ସିବିଆଇ ପାଖରେ ହାଜର ହେବେ ଆଇଏଏସ ବିଷ୍ଣୁପଦ ସେଠୀ, ବିବାଦ ପରେ ହୋଇଛି ବଦଳି

ଭୁବନେଶ୍ୱର ୧୮/୧୨: ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବରୁ ତାଙ୍କୁ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ସେପଟେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଦାୟିତ୍ୱରେ ଥିବା ୩ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । ଏହାସହ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ବ ମିଳିଛି  । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବାରମ୍ବାର ସମନ ସତ୍ତ୍ବେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି  । ଏହାଭିତରେ ଆଜି ସିବିଆଇରେ ହାଜର ହେବାକୁ ପୁଣିଥରେ ବିଷ୍ଣୁପଦଙ୍କୁ ସମନ ମିଳିଥିବା ସୂଚନା ମିଳିଛି  । ସେପଟେ ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ସଞ୍ଜୀବ କୁମାର ମିଶ୍ର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ।  ଦୀର୍ଘ ସାଢେ଼ ୬ ଘଣ୍ଟାର ମାରାଥନ୍ ଜେରା ପରେ ସିବିଆଇ କାର୍ୟ୍ୟାଳୟରୁ ବାହାରିଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜେନେରାଲ ମ୍ୟାନେଜର ବି କେ ସିଂ  ।  ଆକାଉଣ୍ଟଟାଣ୍ଟଙ୍କ ସହ ସିବିଆଇ ଅଫିସରେ ହାଜର ହୋଇଥିଲେ ବି କେ ସିଂ । କମ୍ପାନୀ ର ଆର୍ଥିକ କାରବ

ସିବିଆଇ ପାଖରେ ହାଜର ହେବେ ଆଇଏଏସ ବିଷ୍ଣୁପଦ ସେଠୀ, ବିବାଦ ପରେ ହୋଇଛି ବଦଳି

ଭୁବନେଶ୍ୱର ୧୮/୧୨: ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବରୁ ତାଙ୍କୁ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ସେପଟେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଉପରେ ମୋହନ ସରକାରଙ୍କ ଛାଟ । ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଦାୟିତ୍ୱରେ ଥିବା ୩ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର । 

ଏହାସହ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ତାଙ୍କୁ ଦାୟିତ୍ବ ମିଳିଛି  । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବାରମ୍ବାର ସମନ ସତ୍ତ୍ବେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି  । ଏହାଭିତରେ ଆଜି ସିବିଆଇରେ ହାଜର ହେବାକୁ ପୁଣିଥରେ ବିଷ୍ଣୁପଦଙ୍କୁ ସମନ ମିଳିଥିବା ସୂଚନା ମିଳିଛି  । ସେପଟେ ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ସଞ୍ଜୀବ କୁମାର ମିଶ୍ର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ।  

ଦୀର୍ଘ ସାଢେ଼ ୬ ଘଣ୍ଟାର ମାରାଥନ୍ ଜେରା ପରେ ସିବିଆଇ କାର୍ୟ୍ୟାଳୟରୁ ବାହାରିଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜେନେରାଲ ମ୍ୟାନେଜର ବି କେ ସିଂ  ।  ଆକାଉଣ୍ଟଟାଣ୍ଟଙ୍କ ସହ ସିବିଆଇ ଅଫିସରେ ହାଜର ହୋଇଥିଲେ ବି କେ ସିଂ । କମ୍ପାନୀ ର ଆର୍ଥିକ କାରବାର ସମ୍ବନ୍ଧରେ ବିଭିନ୍ନ ଦିଗରୁ  ପଚରାଉଚୁରା କରିଥିଲା ସିବିଆଇ । ଟେଣ୍ଡର ସମ୍ପର୍କିତ କାଗଜ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା  ।