ସିଆର୍ପିଙ୍କୁ ଅଟକ ରଖିଥିଲେ, ଅଚେତ ହେଲେ ବି ଶୁଣି ନ ଥିଲେ: ଆଉ ଏବେ…
ଧାମନଗର,୨।୧୦(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ଏମ୍ବିକେଙ୍କ ବିରୋଧରେ ସମସ୍ତ ସିଆର୍ପି ବିଡିଓଙ୍କ ନିଟକରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ନିଯୁକ୍ତ ଥିବା ଏମ୍ବିକେମାନଙ୍କ ବିଭିନ୍ନ ଦାବି ନେଇ ଗତ ୨୫ ତାରିଖରେ କଲମଛାଡ଼ ଆନ୍ଦୋଳନ ହୋଇଥିଲା। ବ୍ଲକର ସିଆର୍ପି ଆନ୍ଦୋଳନରେ ସାମିଲ ହୋଇ ନ […] The post ସିଆର୍ପିଙ୍କୁ ଅଟକ ରଖିଥିଲେ, ଅଚେତ ହେଲେ ବି ଶୁଣି ନ ଥିଲେ: ଆଉ ଏବେ… appeared first on Dharitri Odia News.
ଧାମନଗର,୨।୧୦(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ଏମ୍ବିକେଙ୍କ ବିରୋଧରେ ସମସ୍ତ ସିଆର୍ପି ବିଡିଓଙ୍କ ନିଟକରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ନିଯୁକ୍ତ ଥିବା ଏମ୍ବିକେମାନଙ୍କ ବିଭିନ୍ନ ଦାବି ନେଇ ଗତ ୨୫ ତାରିଖରେ କଲମଛାଡ଼ ଆନ୍ଦୋଳନ ହୋଇଥିଲା। ବ୍ଲକର ସିଆର୍ପି ଆନ୍ଦୋଳନରେ ସାମିଲ ହୋଇ ନ ଥିଲେ। ହେଲେ ବ୍ଲକର କିଛି ଏମ୍ବିକେ ସିଆର୍ପି ସଂଘର ବିନା ଅନୁମତିରେ କେତେଜଣ ସିଆର୍ପିଙ୍କୁ ନେଇ ଆନ୍ଦୋଳନରେ ସାମିଲ କରିଥିଲେ ବୋଲି ସିଆର୍ପି ସଂଘ ପକ୍ଷରୁ କୁହାଯାଇଛି।
ବ୍ଲକର ମୋଟ୍ ଏମ୍ବିକେଙ୍କ ସଂଖ୍ୟା ୩୦ ଥିଲାବେଳେ ସିଆର୍ପି ସଂଖ୍ୟା ୩୫୦। ଏମ୍ବିକେମାନଙ୍କ ପକ୍ଷରୁ କରାଯାଇଥିବା ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ଏବଂ ପୂର୍ବ ଭଳି ସମସ୍ତ କାମ ସୁଚାରୁ ରୂପେ କରିବା ସମ୍ବନ୍ଧରେ ଏକ ଦରଖାସ୍ତ ବିଡିଓଙ୍କୁ ଦେବାକୁ ସିଆର୍ପି ସଂଘର ସଭାନେତ୍ରୀ ବନ୍ଦିତା ନାୟକ ଓ ସମ୍ପାଦିକା ଦମୟନ୍ତୀ ଯେନା ୨୭ ତାରିଖରେ ଯାଇଥାନ୍ତେ। ଏମ୍ବିକେ ଏକ ଜରୁରୀ ବୈଠକରେ ସାମିଲ ହେବାକୁ ପଞ୍ଚାୟତର ସମସ୍ତ ସିଆର୍ପିଙ୍କୁ ନିଜ ଘରକୁ ଡାକିଥିଲେ। ଉକ୍ତ ସଭାକୁ ଯିବା ପରେ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି ଏବଂ ଏହାର ଦରଖାସ୍ତ ପଞ୍ଚାୟତ ମହାସଂଘର ସଭାନେତ୍ରୀଙ୍କୁ ଦେଇଥିଲେ। ସଭାନେତ୍ରୀ ସିଆର୍ପି ମହିଳାଙ୍କ ଦରଖାସ୍ତକୁ ଗ୍ରହଣ ନ କରି ସମସ୍ତ ଚାକିରି ହରାଇବାର ଧମକ ଦେଇଥିଲେ। ଏଥିସହ ଉକ୍ତ ସ୍ଥାନରେ ସଭାନେତ୍ରୀ ଓ ଏମ୍ବିକେ ମିଳିତ ଭାବେ ସିଆର୍ପିମାନଙ୍କୁ ଏକ ଘରେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ଅଟକ ସମୟରେ ଜଣେ ସିଆର୍ପି ଅଚେତ ହେବା ସହ ଅସୁସ୍ଥ ହୋଇଥିବା ନେଇ ଜଣାଇବା ପରେ ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ ବୋଲି ସିଆର୍ପିମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବନ୍ଦିତା ନାୟକ, ସବିତା ଶତପଥୀ, ସଂଯୁଲତା ରାଉତ, ରଶ୍ମିତା ନାୟକ, କାମିନୀପ୍ରିୟା ଜେନା, ତାନୁଲତା ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ବିଡିଓ ବନବିହାରୀ ଦିଣ୍ଡା ବିଭାଗୀୟ ଅଧିକାରୀ ପୀତବାସ ବିଶ୍ବାଳଙ୍କୁ ତଦନ୍ତଭାର ଦେଇଥିବା କହିଛନ୍ତି। ସଭାନେତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବା ବେଳେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏମ୍ବିକେ ରଶ୍ଚିତା ଓଝା କହିଛନ୍ତି।
The post ସିଆର୍ପିଙ୍କୁ ଅଟକ ରଖିଥିଲେ, ଅଚେତ ହେଲେ ବି ଶୁଣି ନ ଥିଲେ: ଆଉ ଏବେ… appeared first on Dharitri Odia News.