ସିଜିୟୁରେ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର,୧୯।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ପରିସରରେ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)ର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ୨୦୨୩ ଡିସେମ୍ବର ୧୯ରୁ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷ କରି ଶିକ୍ଷା ମନ୍ତ୍ରଣାଳୟର ଇନୋଭେଶନ୍‌ ସେଲ୍‌, ଏଆଇସିଟିଇ ଏବଂ ଆଇ ୪ସି ଦ୍ୱାରା ମିଳିତ ଭାବେ ୪୭ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଓ ଇନ୍‌କ୍ୟୁବେଟରକୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ନୋଡାଲ୍‌ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଉକ୍ତ ନୋଡାଲ୍‌ କେନ୍ଦ୍ରଗୁଡ଼ିକରେ ସମଗ୍ର […] The post ସିଜିୟୁରେ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫାଇନାଲ appeared first on Dharitri Odia News.

ସିଜିୟୁରେ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର,୧୯।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ପରିସରରେ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)ର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ୨୦୨୩ ଡିସେମ୍ବର ୧୯ରୁ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷ କରି ଶିକ୍ଷା ମନ୍ତ୍ରଣାଳୟର ଇନୋଭେଶନ୍‌ ସେଲ୍‌, ଏଆଇସିଟିଇ ଏବଂ ଆଇ ୪ସି ଦ୍ୱାରା ମିଳିତ ଭାବେ ୪୭ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଓ ଇନ୍‌କ୍ୟୁବେଟରକୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ନୋଡାଲ୍‌ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଉକ୍ତ ନୋଡାଲ୍‌ କେନ୍ଦ୍ରଗୁଡ଼ିକରେ ସମଗ୍ର ପ୍ରକ୍ରିୟାକୁ ପରିଚାଳନା ଏବଂ ଅଧ୍ୟକ୍ଷତା କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟର ଇନୋଭେଶନ୍‌ ସେଲ୍‌ ଦ୍ୱାରା ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେହିଭଳି ଚଳିତବର୍ଷ ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି କ୍ୟାମ୍ପସକୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ ସଫ୍ଟଓ୍ବେର୍‌ ସଂସ୍କରଣକୁ ପରିଚାଳିତ କରିବା ପାଇଁ ଏକ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। ଅପରପକ୍ଷରେ ଶକ୍ତି ମନ୍ତ୍ରଣାଳୟର ୪ ସମସ୍ୟାର ସମାଧାନ କରିବା ପାଇଁ ମୋଟ ୨୧ ଦଳରୁ ପ୍ରାୟ ୧୨୬ ପ୍ରତିଯୋଗୀ ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ପ୍ରତ୍ୟେକ ସମସ୍ୟା ଷ୍ଟେଟମେଣ୍ଟରେ ବିଜୟୀ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବାର ଆୟୋଜନ କରାଯାଇଛି।

The post ସିଜିୟୁରେ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫାଇନାଲ appeared first on Dharitri Odia News.