ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପୁରବ ବେହେରା ୯୮.୦୨ ଓ ହେମନ୍ତ ଅଗ୍ରୱାଲ ୯୬ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ।
କଳାହାଣ୍ଡି:୧୪/୦୫ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭବାନୀପାଟଣା ସ୍ଥିତ ବିକାଶ ଆବସିକ ବିଦ୍ୟାଳୟ ର ସିବିଏସଇ ଦଶମ ଶ୍ରେଣୀ ଛାତ୍ର ପୁରବ ବେହେରା ସିବିଏସସି ଦଶମ ଶ୍ରେଣୀ ପରିକ୍ଷା ରେ ୯୮.୦୨ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲା ରେ ଟପ୍ପର ହୋଇଛନ୍ତି। ପୁରବ ବେହେରା ହେଉଛନ୍ତି କଲମପୁର ବ୍ଲକ ମଣ୍ଡଳ ଗ୍ରାମ ର ସନ୍ଦୀପ ବେହେରା ଓ ରଶ୍ମିତା ବେହେରା ଙ୍କ ପୁଅ । ସେହିପରି ଧର୍ମଗଡ ର ବିଶିଷ୍ଟ ଶିଳ୍ପପତି ତଥା […] The post ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପୁରବ ବେହେରା ୯୮.୦୨ ଓ ହେମନ୍ତ ଅଗ୍ରୱାଲ ୯୬ ପ୍ରତିଶତ ମାର୍କ ରଖି ଦ୍ଵିତୀୟ । appeared first on Odisha.News.

କଳାହାଣ୍ଡି:୧୪/୦୫
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭବାନୀପାଟଣା ସ୍ଥିତ ବିକାଶ ଆବସିକ ବିଦ୍ୟାଳୟ ର ସିବିଏସଇ ଦଶମ ଶ୍ରେଣୀ ଛାତ୍ର ପୁରବ ବେହେରା ସିବିଏସସି ଦଶମ ଶ୍ରେଣୀ ପରିକ୍ଷା ରେ ୯୮.୦୨ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲା ରେ ଟପ୍ପର ହୋଇଛନ୍ତି।
ପୁରବ ବେହେରା ହେଉଛନ୍ତି କଲମପୁର ବ୍ଲକ ମଣ୍ଡଳ ଗ୍ରାମ ର ସନ୍ଦୀପ ବେହେରା ଓ ରଶ୍ମିତା ବେହେରା ଙ୍କ ପୁଅ ।
ସେହିପରି ଧର୍ମଗଡ ର ବିଶିଷ୍ଟ ଶିଳ୍ପପତି ତଥା ଚାର୍ଟେଡ଼ ଏକାଉଣ୍ଟଟେଣ୍ଟ କିଶୋର ଅଗ୍ରୱାଲ ଓ ସୁନିତା ଅଗ୍ରୱାଲ ଙ୍କ ପୁଅ ହେମନ୍ତ ଅଗ୍ରୱାଲ ୯୬ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ରେ ରହିଛନ୍ତି। ପୁରବ ବେହେରା ଆଗକୁ ଆଇଆଇଟି ଇଂଜିନିୟରିଂ ପଢି ପରେ ୟୁପିଏସଇ କୋଚିଂ କରିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ସେହିପରି ହେମନ୍ତ ଅଗ୍ରୱାଲ ମଧ୍ୟ ଆଇଆଇଟି ଇଂଜିନିୟରିଂ ପଢିବାକୁ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ପୁରବ ବେହେରା ଓ ହେମନ୍ତ ଅଗ୍ରୱାଲ ଓ ଅନ୍ୟ ଛାତ୍ରଛାତ୍ରୀ ଙ୍କ ସଫଳତା କୁ ନେଇ ବିକାଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଆଜି ସମ୍ବର୍ଦ୍ଧନା କରାଯାଇଛି।
The post ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପୁରବ ବେହେରା ୯୮.୦୨ ଓ ହେମନ୍ତ ଅଗ୍ରୱାଲ ୯୬ ପ୍ରତିଶତ ମାର୍କ ରଖି ଦ୍ଵିତୀୟ । appeared first on Odisha.News.