ଇସ୍ରାଏଲ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଥିବାବେଳେ ହାନିୟେ ଅପେକ୍ଷାକୃତ ମଧ୍ୟମପନ୍ଥୀ ଚେହେରା ଥିଲେ। ଇତିମଧ୍ୟରେ ହମାସ୍ ରାଜନୈତିକ ମୁଖ୍ୟଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଇରାନ୍ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମ୍ନେଇ ଧମକ ଦେଇଛନ୍ତି। ଖାମ୍ନେଇ କହିଛନ୍ତି, ଇସ୍ରାଏଲ ହାନିୟେଙ୍କୁ ହତ୍ୟା କରି ନିଜ ପାଇଁ ଏକ କଠୋର ଦଣ୍ଡ ପ୍ରସ୍ତୁତ କରିଛି। ଏହାର ପ୍ରତିଶୋଧ ନେବା ଆମ କର୍ତ୍ତବ୍ୟ ବୋଲି ଆମେ ବୋଲି ଖାମନେଇ କହିଛନ୍ତି।
The post ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି appeared first on Dharitri Odia News.