ସାହିତ୍ୟ ପତ୍ରିକା କାଦମ୍ବିନୀର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ, ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର : ସର୍ବଜନାଦୃତ ମାସିକ ପତ୍ରିକା ‘କାଦମ୍ବିନୀ’ର ୨୬ ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୀରେ ମହାସମାରୋହରେ ଅନୁଷ୍ଠିତ ଏହି ଉତ୍ସବରେ ୪ଶହରୁ ଅଧିକ ସାହିତ୍ୟିକ, ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।  ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୀରେ ଆୟୋଜିତ ହୋଇଯାଇଛି ଲୋକପ୍ରିୟ ସାହିତ୍ୟ ପତ୍ରିକା କାଦମ୍ବିନୀର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ । ସ୍ଥାନୀୟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସମ୍ମିଳନୀ […] The post ସାହିତ୍ୟ ପତ୍ରିକା କାଦମ୍ବିନୀର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ, ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ବ୍ୟକ୍ତି appeared first on KNews Odisha.

ସାହିତ୍ୟ ପତ୍ରିକା କାଦମ୍ବିନୀର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ, ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ବ୍ୟକ୍ତି
kadambini1

ଭୁବନେଶ୍ୱର : ସର୍ବଜନାଦୃତ ମାସିକ ପତ୍ରିକା ‘କାଦମ୍ବିନୀ’ର ୨୬ ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୀରେ ମହାସମାରୋହରେ ଅନୁଷ୍ଠିତ ଏହି ଉତ୍ସବରେ ୪ଶହରୁ ଅଧିକ ସାହିତ୍ୟିକ, ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।  ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୁରୀରେ ଆୟୋଜିତ ହୋଇଯାଇଛି ଲୋକପ୍ରିୟ ସାହିତ୍ୟ ପତ୍ରିକା କାଦମ୍ବିନୀର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ । ସ୍ଥାନୀୟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଥିଲ ସାହିତ୍ୟ ଓ ସଂସ୍କୃତିପ୍ରେମୀ। ବିଶିଷ୍ଟ ସାହିତ୍ୟିକ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରୀୟ ସଂସ୍କୃତି ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ବିଶିଷ୍ଟ କବୟିତ୍ରୀ ଅପର୍ଣ୍ଣା ମହାନ୍ତି,ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ଓ ବିଶିଷ୍ଟ କବି ପବିତ୍ର ମୋହନ ଦାଶ । ଅତିଥିମାନେ କାଦମ୍ବିନୀ ପତ୍ରିକା ୨୬ ବର୍ଷ ପୂରଣ କରିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୋତ୍ସାହନ ଓ ସମ୍ପାଦିକାଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଓଡିଶା ସାହିତ୍ୟ ଓ ସଂସ୍କୃତି ପାଇଁ ପତ୍ରିକାର ଅବଦାନକୁ ସ୍ମରଣ କରିଥିଲେ l

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଭାସ୍କର ମିଶ୍ର, ବିଶିଷ୍ଟ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ଯ, ସ୍ୱରାଜଲକ୍ଷ୍ମୀ ମିଶ୍ର, ବିଶିଷ୍ଟ ସାହିତ୍ୟିକ ମାନସରଞ୍ଜନ ମହାପାତ୍ର, ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ଶ୍ୟାମପ୍ରକାଶ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ‘କାଦମ୍ବିନୀ’ର ସ୍ୱନକ୍ଷତ୍ର ସ୍ଵତନ୍ତ୍ର ଏବଂ ‘କୁନିକଥା’ର ଜୁଲାଇ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ‘କାଦମ୍ବିନୀ’ର ୨୬ତମ ଜନ୍ମଦିନ ଉପଲକ୍ଷେ ‘ ସଂସ୍କୃତି ଓ ସଂସ୍କୃତି’ ଏବଂ ‘ଓଡିଶା ସଚେତନ ନାଗରିକ ଫୋରମ’ ପକ୍ଷରୁ ଏକ ଶୁଭେଚ୍ଛାମୂଳକ କେକ୍ କଟାଯାଇ, ସଂପାଦିକା ଡ.ଇତି ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ହାଲି ଓ କର୍ମକର୍ତ୍ତାଙ୍କ ଉପସ୍ଥିତି ଥିଲେ ।

ଆଜିର ଉତ୍ସବ ପ୍ରାରମ୍ଭରେ ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର ଓ ଦେବରୂପା ଦାସଗୁପ୍ତା ମାହାରୀ ନୃତ୍ଯ ପରିବେଷଣ କରିଥିବା ବେଳେ ଶେଷରେ ପୁରୀର ସାହିଯାତ ପରିବେଷଣ କରିଥିଲେ ନୃତ୍ଯଶିଳ୍ପୀ କୁମାର ଭୀମସେନ ଓ ସାଥୀ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଶ୍ରୀନିବାସ ଘଟୁଆରୀ। ଧନ୍ୟବାଦ ଅର୍ପଣ କରିଥିଲେ ‘କାଦମ୍ବିନୀ’ ସଂପାଦିକା ଡ.ଇତି ସାମନ୍ତ। ଏହି ଉତ୍ସବରେ ବହୁ ସଂଖ୍ୟାରେ ସାହିତ୍ଯ ଓ ସଂସ୍କୃତିପ୍ରେମୀ ଯୋଗ ଦେଇ କାଦମ୍ବିନୀ ପତ୍ରିକାର ଶୁଭ ମନାସିଥିଲେ।

The post ସାହିତ୍ୟ ପତ୍ରିକା କାଦମ୍ବିନୀର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ, ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ବ୍ୟକ୍ତି appeared first on KNews Odisha.