ସିନେମା ହଲ୍‌ରେ ଲୁଟ୍‌: ପୁଷ୍ପା-୨ ସିନେମାର ସମ୍ପୂର୍ଣ୍ଣ କଲେକ୍ସନ ନେଇଗଲେ ଲୁଟେରା

ରାୟପୁର: ସିନେମା ହଲରେ ପୁଷ୍ପା ଧୁମ। ଏପଟେ ଲୁଟେରା ପଶି ଛେଚିଲା ନିର୍ଦ୍ଧୁମ। ଛତିଶଗଡ଼ର ଏକ ସିନେମା ହଲ୍‌ରେ ୧.୩୪ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହଲ୍‌ରେ ପୁଷ୍ପା ସିନେମା ଚାଲିଥିବା ବେଳେ ଲୁଟେରା ସିକ୍ୟୁରିଟିଙ୍କୁ ମାରି ଟଙ୍କା ଚୋରି କରି ଫେରାର ହୋଇଛି। ଛତିଶଗଡ଼ ଭିଲ୍ଲାଇରେ ଏଭଳି ଘଟଣା ଘଟିଛି। ପୁଷ୍ପା-୨ ସିନେମା ଦେଖାଇ ରୋଜଗାର ହୋଇଥିବା ସମସ୍ତ ଟଙ୍କା ଲୁଟେରା ନେଇ ଫେରାର ହୋଇଯାଇଛି। ଦୁଇଜଣ ଲୁଟେରା ମୁକ୍ତ ଆର୍ଟ-୨ ସିନେମା ହଲ୍‌ରେ ପଶିଥିଲେ। ଟଙ୍କା ନେବା ସହ ଏମାନେ ସିସିଟିଭ ଫୁଟେଜ୍‌ର ଡିଭିଡି ନେଇ ଯାଇଛନ୍ତି।ପ୍ରଥମେ ଜଣେ ଲୁଟେରା ସିନେମା ହଲ୍‌ରେ ପଶିଥିଲା। ସିକ୍ୟୁରିଟି ଗାର୍ଡକୁ ମାରି ତାଙ୍କୁ ଗୋଟେ ରୁମ୍‌ରେ ପୂରାଇ ଦେଇଥିଲା। ଏହାପରେ ସେ ଲକର ଚାବି ନେଇ ଟଙ୍କା ଲୁଟ୍ କରି ନେଇଯାଇଥିଲା। ଗୋଟିଏରେ ୬୦ ହଜାର ଟଙ୍କା ଥିବା ବେଳେ ବାକି ଟଙ୍କା ଅନ୍ୟ ଲକରରେ ଥିଲା। ପରଦିନ ସିନେମାହଲ କର୍ମଚାରୀ ଆସି ମାଲିକ ଓ ମ୍ୟାନେଜରଙ୍କୁ ଏ ବିଷୟରେ ଜଣାଇଥିଲେ।  ଘଟଣାରେ ମାମଲା ରୁଜୁ ହୋଇଛି ବୋଲି ଅସିଷ୍ଟାଣ୍ଟ ଏସ୍‌ପି ସୁଖ ନନ୍ଦନ ରାଠୋର ଏହି ସୂଚନା ଦେଇଛନ୍ତି। ସିନେମା ହଲ୍ ମ୍ୟାନେଜର ଦୀପକ କୁମାର ସିସିଟିଭ ଫୁଟେଜ୍ ଦେଇଛନ୍ତି। ଦୁଇ ଜଣ ଯୁବକ ହଲ୍‌ ଭିତରେ ପଶୁଥିବା ଦେଖାଯାଉଛି। ଏଥିସହିତ ସିକ୍ୟୁରିଟି ଗାର୍ଡ ନୋହର ଦେବଙ୍ଗନକୁ ମଧ୍ୟ ପଚରାଉଚରା କରାଯାଉଛି ବୋଲି ଏଏସ୍‌ପି କହିଛନ୍ତି।

ସିନେମା ହଲ୍‌ରେ ଲୁଟ୍‌: ପୁଷ୍ପା-୨ ସିନେମାର ସମ୍ପୂର୍ଣ୍ଣ କଲେକ୍ସନ ନେଇଗଲେ ଲୁଟେରା

ରାୟପୁର: ସିନେମା ହଲରେ ପୁଷ୍ପା ଧୁମ। ଏପଟେ ଲୁଟେରା ପଶି ଛେଚିଲା ନିର୍ଦ୍ଧୁମ। ଛତିଶଗଡ଼ର ଏକ ସିନେମା ହଲ୍‌ରେ ୧.୩୪ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହଲ୍‌ରେ ପୁଷ୍ପା ସିନେମା ଚାଲିଥିବା ବେଳେ ଲୁଟେରା ସିକ୍ୟୁରିଟିଙ୍କୁ ମାରି ଟଙ୍କା ଚୋରି କରି ଫେରାର ହୋଇଛି। 

ଛତିଶଗଡ଼ ଭିଲ୍ଲାଇରେ ଏଭଳି ଘଟଣା ଘଟିଛି। ପୁଷ୍ପା-୨ ସିନେମା ଦେଖାଇ ରୋଜଗାର ହୋଇଥିବା ସମସ୍ତ ଟଙ୍କା ଲୁଟେରା ନେଇ ଫେରାର ହୋଇଯାଇଛି। ଦୁଇଜଣ ଲୁଟେରା ମୁକ୍ତ ଆର୍ଟ-୨ ସିନେମା ହଲ୍‌ରେ ପଶିଥିଲେ। ଟଙ୍କା ନେବା ସହ ଏମାନେ ସିସିଟିଭ ଫୁଟେଜ୍‌ର ଡିଭିଡି ନେଇ ଯାଇଛନ୍ତି।

ପ୍ରଥମେ ଜଣେ ଲୁଟେରା ସିନେମା ହଲ୍‌ରେ ପଶିଥିଲା। ସିକ୍ୟୁରିଟି ଗାର୍ଡକୁ ମାରି ତାଙ୍କୁ ଗୋଟେ ରୁମ୍‌ରେ ପୂରାଇ ଦେଇଥିଲା। ଏହାପରେ ସେ ଲକର ଚାବି ନେଇ ଟଙ୍କା ଲୁଟ୍ କରି ନେଇଯାଇଥିଲା। ଗୋଟିଏରେ ୬୦ ହଜାର ଟଙ୍କା ଥିବା ବେଳେ ବାକି ଟଙ୍କା ଅନ୍ୟ ଲକରରେ ଥିଲା। ପରଦିନ ସିନେମାହଲ କର୍ମଚାରୀ ଆସି ମାଲିକ ଓ ମ୍ୟାନେଜରଙ୍କୁ ଏ ବିଷୟରେ ଜଣାଇଥିଲେ। 
 ଘଟଣାରେ ମାମଲା ରୁଜୁ ହୋଇଛି ବୋଲି ଅସିଷ୍ଟାଣ୍ଟ ଏସ୍‌ପି ସୁଖ ନନ୍ଦନ ରାଠୋର ଏହି ସୂଚନା ଦେଇଛନ୍ତି। ସିନେମା ହଲ୍ ମ୍ୟାନେଜର ଦୀପକ କୁମାର ସିସିଟିଭ ଫୁଟେଜ୍ ଦେଇଛନ୍ତି। ଦୁଇ ଜଣ ଯୁବକ ହଲ୍‌ ଭିତରେ ପଶୁଥିବା ଦେଖାଯାଉଛି। ଏଥିସହିତ ସିକ୍ୟୁରିଟି ଗାର୍ଡ ନୋହର ଦେବଙ୍ଗନକୁ ମଧ୍ୟ ପଚରାଉଚରା କରାଯାଉଛି ବୋଲି ଏଏସ୍‌ପି କହିଛନ୍ତି।