ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ୫୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ: ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର... The post ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ୫୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର appeared first on .
ନନ୍ଦିଘୋଷ ବ୍ୟୁରୋ: ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର କାଲିମ୍ପଙ୍ଗ ଜିଲ୍ଲାର କିଛି ଅଂଶରେ ଲଗାଣ ବର୍ଷା ଯୋଗୁଁ ସେଠାରେ ଭୁସ୍କଳନ ହୋଇଥିଲା। ଭୁସ୍କଳନରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଶହରୁ ଉଦ୍ଧ୍ବ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ।ପୂର୍ବରୁ ୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଥିବାବେଳେ ଆଜି ଆଉ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବ୍ୟକ୍ତି ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଅଧିକ କ୍ଷୟକ୍ଷତି ହେତୁ ଚିନ୍ତାରେ ଅଞ୍ଚଳବାସୀ। ବର୍ତ୍ତମାନ ସୁଦ୍ଧା ଟିଷ୍ଟା ନଦୀ କାଲିମ୍ପଙ୍ଗର ଧୋବିଖୋଲ ଅଞ୍ଚଳର ଜାତୀୟ ରାଜପଥ ବନ୍ଦ ରହିଛି। ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ୩୫୦ ଉଦ୍ଧାର ହୋଇଥିବାବେଳେ ଅନ୍ୟ ସମସ୍ତଙ୍କୁ ଯଥାଶିଘ୍ର ଉଦ୍ଧାର କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
The post ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟଙ୍କ ମଧ୍ୟରୁ ୫୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର appeared first on .