ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୨୬।୧୦: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ନିଜେ ଧୋନୀ ଆଇପିଏଲ୍‌ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳି ରିଟେନସନ ତାଲିକା ଜାରି କରିବେ। ଏଭଳି ସ୍ଥିତିରେ ମେଗା ଅକ୍ସନ ପୂର୍ବରୁ ଧୋନୀଙ୍କୁ ଚେନ୍ନାଇ ରିଟେନ୍‌ କରିବ କି ନାହିଁ ତାକୁ ନେଇ ଆଲୋଚନା […] The post ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ appeared first on Dharitri Odia News.

ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୨୬।୧୦: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ନିଜେ ଧୋନୀ ଆଇପିଏଲ୍‌ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳି ରିଟେନସନ ତାଲିକା ଜାରି କରିବେ। ଏଭଳି ସ୍ଥିତିରେ ମେଗା ଅକ୍ସନ ପୂର୍ବରୁ ଧୋନୀଙ୍କୁ ଚେନ୍ନାଇ ରିଟେନ୍‌ କରିବ କି ନାହିଁ ତାକୁ ନେଇ ଆଲୋଚନା ବଢ଼ିଛି।

ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଧୋନୀ କହିଛନ୍ତି, ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି। ଯେତେବେଳେ ଆପଣ ଏକ ବୃତ୍ତିଗତ ଖେଲ ପରି କ୍ରିକେଟ ଖେଳନ୍ତି, ସେତେବେଳେ ଏହାକୁ ଉପଭୋଗ କରିବା କଷ୍ଟକର ହୋଇଯାଏ। ମୁଁ ତାହା କରିବାକୁ ଚାହେଁ। ଏହା ସହଜ ନୁହେଁ। ଯେଉଁଠି ଭାବନା ଆସୁଛି, ସେଠାରେ ପ୍ରତିଶ୍ରୁତି ରହିଛି। ଆସନ୍ତା କିଛି ବର୍ଷ ଯାଏ ଖେଳକୁ ମୁଁ ଉପଭୋଗ କରିବାକୁ ଚାହେଁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨୦୨୪ ଆଇପିଏଲ୍‌ ସିଜନ ପୂର୍ବରୁ ଧୋନୀ ଚେନ୍ନାଇ ଅଧିନାୟକ ଭାବେ ଋତୁରାଜ ଗାଏକଓ୍ବାଡ଼ଙ୍କୁ ଦାୟିତ୍ୱ ଦେଇଥିଲେ। ସେ ଦଳ ପାଇଁ ୫ ଟାଇଟଲ୍‌ ସହ ନିଜର ଅଧିନାୟକତ୍ୱ ସମାପ୍ତ କରିଥିଲେ। ଗତ ସିଜନରେ ଚେନ୍ନାଇ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଥିଲା। କେବଳ ନେଟ୍‌ ରନ୍‌ ରେଟ୍‌ ଯୋଗୁ ପ୍ଲେ ଅଫ୍‌ ଖେଳିପାରି ନ ଥିଲା।

ଧୋନୀ ଆହୁରୀ ମଧ୍ୟ କହିଛନ୍ତି, ମୋତେ ୯ ମାସ ପାଇଁ ଫିଟ୍‌ ରହିବାକୁ ପଡ଼ିବ।ଯାହାଦ୍ୱାରା ମୁଁ ଅଢ଼େଇ ମାସ ଆଇପିଏଲ୍‌ ଖେଳିପାରିବି। ଏଥିଲାଗି ଯୋଜନା କରିବାକୁ ପଡ଼ିବ, କିନ୍ତୁ ସମୟ ସମୟରେ ଚିଲ୍‌ କରିବାକୁ ହେବ ବୋଲି ସେ କହିଛନ୍ତି।

The post ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ appeared first on Dharitri Odia News.