ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା

ରାଜଗାଙ୍ଗପୁର,୨୯ା୪(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବାଣ୍ଠୁପଡ଼ାଠାରେ ମଙ୍ଗଳବାର ଅପରାହ୍ନ ୩ଟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ୫ଜଣ ସାଙ୍ଗ ବନ୍ଧୁକ ଧରି ମଜାମସ୍ତି କରୁଥିବା ବେଳେ ଗୁଳିଫୁଟି ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଏଥିରେ ରାଜଗାଙ୍ଗପୁର ଇଦଗାହ ମହଲାର ମହମ୍ମଦ ସାମ୍‌ସେର(୧୯) ଆହତ ହୋଇଥିଲେ। ସୂଚନା ମୁତାବକ, ସାମ୍‌ସେର ଓ ଆନ୍ୟ ୪ଜଣ ମିଶି ସହରର ବାଣ୍ଠୁପଡ଼ାଠାର ନିଶାସକ୍ତ ଅବସ୍ଥାରେ ଏକ ବନ୍ଧୁକ ଧରି ଟ୍ରାଏଲ କରୁଥିଲେ। ଏହି ସମୟରେ ହଠାତ୍‌ ବନ୍ଧୁକରୁ […] The post ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା appeared first on Dharitri Odia News.

ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା

ରାଜଗାଙ୍ଗପୁର,୨୯ା୪(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବାଣ୍ଠୁପଡ଼ାଠାରେ ମଙ୍ଗଳବାର ଅପରାହ୍ନ ୩ଟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ୫ଜଣ ସାଙ୍ଗ ବନ୍ଧୁକ ଧରି ମଜାମସ୍ତି କରୁଥିବା ବେଳେ ଗୁଳିଫୁଟି ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଏଥିରେ ରାଜଗାଙ୍ଗପୁର ଇଦଗାହ ମହଲାର ମହମ୍ମଦ ସାମ୍‌ସେର(୧୯) ଆହତ ହୋଇଥିଲେ।
ସୂଚନା ମୁତାବକ, ସାମ୍‌ସେର ଓ ଆନ୍ୟ ୪ଜଣ ମିଶି ସହରର ବାଣ୍ଠୁପଡ଼ାଠାର ନିଶାସକ୍ତ ଅବସ୍ଥାରେ ଏକ ବନ୍ଧୁକ ଧରି ଟ୍ରାଏଲ କରୁଥିଲେ। ଏହି ସମୟରେ ହଠାତ୍‌ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଫଳରେ ଗୁଳିଟି ସାମ୍‌ସେରଙ୍କ ବାମହାତରେ ବାଜିଥିଲା। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କେଉଁ କାରଣରୁ ଯୁବକମାନେ ବନ୍ଧୁକ ଟ୍ରାଏଲ କରୁଥିଲେ ଜଣାପଡ଼ି ନ ଥିବା ବେଳେ ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି।

The post ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା appeared first on Dharitri Odia News.