ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ
ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନରେ ଝିପିଝିପି ବର୍ଷା ଓ ଅନ୍ୟ କାରଣରୁ ରଥ ଟଣାରେ ବିଳମ୍ବ ହୋଇଛି ।ଅପରାହ୍ନରେ ରଥ ପ୍ରତିଷ୍ଠା ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା ଓ ରଥରେ ରିତୀନିତୀରେ କରାଯାଇ ରଥା ଟଣା କାର୍ଯ୍ୟ ସଂଧ୍ୟା ୬ରେ ହୋଇଥିଲା। ଖବର ଲେଖିବା ସୁଦ୍ଧା ଦଡିବାଡିଠାରେ ଥିବା ମାଉସିମା ମନ୍ଦିରରେ ରଥ ପହଞ୍ଚି ନ ଥିଲା ପ୍ରକାଶ ଯେ, ରଥ ଉପରେ […] The post ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ appeared first on Dharitri Odia News.
ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନରେ ଝିପିଝିପି ବର୍ଷା ଓ ଅନ୍ୟ କାରଣରୁ ରଥ ଟଣାରେ ବିଳମ୍ବ ହୋଇଛି ।ଅପରାହ୍ନରେ ରଥ ପ୍ରତିଷ୍ଠା ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା ଓ ରଥରେ ରିତୀନିତୀରେ କରାଯାଇ ରଥା ଟଣା କାର୍ଯ୍ୟ ସଂଧ୍ୟା ୬ରେ ହୋଇଥିଲା। ଖବର ଲେଖିବା ସୁଦ୍ଧା ଦଡିବାଡିଠାରେ ଥିବା ମାଉସିମା ମନ୍ଦିରରେ ରଥ ପହଞ୍ଚି ନ ଥିଲା
ପ୍ରକାଶ ଯେ, ରଥ ଉପରେ ଛେରା ପହଁରା ଓ ପୂଜାର୍ଚନା କରିଥିଲେ ସିମନବାଡିର ବରୁଣ ପାତ୍ର ଏହି ଯାତ୍ରାରେ ବଡିଓ ପ୍ରୀତିରଞ୍ଜନ ରଥ ଅତିଥିଭାବେ ଯୋଗଦେଇ ରଥରେ ଜଗନ୍ନାଥଙ୍କ ପୂଜାର୍ଚନା କରିଥିଲେ । ପୂଜକ ସତ୍ୟନାରାୟଣ ପଣ୍ଡା ଜଗନ୍ନାଥଙ୍କ ନୀତିକାନ୍ତି କରିଥିଲେ।
ସେହିପରି ପ୍ରଥମଥର ପାଇଁ ବାଡାବାଙ୍ଗାଠାରେ ଏହି ଯାତ୍ରା କରାଯାଉଥିବା ବେଳେ ଏହାକୁ ଧୂମଧାମରେ ପାଳନ କରାଯାଇଛି। ସତସଙ୍ଘ କେନ୍ଦ୍ର ତଥା ଭାଗବତ ଟୁଙ୍ଗିଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥଯାତ୍ରା କରାଯାଇଛି। ସେହିପରି ଶ୍ରାନିକେତା ପଞ୍ଚାୟତ ଟକରମାଲାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରାନିକେତା ଭାଗବତ ମଣ୍ଡପ ପର୍ଯ୍ୟନ୍ତ ପ୍ରାୟ ୨ କିମି ରଥ ଟଣା ଯାଇଥିଲା ସେହିପରି କାଟିଙ୍ଗିଆ ଠାରେ ମଧ୍ୟ ଏହି ଯାତ୍ରା ପାଳନ କରାଯାଇଛି । ସେହିପରି ସିମନବାଡି ପଞ୍ଚାୟତ ଗବାଟବାଡ଼ିଠାରେ ମଧ୍ୟ ରଥ ଟଣା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ଡିଏସପି କନକ କୁମାର ମାଝିଙ୍କ ନେତୃତ୍ୱ ରେ ଏଏସଆଇ ଅର୍ଜୁନ ଶବର ସଦଳବଳ ତଦାରଖ କରିଥିଲେ।
The post ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ appeared first on Dharitri Odia News.