ସିବିଆଇ ସ୍କାନରରେ ଆଉ କିଏ? ୧୬ଘଣ୍ଟା ଜେରାରୁ ମିଳିଲା କ'ଣ?
କନକ ବ୍ୟୁରୋ: ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ୧୬ଘଂଟା ମାରାଥନ ଜୋରା ପରେ, ସିବିଆଇର ପରବର୍ତି ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଏବେ କାହା ଘରେ ସିବିଆଇ ପଶିବ? ନାଁ ପୁଣି ତଦନ୍ତ ଶିଥିଳ ପଡିଯିବ ସେ ନେଇ ପାୱାର କରିଡରରେ ଜୋର ଧରିଛି ଚର୍ଚ୍ଚା। ମଂଗଳବାର ସକାଳ ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ପ୍ରାୟ ୧୬ଘଂଟା ଧରି ବିଷ୍ଣୁପଦଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ। ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନ ଲାଂଚ କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାର ସତ ଉଗାରିବାବୁ ଉଦ୍ୟମ କରିଥିଲେ। ବିଷ୍ଣୁପଦଙ୍କ କାର୍ୟ୍ୟାଳୟକୁ ଯାଇ କାଗଜପତ୍ର ସଂଗ୍ରହ କରିଥିଲେ। ଅନ୍ୟ ଠିକଣାରେ ବି ରେଡ୍ ମାରିଥିଲେ। ବିଷ୍ଣୁପଦଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ପରେ ଏବେ ଅନ୍ୟ ସଚିବ ଓ ବଡ ବାବୁଙ୍କ ଭିତରେ ଛନକା ପଶିଛି। ବିଶେଷକରି ଯେଉଁ ବାବୁ ମାନଙ୍କୁ ପୂର୍ବରୁ ଚଞ୍ଚଲ ଭେଟିଥିଲେ ସେମାନଙ୍କ ପାଳି ପଡିବା ଆଶଙ୍କା ସୃଷ୍ଟି ହୋଇଛି। ବିଷ୍ଣୁପଦଙ୍କୁ ସିବିଆଇ ଗିରଫ କରିନଥିଲେ ବି, ଏତେ ଘଂଟା ଜେରା ବେଳେ ସେ କଣ କହିଲେ, କାହା କାହା ନାଁ ନେଇଛନ୍ତି କି ନାହିଁ, ତାହା ବେଶ ଗୁରୁତ୍ବପୂର୍ଣ୍ଣ। ଆଉ ବିଷ୍ଣୁପଦ ଯେଉଁମାନଙ୍କ ଆଡକୁ ଇଙ୍ଗିତ କରିଛନ୍ତି, ସେମାନଙ୍କ ଘରର କବାଟ ଖୁବଶୀଘ୍ର ସିବିଆଇ ବାଡେଇବ ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ଦୁଇ ମାସ ପରେ ସିବିଆଇ ରାଜ୍ୟରେ ସକ୍ରିୟ

କନକ ବ୍ୟୁରୋ: ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ୧୬ଘଂଟା ମାରାଥନ ଜୋରା ପରେ, ସିବିଆଇର ପରବର୍ତି ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଏବେ କାହା ଘରେ ସିବିଆଇ ପଶିବ? ନାଁ ପୁଣି ତଦନ୍ତ ଶିଥିଳ ପଡିଯିବ ସେ ନେଇ ପାୱାର କରିଡରରେ ଜୋର ଧରିଛି ଚର୍ଚ୍ଚା।
ମଂଗଳବାର ସକାଳ ୭ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ପ୍ରାୟ ୧୬ଘଂଟା ଧରି ବିଷ୍ଣୁପଦଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ। ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନ ଲାଂଚ କାରବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାର ସତ ଉଗାରିବାବୁ ଉଦ୍ୟମ କରିଥିଲେ। ବିଷ୍ଣୁପଦଙ୍କ କାର୍ୟ୍ୟାଳୟକୁ ଯାଇ କାଗଜପତ୍ର ସଂଗ୍ରହ କରିଥିଲେ। ଅନ୍ୟ ଠିକଣାରେ ବି ରେଡ୍ ମାରିଥିଲେ। ବିଷ୍ଣୁପଦଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ପରେ ଏବେ ଅନ୍ୟ ସଚିବ ଓ ବଡ ବାବୁଙ୍କ ଭିତରେ ଛନକା ପଶିଛି। ବିଶେଷକରି ଯେଉଁ ବାବୁ ମାନଙ୍କୁ ପୂର୍ବରୁ ଚଞ୍ଚଲ ଭେଟିଥିଲେ ସେମାନଙ୍କ ପାଳି ପଡିବା ଆଶଙ୍କା ସୃଷ୍ଟି ହୋଇଛି।
ବିଷ୍ଣୁପଦଙ୍କୁ ସିବିଆଇ ଗିରଫ କରିନଥିଲେ ବି, ଏତେ ଘଂଟା ଜେରା ବେଳେ ସେ କଣ କହିଲେ, କାହା କାହା ନାଁ ନେଇଛନ୍ତି କି ନାହିଁ, ତାହା ବେଶ ଗୁରୁତ୍ବପୂର୍ଣ୍ଣ। ଆଉ ବିଷ୍ଣୁପଦ ଯେଉଁମାନଙ୍କ ଆଡକୁ ଇଙ୍ଗିତ କରିଛନ୍ତି, ସେମାନଙ୍କ ଘରର କବାଟ ଖୁବଶୀଘ୍ର ସିବିଆଇ ବାଡେଇବ ବୋଲି ଚର୍ଚ୍ଚା ହେଉଛି।
ପ୍ରାୟ ଦୁଇ ମାସ ପରେ ସିବିଆଇ ରାଜ୍ୟରେ ସକ୍ରିୟ ହୋଇଛି। ହେଲେ, ବିଷ୍ଣୁପଦଙ୍କୁ ଜେରା ପରେ ସିବିଆଇ ଆଜି ନୀରବ ରହିଛି। ବିଷ୍ଣୁପଦଙ୍କୁ ଆଉ ଜେରା କରିବ କି ନାହିଁ? ଆଉ କାହା ଘରେ ପଶିବ ? ସେ ନେଇ ପାୱାର କରିଡରରେ ଜୋର ଧରିଛି ଚର୍ଚ୍ଚା। ଅନ୍ୟପଟେ ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କଥା କଟାକଟି।
ପ୍ରଶ୍ନ ଉଠୁଛି, ସାମନାକୁ ଆସିବ କି ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାରର ସତ? ବଡ ବଡିଆଙ୍କ ପାଖରେ କେବେ ପହଁଚିବ ସିବିଆଇ? ନା ପୁଣି ଚୁପ୍ ହୋଇଯିବ ସିବିଆଇ?