ସିକ୍କିମ ବୁଲିବାକୁ ଯାଉଥିଲେ ସାଥୀରେ ନିଅନ୍ତୁ ଅଳିଆ ବ୍ୟାଗ, ନଚେତ୍ ଦେବାକୁ ପଡ଼ିବ ଜୋରିମାନା
ନୂଆଦିଲ୍ଲୀ: ଯଦି ଆପଣ ସିକ୍କିମ୍ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ଗାଡ଼ିରେ ଅଳିଆ ବ୍ୟାଗ ରଖିବାକୁ ଭୁଲନ୍ତୁ ନାହିଁ। ନହେଲେ ଗଣିବାକୁ ପଡ଼ିବ ଫାଇନ୍। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଦିଆ ଦିଆଯାଇଛି ଏଭଳି ନିର୍ଦ୍ଦେଶ। ଏହି ଆଦେଶରେ ଦର୍ଶାଯାଇଛି ଯେ ସିକ୍କିମକୁ ଆସୁଥିବା ସମସ୍ତ ପର୍ଯ୍ୟଟନ ଯାନକୁ ବାଧ୍ୟତାମୂଳକ ଭାବେ ନେବାକୁ ପଡ଼ିବ ଏକ ବଡ଼ ଅଳିଆ ବ୍ୟାଗ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସିକ୍କିମ ରାଜ୍ୟ। ଏଠାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସନ୍ତି। ପର୍ଯ୍ୟଟକମାନେ ହିଲ୍ ଷ୍ଟେସନ ବୁଲିପାରିବେ। ଏପରିକି ପାହାଡ଼, ଜଳପ୍ରପାତ ଏବଂ ଉପତ୍ୟକାରେ ଶାନ୍ତିରେ ସମୟ ଅତିବାହିତ କରିପାରିବେ। ଏହି ସ୍ଥାନର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ହୃଦୟକୁ ସ୍ପର୍ଶ କରେ। କିନ୍ତୁ ବର୍ତ୍ତମାନ ଯଦି ଆପଣ ସିକ୍କିମକୁ ଯାଉଛନ୍ତି, ଆପଣଙ୍କ ସହିତ ଏକ ଅଳିଆ ବ୍ୟାଗ ରଖିବାକୁ ପଡ଼ିବ, ନଚେତ୍ ଦେବାକୁ ପଡିବ ଜୋରିମାନା।ପର୍ଯ୍ୟଟନ ଗାଡ଼ି ଯଦି ଅଳିଆ ବ୍ୟାଗ ନେଇନଥିବେ ସିକ୍କିମ୍ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟର ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶରେ ଦର୍ଶାଯାଇଛି ଯେ ସିକ୍କିମକୁ ଆସୁଥିବା ସମସ୍ତ ପର୍ଯ୍ୟଟନ ଯାନକୁ ବାଧ୍ୟତାମୂଳକ ଭାବେ ଏକ ବଡ଼ ଅଳିଆ ବ୍ୟାଗ ନେବାକୁ ପଡ଼ିବ।ସ୍ୱଚ୍ଛ ପରିବେଶ ଗଠନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି। ଯାତ୍ର
ନୂଆଦିଲ୍ଲୀ: ଯଦି ଆପଣ ସିକ୍କିମ୍ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ଗାଡ଼ିରେ ଅଳିଆ ବ୍ୟାଗ ରଖିବାକୁ ଭୁଲନ୍ତୁ ନାହିଁ। ନହେଲେ ଗଣିବାକୁ ପଡ଼ିବ ଫାଇନ୍। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଦିଆ ଦିଆଯାଇଛି ଏଭଳି ନିର୍ଦ୍ଦେଶ। ଏହି ଆଦେଶରେ ଦର୍ଶାଯାଇଛି ଯେ ସିକ୍କିମକୁ ଆସୁଥିବା ସମସ୍ତ ପର୍ଯ୍ୟଟନ ଯାନକୁ ବାଧ୍ୟତାମୂଳକ ଭାବେ ନେବାକୁ ପଡ଼ିବ ଏକ ବଡ଼ ଅଳିଆ ବ୍ୟାଗ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସିକ୍କିମ ରାଜ୍ୟ। ଏଠାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସନ୍ତି। ପର୍ଯ୍ୟଟକମାନେ ହିଲ୍ ଷ୍ଟେସନ ବୁଲିପାରିବେ। ଏପରିକି ପାହାଡ଼, ଜଳପ୍ରପାତ ଏବଂ ଉପତ୍ୟକାରେ ଶାନ୍ତିରେ ସମୟ ଅତିବାହିତ କରିପାରିବେ। ଏହି ସ୍ଥାନର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ହୃଦୟକୁ ସ୍ପର୍ଶ କରେ। କିନ୍ତୁ ବର୍ତ୍ତମାନ ଯଦି ଆପଣ ସିକ୍କିମକୁ ଯାଉଛନ୍ତି, ଆପଣଙ୍କ ସହିତ ଏକ ଅଳିଆ ବ୍ୟାଗ ରଖିବାକୁ ପଡ଼ିବ, ନଚେତ୍ ଦେବାକୁ ପଡିବ ଜୋରିମାନା।
ପର୍ଯ୍ୟଟନ ଗାଡ଼ି ଯଦି ଅଳିଆ ବ୍ୟାଗ ନେଇନଥିବେ ସିକ୍କିମ୍ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟର ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶରେ ଦର୍ଶାଯାଇଛି ଯେ ସିକ୍କିମକୁ ଆସୁଥିବା ସମସ୍ତ ପର୍ଯ୍ୟଟନ ଯାନକୁ ବାଧ୍ୟତାମୂଳକ ଭାବେ ଏକ ବଡ଼ ଅଳିଆ ବ୍ୟାଗ ନେବାକୁ ପଡ଼ିବ।
ସ୍ୱଚ୍ଛ ପରିବେଶ ଗଠନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି। ଯାତ୍ରୀମାନଙ୍କୁ ଅଳିଆ ଆବର୍ଜନା ବ୍ୟବହାର ପାଇଁ ଅଳିଆ ବ୍ୟାଗ ବ୍ୟବହାର ବିଷୟରେ ଅବଗତ କରାଇବା ଟୁର ଅପରେଟର, ଟ୍ରାଭେଲ ଏଜେନ୍ସି ଏବଂ ଭେଇକିଲ୍ ଡ୍ରାଇଭର ଦାୟିତ୍ୱ ନେବେ। ପର୍ଯ୍ୟଟନ ବିଭାଗ କହିଛି ଯେ ଏହି ନିର୍ଦ୍ଦେଶ ପାଳନ କରାଯାଇଛି କି ନାହିଁ ଟୁରିଷ୍ଟ ସ୍କ୍ୱାଡ୍ ଯାଞ୍ଚ କରିବେ।
ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ପର୍ଯ୍ୟଟକ ଗାଡିକୁ ଜରିମାନା କରାଯିବ। ପର୍ଯ୍ୟଟକମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସ୍ଥିରତା ଓ ସ୍ୱଚ୍ଛତା ବିଷୟରେ ଶିକ୍ଷା ଦେବା ପାଇଁ ସଚେତନତା ଅଭିଯାନ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି। ସିକ୍କିମ୍ ହେଉଛି ଭାରତର ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ। ଏଠାରେ ଜନସଂଖ୍ୟା 6 ଲକ୍ଷରୁ ଅଧିକ। ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତି।