ସିଏଏ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ,୧୭।୩: ଆମେରିକା ତଥା ବିଶ୍ୱର ଅନ୍ୟାନ୍ୟ ଦେଶରେ ନାଗରିକତ୍ୱ (ସଂଶୋଧନ) ଅଧିନିୟମ (ସିଏଏ)କୁ ନେଇ ଚାଲିଥିବା ସମାଲୋଚନା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଡ଼ଶା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ। ଅନେକ ଦେଶ ନାଗରିକତ୍ୱ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାର ଅନେକ ଉଦାହରଣ ଦେଖିବାକୁ ମିଳିବ। ସିଏଏ ବିଷୟରେ ଜୟଶଙ୍କର କହିଛନ୍ତି, ଦେଖନ୍ତୁ ସିଏଏକୁ ସମାଲୋଚନା କରୁଥିବା ଦେଶର ଗଣତନ୍ତ୍ରର ତ୍ରୁଟି କିମ୍ବା ଅନ୍ୟାନ୍ୟ ଜିନିଷ […] The post ସିଏଏ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର appeared first on Dharitri Odia News.
ନୂଆଦିଲ୍ଲୀ,୧୭।୩: ଆମେରିକା ତଥା ବିଶ୍ୱର ଅନ୍ୟାନ୍ୟ ଦେଶରେ ନାଗରିକତ୍ୱ (ସଂଶୋଧନ) ଅଧିନିୟମ (ସିଏଏ)କୁ ନେଇ ଚାଲିଥିବା ସମାଲୋଚନା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଡ଼ଶା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ। ଅନେକ ଦେଶ ନାଗରିକତ୍ୱ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାର ଅନେକ ଉଦାହରଣ ଦେଖିବାକୁ ମିଳିବ।
ସିଏଏ ବିଷୟରେ ଜୟଶଙ୍କର କହିଛନ୍ତି, ଦେଖନ୍ତୁ ସିଏଏକୁ ସମାଲୋଚନା କରୁଥିବା ଦେଶର ଗଣତନ୍ତ୍ରର ତ୍ରୁଟି କିମ୍ବା ଅନ୍ୟାନ୍ୟ ଜିନିଷ କିମ୍ବା ସେମାନଙ୍କର ନୀତି ଉପରେ ପ୍ରଶ୍ନ କରୁନାହିଁ। ମୁଁ ଆମର ଇତିହାସ ବିଷୟରେ ସେମାନଙ୍କ ବୁଝାମଣା ଉପରେ ପ୍ରଶ୍ନ କରୁଛି। ତ୍ବିଶ୍ୱର ଅନେକ ଦେଶର ମନ୍ତବ୍ୟ ଶୁଣିଲେ ଲାଗିବ ଯେପରି ଭାରତର ବିଭାଜନ କେବେ ହୋଇ ନାହିଁ ଏବଂ ଏହାର ପରିଣାମସ୍ବରୂପ ଏମିତି କିଛି ସମସ୍ୟ ହିଁ ନ ଥିଲା, ଯାହାର ସମାଧାନ ସିଏଏକୁ କରିବା ଉଚିତ୍।
ସୂଚନାଯୋଗ୍ୟ, ଭାରତରେ ସିଏଏକୁ ନେଇ ଆମେରିକା କହିଛି ଯେ, ଭାରତରେ ସିଏଏର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ ଏବଂ ଆମେ କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିଛୁ।
The post ସିଏଏ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର appeared first on Dharitri Odia News.