ସିଡନୀ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା ! ଆଜି ଅଭ୍ୟାସ୍ ବି କଲେନି ହିଟ୍ମ୍ୟାନ୍
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ଖେଳିବେ ନାହିଁ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ। ଉପ ଅଧିନାୟକ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ଫଳରେ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରର ମେଲବର୍ଣ୍ଣ ମ୍ୟାଚ୍ ଶେଷ ଟେଷ୍ଟ ଥିଲା ବୋଲି କୁହାଯାଉଛି। ହୋଇପାରେ ବିସିସିଆଇ ତାଙ୍କୁ ବିଦାୟ ଦେବା ପାଇଁ ଶେଷ ଟେଷ୍ଟ ଖେଳିବାକୁ କହିପାରେ ବୋଲି କୁହାଯାଉଛି। ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍ଙ୍କୁ ସ୍ଥାନ ମିଳିବ। ସେ ନମ୍ବର ୩ରେ ବ୍ୟାଟିଂ କରିବେ। ଆଶା ଅନୁଯାୟୀ, ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଓପନିଂ କରିବେ। ସିଡନୀ ଟେଷ୍ଟ ପୂର୍ବରୁ ଆଜି ହୋଇଥିବା ଶେଷ ଅଭ୍ୟାସ୍ ସେସନରେ ରୋହିତ ଶର୍ମା ଯୋଗ ଦେଇଥିଲେ ହେଁ କୌଣସି ଅଭ୍ୟାସ କରି ନ ଥିଲେ। ତାଙ୍କୁ ଅଧିକ ସମୟ ଯଶପ୍ରୀତ ବୁମରା, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ସହାୟକ କୋଚ୍ଙ୍କୁ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ନେଟ୍ସର ବିରାଟ କୋହଲି, ଶୁଭମନ ଗିଲ୍, କେଏଲ ରାହୁଲ ଓ ଯଶସ୍ଵୀ ଜୟସ୍ଵାଲ ଅଭ୍ୟାସ୍ କରିଥିଲେ।Also read: ଟିମ୍ ଇଣ୍ଡିଆରେ ତେଜିଲା ଅସନ୍ତୋଷ, ହେଡ୍ କୋଚ୍ଙ୍କ ଉପରେ ନିଆଯାଇପାରେ ଆକ୍ସନଏହିପରି ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ଶେଷ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ। ସୂତ୍ର ମୁ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ଖେଳିବେ ନାହିଁ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ। ଉପ ଅଧିନାୟକ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ଫଳରେ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରର ମେଲବର୍ଣ୍ଣ ମ୍ୟାଚ୍ ଶେଷ ଟେଷ୍ଟ ଥିଲା ବୋଲି କୁହାଯାଉଛି। ହୋଇପାରେ ବିସିସିଆଇ ତାଙ୍କୁ ବିଦାୟ ଦେବା ପାଇଁ ଶେଷ ଟେଷ୍ଟ ଖେଳିବାକୁ କହିପାରେ ବୋଲି କୁହାଯାଉଛି।
ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍ଙ୍କୁ ସ୍ଥାନ ମିଳିବ। ସେ ନମ୍ବର ୩ରେ ବ୍ୟାଟିଂ କରିବେ। ଆଶା ଅନୁଯାୟୀ, ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଓପନିଂ କରିବେ। ସିଡନୀ ଟେଷ୍ଟ ପୂର୍ବରୁ ଆଜି ହୋଇଥିବା ଶେଷ ଅଭ୍ୟାସ୍ ସେସନରେ ରୋହିତ ଶର୍ମା ଯୋଗ ଦେଇଥିଲେ ହେଁ କୌଣସି ଅଭ୍ୟାସ କରି ନ ଥିଲେ। ତାଙ୍କୁ ଅଧିକ ସମୟ ଯଶପ୍ରୀତ ବୁମରା, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ସହାୟକ କୋଚ୍ଙ୍କୁ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ନେଟ୍ସର ବିରାଟ କୋହଲି, ଶୁଭମନ ଗିଲ୍, କେଏଲ ରାହୁଲ ଓ ଯଶସ୍ଵୀ ଜୟସ୍ଵାଲ ଅଭ୍ୟାସ୍ କରିଥିଲେ।
Also read: ଟିମ୍ ଇଣ୍ଡିଆରେ ତେଜିଲା ଅସନ୍ତୋଷ, ହେଡ୍ କୋଚ୍ଙ୍କ ଉପରେ ନିଆଯାଇପାରେ ଆକ୍ସନ
ଏହିପରି ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ଶେଷ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ। ସୂତ୍ର ମୁତାବକ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ ନାହିଁ ବୋଲି କୋଚ୍ ଗୌତମ ଗମ୍ଭୀର ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ନିଜର ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।
ଏହାର ଅର୍ଥ ମେଲବର୍ଣ୍ଣ ଟେଷ୍ଟ ରୋହିତଙ୍କ କ୍ୟାରିୟରର ଶେଷ ଟେଷ୍ଟ ଥିଲା। କାରଣ ଆଗାମୀ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ତାଙ୍କୁ ସ୍ଥାନ ମିଳି ନ ପାରେ। ଜୁନ ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଉଲ୍ଲେଖନୀୟ ରୋହିତ ଶର୍ମା ସଂପ୍ରତି ଅତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଗତ ୯ଟି ଟେଷ୍ଟରେ ତାଙ୍କର ବ୍ୟାଟିଂ ହାର ୧୦.୯୩ ରହିଛି। ବର୍ଡର-ଗାଭାସ୍କର ସିରିଜ୍ରେ ସେ ମାତ୍ର ୬.୨ ହାରରେ ୩୩ ରନ କରିଛନ୍ତି।
Also read: ବିରାଟଙ୍କ ଛାଡିନି କ୍ୟାପଟେନ ମୋହ, ଅଧିନାୟକ ବିବାଦ ଭିତରେ ଟିମ୍ ଇଣ୍ଡିଆର 'ମିଷ୍ଟର ଫିକ୍ସ ଇଟ୍ଙ୍କୁ ନେଇ ଝଡ
ମ୍ୟାଚ୍ର ପୂର୍ବ ସନ୍ଧ୍ୟାରେ ଅଭ୍ୟାସ୍ ସମୟରେ ଗମ୍ଭୀରଙ୍କୁ ବୁମରାଙ୍କ ସହ ଦୀର୍ଘ ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀରଙ୍କୁ ଚୂଡ଼ାନ୍ତ ଏକାଦଶ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ଗମ୍ଭୀର କୌଣସି ଉତ୍ତର ଦେଇ ନ ଥିଲେ। କେବଳ ଏତିକି କହିଥିଲେ ଯେ, ରୋହିତ ଠିକ୍ ଅଛନ୍ତି। ୩ ତାରିଖ ପିଚ୍ ଦେଖି ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ।