ପେସା ମାଛ ବ୍ୟବସାୟ, ନିଶା ଫୁଲ ଉଦ୍ୟାନ
ପାରାଦୀପ,୧୬।୨ (ଶରତ ରାଉତ): ଘର ଆଗରେ ଫୁଲ ଗଛଟିଏ ଥିଲେ ତାକୁ ଦେଖି ମନ ଟିକିଏ ପୁଲକିତ ହୁଏ। ଆଉ ଯଦି ରଙ୍ଗ ବେରଙ୍ଗର ଫୁଲ ଓ ବାସ୍ନା ଗୋଟିଏ ଜାଗାରେ ଦେଖିବାକୁ ମିଳେ ସେଠାରେ ଆପଣା ଛାଏଁ କିଛି ସମୟ ଅଟକି ଯିବାକୁ ମନହୁଏ। ସେଥିପାଇଁ ପ୍ରାୟତଃ ସରକାରୀ ବେସରକାରୀ ଅଫିସ, ଅତିଥି ଭବନ, ଆଗରେ ଫୁଲ ବଗିଚା କରାଯାଇଛି। କିନ୍ତୁ ପାରାଦୀପର ଜଣେ ମାଛ ବ୍ୟବସାୟୀ ତାଙ୍କର ନିଜ ଘର ଛାତ ଉପରେ ଏମିତି […] The post ପେସା ମାଛ ବ୍ୟବସାୟ, ନିଶା ଫୁଲ ଉଦ୍ୟାନ appeared first on Dharitri Odia News.
ପାରାଦୀପ,୧୬।୨ (ଶରତ ରାଉତ): ଘର ଆଗରେ ଫୁଲ ଗଛଟିଏ ଥିଲେ ତାକୁ ଦେଖି ମନ ଟିକିଏ ପୁଲକିତ ହୁଏ। ଆଉ ଯଦି ରଙ୍ଗ ବେରଙ୍ଗର ଫୁଲ ଓ ବାସ୍ନା ଗୋଟିଏ ଜାଗାରେ ଦେଖିବାକୁ ମିଳେ ସେଠାରେ ଆପଣା ଛାଏଁ କିଛି ସମୟ ଅଟକି ଯିବାକୁ ମନହୁଏ। ସେଥିପାଇଁ ପ୍ରାୟତଃ ସରକାରୀ ବେସରକାରୀ ଅଫିସ, ଅତିଥି ଭବନ, ଆଗରେ ଫୁଲ ବଗିଚା କରାଯାଇଛି। କିନ୍ତୁ ପାରାଦୀପର ଜଣେ ମାଛ ବ୍ୟବସାୟୀ ତାଙ୍କର ନିଜ ଘର ଛାତ ଉପରେ ଏମିତି ଫୁଲ ସମ୍ଭାର କରିଛନ୍ତି ଯେ କେହି ତାକୁ ଦେଖି ଖୁସି ଅନୁଭବ କରିବ। ସେ ହେଉଛନ୍ତି ତୈଳ ବିଶୋଧନାଗାର ରାସ୍ତା ପାଖରେ ଥିବା ନିମିଢି ଗାଁର ଗୟାଧର ତରାଇ। ତାଙ୍କର ଏହି ଫୁଲ ବଗିଚା କରିବା ନିଶା ତାଙ୍କୁ ଭିନ୍ନ ପରିଚୟ ଦେଇଛି। ଅପରାହ୍ନ ହେଲେ କେତେଜଣ ସରକାରୀ ଅଫିସର, ତୈଳ ବିଶୋଧନାଗାର ଅଫିସର କର୍ମଚାରୀ ଓ ସାଧାରଣ ଲୋକ ତାଙ୍କ ଫୁଲ ବଗିଚା ଦେଖିବା ପାଇଁ ଯାଉଛନ୍ତି। ସେ ଛାତ ଉପରେ ପ୍ରାୟ ହଜାରରୁ ଅଧିକ ଫୁଲ କୁଣ୍ଡିଆରେ ଫୁଲ ବଗିଚା ସଜାଇଛନ୍ତି। ଛାତ ବ୍ୟତୀତ ପାଚେରି ଉପରେ, ଘର ଆଗ ଓ ସମ୍ମୁଖ ରାସ୍ତାରେ ମଧ୍ୟ ଫୁଲ ଗଛ ରହିଛି। ଏବେ ଶୀତଦିନେ ଉକ୍ତ ଫୁଲଗଛଗୁଡ଼ିକରେ ଅଧିକ ରଙ୍ଗ ବିରଙ୍ଗର ଫୁଲ ଫୁଟିଛି। ସେଥିମଧ୍ୟରେ ଡାଲିଆ ୩୦ ପ୍ରକାର, ସେବତୀ ୧୫ ପ୍ରକାର, ଦେଶୀ ଗୋଲାପ ପ୍ରାୟ ୫ ପ୍ରକାର ରଙ୍ଗର ରହିଛି। ଏହାଛଡ଼ା ଚେରୀ, କେଳିକୁସୁମ, ଗେଣ୍ଡୁ, ଇନକା, ମୁର୍ଗା, ସଦାବିହାରୀ, ଆଷ୍ଟ୍ରୋ, ସାଲିମିଆ, ଟିକିନିଆ, ମନ୍ଦାର, ଭଳି ଅନେକ ପ୍ରଜାତିର ଫୁଲ ଫୁଟିଛି। ଏପରି ବଗିଚା କରିବା ସମ୍ପର୍କରେ ଗୟାଧର କୁହନ୍ତି, ୨୦୦୪ରେ ଘର କରିବା ପରେ ପ୍ରଥମେ ହାତଗଣତି ଫୁଲକୁଣ୍ଡ ରଖିଥିଲି। ପରବର୍ତ୍ତୀ ସମୟରେ ତାହା ବୃଦ୍ଧି ପାଇବାରେ ଲାଗିଛି।ଏପରିକି ଏବେ ନିଶାରେ ପରିଣତ ହୋଇଗଲାଣି। କେଉଁଠି ଭଲ ଫୁଲ ଚାରା ଦେଖିଲେ ତାକୁ ସଂଗ୍ରହ କରିଥାଏ। ଫୁଲ ଗଛର ଯତ୍ନ ନେବା ପାଇଁ ରାତି ୩ ଟାରୁ ଉଠି କାମରେ ଲାଗିଯାଏ। ସକାଳ ୫ ଟା ସୁଦ୍ଧା କାମ ସାରି ମାଛ ବେପାର ପାଇଁ ପାରାଦୀପ ମାଛଧରା ବନ୍ଦର ଯିବାକୁ ପଡୁଛି। ସେଠାରୁ ସାରେ ଫେରିବା ପରେ ପୁଣି ଗଛ ସେବାରେ ନିୟୋଜିତ ହୋଇଥାଏ।ଏଥିରେ ସ୍ତ୍ରୀ ରୀନାବତୀଙ୍କର ମଧ୍ୟ ଅନେକ ଅବଦାନ ରହିଛି। ବେଳେବେଳେ ସେ ଆବଶ୍ୟକ ଅନୁସାରେ ପାଣି ଦେଇଥାନ୍ତି। ଏସବୁ ଫୁଲ ଗଛକୁ ଦେଖିଲେ ଭାରି ଭଲ ଲାଗେ ଏପରିକି ମୋର ମାନସିକ ଚାପ ମଧ୍ୟ ଅନେକ ସମୟ କମିଯାଏ।
The post ପେସା ମାଛ ବ୍ୟବସାୟ, ନିଶା ଫୁଲ ଉଦ୍ୟାନ appeared first on Dharitri Odia News.