ରାଷ୍ଟ୍ରପତି ଭବନର ଦର୍ବାର୍ ହଲ୍ ଏବଂ ଅଶୋକ ହଲ୍ର ବଦଳିଲା ନାଁ, ଜାଣନ୍ତୁ ଏବେ କେଉଁ ନାମରେ ଜଣାଯିବ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ପ୍ରତିଷ୍ଠିତ ଦର୍ବାର୍ ହଲ୍ ଏବଂ ଅଶୋକ ହଲ୍ର ନାଁ ପରିବର୍ତ୍ତନ କରାଯାଇଛି । ଏଣିକି ଦରବାର ହଲ୍ ଗଣତନ୍ତ୍ର ମଣ୍ଡପ ନାଁରେ ଜଣାଯିବ । ସେହିପରି ଅଶୋକ ହଲ୍ର ନୂଆ ନାଁ ଅଶୋକ ମଣ୍ଡପ ରଖାଯାଇଛି । ରାଷ୍ଟ୍ରପତି ସଚିବାଳୟରୁ ଏ ନେଇ ସୂଚନା ଜାରି କରାଯାଇଛି । ସଚିବାଳୟ ଦ୍ୱାରା ଜାରି ବୟାନ ଅନୁସାରେ ରାଷ୍ଟ୍ରପତି ଭବନ ଦେଶର ପ୍ରତୀକ ଏବଂ ସମୃଦ୍ଧ ଐତିହ୍ୟର ସଂକେତ । ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ କୁହାଯାଇଛି, 'ଲଗାତାର ଏହି ପ୍ରୟାସ କରାଯାଉଛି ଯେ ରାଷ୍ଟ୍ରପତି ଭବନ ଯାଏ ଲୋକଙ୍କ ପହଞ୍ଚକୁ ବଢାଯିବ । ଏହା ବ୍ୟତୀତ ରାଷ୍ଟ୍ରପତି ଭବନର ପରିଚୟକୁ ଭାରତୀୟ ସଂସ୍କୃତିର ମୂଲ୍ୟ ଏବଂ ଭାବନା ସହ ଯୋଡ଼ା ଯାଉଛି ।'ଏହି ଚିନ୍ତାଧାରା ଆଧାରରେ ରାଷ୍ଟ୍ରପତି ଭବନର ଦର୍ବାର୍ ହଲ୍ର ନାଁ ଏବେଠାରୁ ଗଣତନ୍ତ୍ର ମଣ୍ଡପ ହେବ । ଏହା ବ୍ୟତୀତ ଅଶୋକ ହଲ୍ର ନାଁ ଏବେ ଅଶୋକ ମଣ୍ଡପ ରଖାଯାଇଛି । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ଦର୍ବାର୍ ହଲ୍ରେ ହୋଇଥାଏ । ରାଷ୍ଟ୍ରୀୟ ସମ୍ମାନ ମଧ୍ୟ ଏହି ହଲ୍ରେ ପ୍ରଦାନ କରାଯାଇଥାଏ । ଦର୍ବାର୍ ଅର୍ଥ କୌଣସି ଶାସନର ଅଦାଲତ କିମ୍ୱା ଆସେମ୍ୱଲି ସ୍ଥାନ । ଏପରି ସ୍ଥାନରେ ଗଣତନ୍ତ୍ର ମଣ୍ଡପ ନାଁ ରଖିବା ଯୁକ୍ତଯୁକ୍ତ, ଯାହା ଗଣତନ୍ତ୍ରର ପ୍ରତୀକ ଅଟେ ।ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ ଭାରତ ଏବେ ଗଣତନ୍ତ୍ର । ତେଣୁ ଦରବା
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ପ୍ରତିଷ୍ଠିତ ଦର୍ବାର୍ ହଲ୍ ଏବଂ ଅଶୋକ ହଲ୍ର ନାଁ ପରିବର୍ତ୍ତନ କରାଯାଇଛି । ଏଣିକି ଦରବାର ହଲ୍ ଗଣତନ୍ତ୍ର ମଣ୍ଡପ ନାଁରେ ଜଣାଯିବ । ସେହିପରି ଅଶୋକ ହଲ୍ର ନୂଆ ନାଁ ଅଶୋକ ମଣ୍ଡପ ରଖାଯାଇଛି । ରାଷ୍ଟ୍ରପତି ସଚିବାଳୟରୁ ଏ ନେଇ ସୂଚନା ଜାରି କରାଯାଇଛି । ସଚିବାଳୟ ଦ୍ୱାରା ଜାରି ବୟାନ ଅନୁସାରେ ରାଷ୍ଟ୍ରପତି ଭବନ ଦେଶର ପ୍ରତୀକ ଏବଂ ସମୃଦ୍ଧ ଐତିହ୍ୟର ସଂକେତ । ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ କୁହାଯାଇଛି, 'ଲଗାତାର ଏହି ପ୍ରୟାସ କରାଯାଉଛି ଯେ ରାଷ୍ଟ୍ରପତି ଭବନ ଯାଏ ଲୋକଙ୍କ ପହଞ୍ଚକୁ ବଢାଯିବ । ଏହା ବ୍ୟତୀତ ରାଷ୍ଟ୍ରପତି ଭବନର ପରିଚୟକୁ ଭାରତୀୟ ସଂସ୍କୃତିର ମୂଲ୍ୟ ଏବଂ ଭାବନା ସହ ଯୋଡ଼ା ଯାଉଛି ।'
ଏହି ଚିନ୍ତାଧାରା ଆଧାରରେ ରାଷ୍ଟ୍ରପତି ଭବନର ଦର୍ବାର୍ ହଲ୍ର ନାଁ ଏବେଠାରୁ ଗଣତନ୍ତ୍ର ମଣ୍ଡପ ହେବ । ଏହା ବ୍ୟତୀତ ଅଶୋକ ହଲ୍ର ନାଁ ଏବେ ଅଶୋକ ମଣ୍ଡପ ରଖାଯାଇଛି । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ଦର୍ବାର୍ ହଲ୍ରେ ହୋଇଥାଏ । ରାଷ୍ଟ୍ରୀୟ ସମ୍ମାନ ମଧ୍ୟ ଏହି ହଲ୍ରେ ପ୍ରଦାନ କରାଯାଇଥାଏ । ଦର୍ବାର୍ ଅର୍ଥ କୌଣସି ଶାସନର ଅଦାଲତ କିମ୍ୱା ଆସେମ୍ୱଲି ସ୍ଥାନ । ଏପରି ସ୍ଥାନରେ ଗଣତନ୍ତ୍ର ମଣ୍ଡପ ନାଁ ରଖିବା ଯୁକ୍ତଯୁକ୍ତ, ଯାହା ଗଣତନ୍ତ୍ରର ପ୍ରତୀକ ଅଟେ ।
ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ ଭାରତ ଏବେ ଗଣତନ୍ତ୍ର । ତେଣୁ ଦରବାର ଶବ୍ଦ ବ୍ୟବହାର କରିବା ଠିକ୍ ନୁହେଁ । ଭାରତୀୟ ସମାଜରେ ଗଣତନ୍ତ୍ରର ପରିଭାଷା ପ୍ରାଚୀନ ଅଟେ । ତେଣୁ ଏହାର ନାଁ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଅଶୋକ ହଲ୍କୁ ବଲ୍ରୁମ୍ ଭାବେ ବ୍ୟବହାର କରାଯାଏ । ଅଶୋକ ଅର୍ଥ-କୌଣସି ପ୍ରକାଶର ଶୋକରୁ ମୁକ୍ତି ହେବା । ତେଣୁ ଅଶୋକ ନାଁ ବଜାୟ ରଖାଯିବ, କିନ୍ତୁ ଏହା ସହ ଯୋଡ଼ା ଯାଇଥିବା ହଲ୍ ପରିବର୍ତ୍ତେ ଏଣିକି ମଣ୍ଡପ କୁହାଯିବ ।
ଅଶୋକ ହଲ୍ ନାଁ ପ୍ରାଚୀନ ଭାରତର ସମ୍ରାଟ ଅଶୋକଙ୍କ ନାଁରେ ରଖାଯାଇଥିଲା । ସମ୍ରାଟ ଅଶୋକଙ୍କ ଶାସନକୁ ଭାରତରେ ସମାବେଶୀ ଏବଂ ସହିଷ୍ଣୁ ଧରାଯାଏ । ଏହାସହ ଭାରତର ରାଷ୍ଟ୍ରୀୟ ପ୍ରତୀକରେ ଅଶୋକ ଲାଟ୍ ମଧ୍ୟ ସମ୍ରାଟ ଅଶୋକଙ୍କ ସହ ଜଡ଼ିତ । ଅଶୋକ ଲାଟରେ ସିଂହ ରହିଥାଏ ଏବଂ ଅଶୋକଙ୍କ ନାଁରେ ବୃକ୍ଷ ମଧ୍ୟ ରହିଛି, ଯାହାର ଭାରତରେ ମାନ୍ୟତା ରହିଛି ।