ସାଲେପୁରରେ ଅରିନ୍ଦମ ରଏ, ମା’ ସାହେଶ୍ଵରୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ
ସାଲେପୁର: ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପି ଛାଡ଼ିବା ପରେ ଏଠାରୁ ଅରିନ୍ଦମ ରଏ ବିଧାନସଭା ଲଢ଼ିବା ନେଇ ଚର୍ଚ୍ଚା ହେଉଥିବାବେଳେ ସୋମବାର ଅରିନ୍ଦମ ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ଵରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ ସାଲେପୁର ବଜାରରେ କିଛି ସମୟ ବିତାଇଥିଲେ। ଯାହା ଅରିନ୍ଦମ ସାଲେପୁରରୁ ବିଜେପି ପାର୍ଥୀ ହେବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।ତେବେ ଅରିନ୍ଦମ କହିଛନ୍ତି ‘‘ସାଲେପୁରବାସୀ ମୋତେ ଗ୍ରହଣ କରନ୍ତି ଭଲ ପାଇବା ଦିଅନ୍ତି। ନିଶ୍ଚିତ ଭାବେ ସୁଯୋଗକୁ ହାତଛଡ଼ା କରିବି ନାହିଁ। ଦଳ ଯଦି ଦାୟିତ୍ବ ଦିଏ ମୁଁ ନିଶ୍ଚିତ ଗ୍ରହଣ କରିବି। ଦଳର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ ପ୍ରକାଶ କରିଛନ୍ତି।’’
ସାଲେପୁର: ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପି ଛାଡ଼ିବା ପରେ ଏଠାରୁ ଅରିନ୍ଦମ ରଏ ବିଧାନସଭା ଲଢ଼ିବା ନେଇ ଚର୍ଚ୍ଚା ହେଉଥିବାବେଳେ ସୋମବାର ଅରିନ୍ଦମ ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ଵରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ ସାଲେପୁର ବଜାରରେ କିଛି ସମୟ ବିତାଇଥିଲେ। ଯାହା ଅରିନ୍ଦମ ସାଲେପୁରରୁ ବିଜେପି ପାର୍ଥୀ ହେବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ତେବେ ଅରିନ୍ଦମ କହିଛନ୍ତି ‘‘ସାଲେପୁରବାସୀ ମୋତେ ଗ୍ରହଣ କରନ୍ତି ଭଲ ପାଇବା ଦିଅନ୍ତି। ନିଶ୍ଚିତ ଭାବେ ସୁଯୋଗକୁ ହାତଛଡ଼ା କରିବି ନାହିଁ। ଦଳ ଯଦି ଦାୟିତ୍ବ ଦିଏ ମୁଁ ନିଶ୍ଚିତ ଗ୍ରହଣ କରିବି। ଦଳର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ ପ୍ରକାଶ କରିଛନ୍ତି।’’