ସାଲେପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ,ମାଆ-ପୁଅ ଗୁରୁତର

ସାଲେପୁର୨୬/୪: ଘର ରହିଗଲା ବହୁତ ଦୂର । ଯିଏ ଯାହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ ସରିଗଲା । କଟକ ସାଲେପୁର ରାସ୍ତା ନାଳିଆମୁହଁ ଛକ ନିକଟରେ ଛକି ବସିଥିଲା ଯମ । ଶନିବାର ନାଳିଆମୁହଁ ଛକରେ ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ୨ କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇଛନ୍ତି ମାଆ-ପୁଅ । ସୂଚନା ମୁତାବକ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା କାର୍‌କୁ ବିପରୀତ ଦିଗରୁ ଆଉ ଏକ କାର୍‌ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଜଣକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ମାଆ ପୁଅଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ପାଖାପାଖି ହୋଇଥିବାବେଳେ ତାଙ୍କର ପରିଚୟ ମିଳିନି । ଗୁରୁତର ୨ ଜଣ କେନ୍ଦ୍ରାପଡା ନରଣପୁର ଅଞ୍ଚଳର ୭୦ ବର୍ଷୀୟ ସରସ୍ବତୀ ସେଠୀ ଓ ତାଙ୍କ ପୁଅ ୫୧ ବର୍ଷୀୟ ଶ୍ରୀକାନ୍ତ ସେଠୀ । ଦୁର୍ଘଟଣାଗ୍ରସ୍ତ ଉଭୟ କାରକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ  ।  

ସାଲେପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ,ମାଆ-ପୁଅ ଗୁରୁତର

ସାଲେପୁର୨୬/୪: ଘର ରହିଗଲା ବହୁତ ଦୂର । ଯିଏ ଯାହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ ସରିଗଲା । କଟକ ସାଲେପୁର ରାସ୍ତା ନାଳିଆମୁହଁ ଛକ ନିକଟରେ ଛକି ବସିଥିଲା ଯମ । ଶନିବାର ନାଳିଆମୁହଁ ଛକରେ ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ୨ କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇଛନ୍ତି ମାଆ-ପୁଅ । 

ସୂଚନା ମୁତାବକ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିବା କାର୍‌କୁ ବିପରୀତ ଦିଗରୁ ଆଉ ଏକ କାର୍‌ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଜଣକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ମାଆ ପୁଅଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ପାଖାପାଖି ହୋଇଥିବାବେଳେ ତାଙ୍କର ପରିଚୟ ମିଳିନି । ଗୁରୁତର ୨ ଜଣ କେନ୍ଦ୍ରାପଡା ନରଣପୁର ଅଞ୍ଚଳର ୭୦ ବର୍ଷୀୟ ସରସ୍ବତୀ ସେଠୀ ଓ ତାଙ୍କ ପୁଅ ୫୧ ବର୍ଷୀୟ ଶ୍ରୀକାନ୍ତ ସେଠୀ । ଦୁର୍ଘଟଣାଗ୍ରସ୍ତ ଉଭୟ କାରକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ  ।