ସାୟରା ବାନୋ ଅସୁସ୍ଥ, ଘରେ ଚଲାବୁଲା ବି କରିପାରୁ ନାହାନ୍ତି
ମୁମ୍ବାଇ ୭।୧୨: ବଲିଉଡରେ ୧୯୬୦-୭୦ ଦଶକରେ ରାଜ କରିଥିବା ଦିଗ୍ଗଜ ଅଭିନେତ୍ରୀ ସାୟରା ବାନୋ ଏବେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମିଡିଆ ରିପୋର୍ଟସ ଅନୁସାରେ ଦିବଙ୍ଗତ ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ତାଙ୍କ ଆଣ୍ଠୁ ତଳ ପିଣ୍ଡୁଳିରେ ଦୁଇଟି କ୍ଲଟ ହୋଇଯାଇଛି ଓ ସେ ଶଜ୍ଜାସାୟୀ ହୋଇଛନ୍ତି। ସାମ୍ବାଦିକ ବିକ୍କି ଲାଲୱାନୀଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରୁ ଏହା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୦୨୪ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଫେରିବାର ମାସକ ପରେ ସେ ପୁଣି ଅସୁସ୍ଥ ହୋଇପଡିଛନ୍ତି। ୨୦୨୧ ମସିହାରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଥିଲା। ସେବେଠାରୁ ସାୟରା ଏକାକୀ ହୋଇଯାଇଛନ୍ତି। ଏଥିରେ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଅଧିକ ସମସ୍ୟାରେ ପକାଇଛି। ଟାଇମସ ଅଫ ଇଣ୍ଡିଆ ସହ କଥାବାର୍ତ୍ତାରେ ସାୟରା ତାଙ୍କ ହେଲଥ୍ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ସେ ଠିକ ଅଛନ୍ତି। କିଛିଦିନ ପୂର୍ବରୁ ସାୟରା ତାଙ୍କର ଏକ ପୋଷ୍ଚରେ ନିଜ ବିବାହ ଉତ୍ସବକୁ ମନେ ପକାଇଥିଲେ। ତାଙ୍କ ବିବାହ ଉତ୍ସବରେ ହୋଇଥିବା ଦଉଡଧାପଡା କଥା ସେ ମନେ ପକାଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ବିବାହର ଲେହେଙ୍ଗା ମଧ୍ୟ ଶେଷ ସମୟରେ ସ୍ଥାନୀୟ ଦର୍ଜୀଙ୍କ ଦ୍ୱାରା ସିଲେଇ କରାଯାଇଥିଲା। ସେ ଲେଖିଥିଲେ ଯେ ତାଙ୍କ ବିବାହ ଦିନ ବହୁତ ଅବ୍ୟବସ୍ଥା ହୋଇଯାଇଥିଲ
ମୁମ୍ବାଇ ୭।୧୨: ବଲିଉଡରେ ୧୯୬୦-୭୦ ଦଶକରେ ରାଜ କରିଥିବା ଦିଗ୍ଗଜ ଅଭିନେତ୍ରୀ ସାୟରା ବାନୋ ଏବେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମିଡିଆ ରିପୋର୍ଟସ ଅନୁସାରେ ଦିବଙ୍ଗତ ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ତାଙ୍କ ଆଣ୍ଠୁ ତଳ ପିଣ୍ଡୁଳିରେ ଦୁଇଟି କ୍ଲଟ ହୋଇଯାଇଛି ଓ ସେ ଶଜ୍ଜାସାୟୀ ହୋଇଛନ୍ତି। ସାମ୍ବାଦିକ ବିକ୍କି ଲାଲୱାନୀଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରୁ ଏହା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୦୨୪ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଫେରିବାର ମାସକ ପରେ ସେ ପୁଣି ଅସୁସ୍ଥ ହୋଇପଡିଛନ୍ତି। ୨୦୨୧ ମସିହାରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଥିଲା। ସେବେଠାରୁ ସାୟରା ଏକାକୀ ହୋଇଯାଇଛନ୍ତି। ଏଥିରେ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଅଧିକ ସମସ୍ୟାରେ ପକାଇଛି। ଟାଇମସ ଅଫ ଇଣ୍ଡିଆ ସହ କଥାବାର୍ତ୍ତାରେ ସାୟରା ତାଙ୍କ ହେଲଥ୍ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ସେ ଠିକ ଅଛନ୍ତି।
କିଛିଦିନ ପୂର୍ବରୁ ସାୟରା ତାଙ୍କର ଏକ ପୋଷ୍ଚରେ ନିଜ ବିବାହ ଉତ୍ସବକୁ ମନେ ପକାଇଥିଲେ। ତାଙ୍କ ବିବାହ ଉତ୍ସବରେ ହୋଇଥିବା ଦଉଡଧାପଡା କଥା ସେ ମନେ ପକାଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ବିବାହର ଲେହେଙ୍ଗା ମଧ୍ୟ ଶେଷ ସମୟରେ ସ୍ଥାନୀୟ ଦର୍ଜୀଙ୍କ ଦ୍ୱାରା ସିଲେଇ କରାଯାଇଥିଲା। ସେ ଲେଖିଥିଲେ ଯେ ତାଙ୍କ ବିବାହ ଦିନ ବହୁତ ଅବ୍ୟବସ୍ଥା ହୋଇଯାଇଥିଲା। ତେବେ ଏହା ଆଦୌ ବ୍ୟୟ ବହୁଳ ନଥିଲା। ସାୟରା ବାନୋ ପ୍ରାୟତଃ ତାଙ୍କ ସ୍ୱାମୀ ଦିଲ୍ଲୀପ କୁମାରଙ୍କୁ ମନେ ପକାଇଥାନ୍ତି ଓ ତାଙ୍କ ସମ୍ପର୍କିତ ସ୍ମୃତି ବି ସେୟାର କରନ୍ତି।