ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର

ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ସିନିୟର ଛାତ୍ରଙ୍କ ମାଡ଼ରେ ୨୨ ଜଣ ଜୁନିୟର ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ଶୁକ୍ରବାର ଏହା ପଦାକୁ ଆସିଛି। ଏହାର ପ୍ରତିବାଦରେ ଜୁନିୟର ଛାତ୍ରୀଛାତ୍ର ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପ୍ରଶାସନ ପକ୍ଷରୁ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ମିଳିବା […] The post ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର appeared first on Dharitri Odia News.

ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର

ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ସିନିୟର ଛାତ୍ରଙ୍କ ମାଡ଼ରେ ୨୨ ଜଣ ଜୁନିୟର ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ଶୁକ୍ରବାର ଏହା ପଦାକୁ ଆସିଛି। ଏହାର ପ୍ରତିବାଦରେ ଜୁନିୟର ଛାତ୍ରୀଛାତ୍ର ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପ୍ରଶାସନ ପକ୍ଷରୁ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ସୂଚନା ମୁତାବକ ଗୁରୁବାର ଦଶମ ଶ୍ରେଣୀର ଜଣେ ଛାତ୍ର ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦ୍ୱାଦଶ ଶ୍ରେଣୀ ଛାତ୍ରମାନେ ଦଶମ ଶ୍ରେଣୀର ୨୨ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ବାଡିରେ ପ୍ରହାର କରିଥିଲେ। ଏଥିରେ ଛାତ୍ରମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଶୁକ୍ରବାର ଏହି ଖବର ଶୁଣିଲା ପରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚତ୍ ଆହତ ଛାତ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେମାନେ କ୍ଷୋଭ ପ୍ରକାଶ କରି କହିଥିଲେ, ବିଦ୍ୟାଳୟରେ ଶୃଙ୍ଖଳା ରହୁ ନ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି। ବିଦ୍ୟାଳୟ କର୍ମଚାରୀଙ୍କ ଅବହେଳାକୁ ସେମାନେ ଦାୟୀ କରିଥିଲେ। ଅର୍ଦ୍ଧରାତ୍ରରେ ଘଟଣା ଘଟିଥିଲେ ମଧ୍ୟ ବିଦ୍ୟାଳୟ କର୍ମଚାରୀଙ୍କ ନଜରକୁ ଆସି ନ ଥିଲା। ଅନ୍ୟପକ୍ଷେ ମାଡ଼ ମାରିଥିବା ଛାତ୍ରମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ବିଦ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଖବର ପାଇ ଉପଜିଲାପାଳ ଯୋଗେନ୍ଦ୍ର ମାଝି, କୋମନା ବିଡିଓ ହିତାଂଶୁ ଶେଖର ସାମଲ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯାମୀ ବଳିଆର ସିଂ ପ୍ରମୁଖ ପହଞ୍ଚତ୍ ଅଭିଭାବକ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଅଭିଭାବକମାନେ ମାଡ଼ ମାରିଥିବା ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପ୍ରିନ୍ସିପାଲ ଡି. ଭେଙ୍କିଆ ରମଣ କହିଥିଲେ, ମାଡ ମାରିଥିବା ୭ ଛାତ୍ର ଓ ୨ ଛାତ୍ରୀଙ୍କୁ ବିଦ୍ୟାଳୟରୁ ନିଲମ୍ବନ କରାଯାଇଛି ା ସେମାନେ ହଷ୍ଟେଲରେ ରହି ପଢିପାରିବେ ନାହିଁ ା କେବଳ ପରୀକ୍ଷା ସମୟରେ ଆସି ପରୀକ୍ଷା ଦେଇପାରିବେ। ଏହି ପ୍ରତିଶ୍ରୁତି ପାଇବା ପରେ ସ୍ଥିତି ଶାନ୍ତ ପଡିଥିଲା।

The post ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର appeared first on Dharitri Odia News.